Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

ଅବ୍ୟବସ୍ଥାରେ ଜିଆଗୋଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

Date: Oct 7, 2017    Views: 65


ଛତିଆ: ବଡଚଣା ବ୍ଲକ ଅର୍ନ୍ତଗତ ଶାଳପଡା ପଣ୍ଟାୟତର ଜିଆଗୋଡା ଗ୍ରାମଠାରେ ୨୦୦୭ ମସିହାରେ  ପ୍ରତିଷ୍ଠା କରାଯାଇଛି ଜିଆଗୋଡା ପ୍ରକଳ୍ପ ବିଦ୍ୟାଳୟ ।  ଏଠାରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୩୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି । ଏହି ବିଦ୍ୟାଳୟର ରାସ୍ତାରେ ଆଣ୍ଠୁଏ ପାଣି ·ଳିଥିବା ବେଳେ ବିଦ୍ୟାଳୟ ଆଗରେ  ଏକ ବିରାଟ ଖାଲ ଥିବାରୁ ଏଥିରେ ପାଣି ଜମି ରହି ଦୂଷିତ ପରିବେଶ ସୃଷ୍ଟି କରୁଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ବିଦ୍ୟାଳୟସହିତ ତିଳପଦା ବିଦ୍ୟାଳୟର ଦାୟିତ୍ୱରେ ଅଛନ୍ତି । ଏହି ଦୁଇଟି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିବା ବେଳେ କର୍ତ୍ତବ୍ୟ ନିଜର କର୍ତ୍ତବ୍ୟ ଠିକଭାବେ ସମ୍ପାଦନ କରିପାରୁନାହାନ୍ତି ।  ବିଦ୍ୟାଳୟରେ ଥିବା ଶୌ·ଳୟରେ ତାଲା ପଡିଥିବା ଯୋଗୁଁ ପିଲମାନେ ବାହାରେ ଶୌଚ ହୁଅନ୍ତି । ବିଦ୍ୟାଳୟ ପରିସରରେ ଏକମାତ୍ର ନଳକୂପ ଦୂଷିତ ପରିବେଶ ମଧ୍ୟ ରହିଛି । ସହାକାରୀ ଶିକ୍ଷକ ଜଣକ ବହୁ ସମୟରେ ଛୁଟିରେ ରହୁଛନ୍ତି ଏହି ଦୁଇ ଶିକ୍ଷକ ନିର୍ଘଣ୍ଟ ପୂର୍ବରୁ ବିଦ୍ୟାଳୟ ଛୁୂଟିକରୁଥିବା ଦେଖିବାକୁ ମିଳୁଛି । ଏହି ବିଷୟରେ ସ୍ଥାନୀୟ ସିଆରସିସିଙ୍କ ଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରୀ କଲେ ମଧ୍ୟ କୋ÷ଣସି ସୁଫଳ ମିଳୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶନିବାର ଦିନ ଅନେକ ସମୟରେ ରୋଷେଇ ନ କରି ପିଲାମାନଙ୍କୁ ବିସ୍କୁଟ ଦିଆଯାଉଥିବା ଅନେକ ଅଭିଭାବକମାନେ କହିଛନ୍ତି । ବିଦ୍ୟାଳୟର ଏହି ସମସ୍ୟାପ୍ରତି ଉଚ୍ଚପଦସ୍ଥ ଅଧିକାରୀ ଓ ଯାଜପୁର ଜିଲାପାଳ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।


    

Maximum 500 characters