Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସେପ୍ଟେମ୍ବର ସୁଦ୍ଧା ରାଜସ୍ୱ ସଂଗ୍ରହରେ ୩୪% ବୃଦ୍ଧି

    Share on :
    Date: Oct 8, 2017    Views: 122


    ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ବଜେଟ୍ ରାଜସ୍ୱ ସଂଗ୍ରହରେ ୩୪% ଭାଗରୁ ଅଧିକ ବୃଦ୍ଧି ହୋଇଛି  । ତେବେ ବିନିଯୋଗରେ ଗତବର୍ଷଠାରୁ ପ୍ରାୟ ୧୩% ବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକର ସମୀକ୍ଷାରୁ ଏହା ଜଣାପଡିଛି । ବଜେଟ୍ ବିନିଯୋଗ ସହ ସମଭାବରେ । ପ୍ରତି ବିଭାଗୱାରୀ କରି ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଗୁଡିକର କାର୍ଯ୍ୟନ୍ନୟନ ଶେଷକରି ବଜେଟ୍ର ସମୟୟୋପ ଯୋଗୀବିନିଯୋଗ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ପ୍ରତି ବିଭାଗରେ ସୂଚନା ଅଧିକାର ଆଇନ୍ର ଅନୁପାଳନ ଏବଂ ତତ୍ ସମ୍ବନ୍ଧିତ ବିବରଣୀ ପ୍ରଦାନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ବିଭାଗୀୟ ସଚିବ ମାନଙ୍କୁ ପରାମର୍ଶ ଦେଇଥିଲେ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ ରାଜ୍ୟରେ ବଜେଟ୍ ବ୍ୟୟ ଏବଂ ରାଜସ୍ୱ ସଂଗ୍ରହ ବିଷୟରେ ସଦ୍ୟତନ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଶ୍ରୀ ପାଣ୍ଡେ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟ ଯୋଜନା ବଜେଟ୍ରୁ ବିଭିନ୍ନ ବିଭାଗ ମାନେ ପ୍ରାୟ ୪୦,୧୬୯ କୋଟି ଟଙ୍କା ବିନିଯୋଗ କରିଛନ୍ତି ଯାହାକି ପୂର୍ବ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ହୋଇଥିବା ବିନିଯୋଗଠାରୁ ୧୩% ଅଧିକ । କୃଷି ଓ ଅନୁସଂଗିକ କ୍ଷେତ୍ରରେ ପ୍ରାୟ ୬୪୧୯ କୋଟି ଏବଂ ଭିତ୍ତିମୂମୀ ନିର୍ମାଣ କ୍ଷେତ୍ରରେ ପ୍ରାୟ ୭୩୦୩ କୋଟି ଟଙ୍କା ବିନିଯୋଗ କରାଯାଇଛି । ସେହିପରି ସାମାଜିକ କ୍ଷେତ୍ରରେ ୧୭୮୫୦ କୋଟିରରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଅନୁରୂପଭାବେ ୨୦୧୭-୧୮ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ୩୪% ବୃଦ୍ଧି ପାଇଛି । ବିଗତ ଆର୍ଥିକ ବର୍ଷ ଏହି ସମୟସୁଦ୍ଧା ରାଜସ୍ୱ ସଂଗ୍ରହ ୧୨୯୦୩ କୋଟି ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧୭୩୫୦ କୋଟିରେ ପହଞ୍ଚôଛି । ଉଭୟ ଟିକସ ଏବଂ ଅଣ-ଟିକସ ରାଜସ୍ୱରେ ଅବିବୃଦ୍ଧି ଘଟିଛି । ରାଜ୍ୟର ନିଜସ୍ୱ ଟିକସ ବାବଦରେ ପ୍ରାୟ ୧୩୮୯୬କୋଟି ଟଙ୍କା ସଂଗ୍ରହ କରାଯାଇ ଏ କ୍ଷେତ୍ରରେ ପ୍ରାୟ ୩୪% ବୃଦ୍ଧି ହାସଲ କରାଯାଇଛି । ଅନ୍ତର୍ଜାତିୟ ବଜାରର ମାନ୍ଦାବସ୍ଥା ସତ୍ତ୍ୱେ ଖଣି ରାଜସ୍ୱ କ୍ଷେତ୍ରରେ ପ୍ରାୟ ୪୨% ବୃଦ୍ଧି ଘଟିଛି । ଅଣ-ଟିକସ ରାଜସ୍ୱ ବାବଦରେ ପ୍ରାୟ ୧୭୩୫୦ କୋଟିର ରାଜସ୍ୱ ସଂଗ୍ରହ କରାଯାଇ ଏ କ୍ଷେତ୍ରରେ ପ୍ରାୟ୨୧% ବୃଦ୍ଧି ହାସଲ କରାଯାଇଛି । ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଣନଙ୍କ ସମତେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ  ସଚିବ ଏବଂ ସ୍ୱତନ୍ତ୍ର ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ସୂଚନା କମିଶନର ସୁନିଲ୍ କୁମାର ମିଶ୍ର ବୈଠକରେ ଯୋଗଦେଇ ସୂଚନା ଅଧିକାର ଆଇନ୍ର କାର୍ଯ୍ୟାନ୍ୱୟନ ବିଷୟର ଆଲୋକପାତ କରିଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook