Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ଆମ ସମସ୍ୟା

ମୁଖ୍ୟ ଖବର

    ଆମ୍ବୁଲାନ୍ସ ଅଚଳ, ରୋଗୀସେବା ବିପର୍ଯ୍ୟସ୍ତ

    Share on :
    ajab-Image
    Date: Oct 7, 2017    Views: 921


    ଛତିଆ: ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ  ଦିନ ହେବ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇ ପଡିଥିବା ବେଳେ ଏହାର ମରାମତି ନ ହେବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଉନ୍ନୟନ ପାଣ୍ଠିରୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଆମ୍ବୁଲାନ୍ସଟି ଯୋଗାଇ ଦିଆଯାଇଥିଲା । ଏହା ଦୀର୍ଘ ଦିନ ଧରି ସେବା ଯୋଗାଇ ଆସୁଥିବା ବେଳେ ରୋଗୀ କଲ୍ୟାଣ ସମିତି ଏହାର ସମସ୍ତ ଦାୟିତ୍ୱ ବହନ କରୁଥିଲା । ଯାହା ଫଳରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଗୁରୁତର ରେଗୀଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନାନ୍ତର କରିବାରେ ସହାୟକ ହେଉଥିଲା । ସାପକାମୁଡା,ବିଷ ପିଆ,ଦୁର୍ଘଟଣା ଓ ଜରୁରୀ କାଳୀନ ସେବା ପାଇଁ ଜାତୀୟ ରାଜପଥ କଡରେ ଥିବା ଏହି  ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରୋଗୀଙ୍କ ସେବା ଯୋଗାଇବାରେ ସହାୟକ ହେଉଥିଲା । ଏହି ଆମ୍ବୁଲାନ୍ସ ଅଚଳ ହୋଇଥିବା ବେଳେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କି ରୋଗୀକଲ୍ୟାଣ ସମିତିର କର୍ମକର୍ତ୍ତା ସମସ୍ତଙ୍କ ଦୃଷ୍ଟିରେ ଏହା ପଡୁଥିବା ବେଳେ ଏହାର ମରାମତ କରିବା କାହାର ଦୃଷ୍ଟି ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଷ୍ଟେଟ ବ୍ୟାଙ୍କ ତରଫରୁ ଏକ ଆମ୍ବୁଲାନ୍ସ କିଛି ବର୍ଷ ପୂର୍ବେ ଯୋଗାଇ ଦିଆଯାଇଥିବା ବେଳେ ଏଠାରେ ଏହି ଆମ୍ବୁଲାନ୍ସଟି ଥିବା ଯୋଗୁଁ ତାହାକୁ ବାଉଁଶମୂଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନନ୍ତର କରାଯାଇଥିଲା । ଏହାର ଦାୟିତ୍ୱ ମଧ୍ୟ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ହେଲେ ଏବେ  ଏହା କେଉଁଠାରେ  ଅଛି ତାହାର ଖୋଜ ଖବର ନାହିଁ । ବଡଚଣାରେ ଏହା ଆବଶ୍ୟକତା ଥିବା ବେଳେ ଏଥିପ୍ରତି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook