Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

ଲତାରେ ଘୋଡେ଼ଇ ହେଲାଣି ବିଦୁ୍ୟତ ଖୁଣ୍ଟ

Date: Oct 7, 2017    Views: 51


ପିପିଲି:  ପୁରୀ ଜିଲା ପିପିଲି ବ୍ଲକ ଅନ୍ତର୍ଗତ ଗୁଡିଆପୋଖରୀ ସଙ୍ଗୁଳେଇ ଶାସନ କେନାଲବନ୍ଧ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଏକ ବିଦ୍ୟୁତ ଖୁଣ୍ଟ ଥିବା ଅଭିଯୋଗ ହୋଇଛି । ଏଠାରେ ଶିଶୁମାନଙ୍କ ପାଇଁ ଏକ ବିଦ୍ୟାଳୟ ରହିଛି । ପ୍ରତି ଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯାଆ ଆସ କରୁଛନ୍ତି  । ୧୧ କେଭିର ଏହି ବିଦୁ୍ୟତ ଖୁଣ୍ଟରେ ଲତା ମାଡିଯାଇ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ତାରକୁ ସ୍ପର୍ଶ କରୁଛି । ଏହି ଲତା ଭୂମିକୁ ସ୍ପର୍ଶ କରୁଥିବାରୁ କେତେବେଳେ ବି କାହାକୁ ବିଦୁ୍ୟତ ଆଘାତ ହେବାର କିମ୍ବା କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ଉତ୍ତରା ବିଦ୍ୟୁତ ଉପଖଣ୍ଡ ଅଧିନରେ ଏହି ଅଞ୍ଚଳ ଆସୁଛି । ସ୍ଥାନୀୟ ବାସିନ୍ଦା ଏ ବିଷୟରେ ବାରମ୍ବାର ଅଭିଯୋଗ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି ।


    

Maximum 500 characters