Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଚୁଆ ପାଣି ମେଣ୍ଟାଉଛି ଶୋଷ

    Share on :
    Date: Oct 7, 2017    Views: 275


    ଛତିଆ: ବଡଚଣା ବ୍ଲକ ଅର୍ନ୍ତଗତ ସମିଆ ପଞ୍ଚାୟତର କୋହ୍ଲା(ଆଦିବାସୀ ସାହି) ଆଦିବାସୀ ଗ୍ରାମରେ ବାସ କରନ୍ତି ୨୫୦ରୁ ଊଦ୍ଧ୍ୱର୍ ଜନସାଧାରଣ । ଯେଉଁଁ ଗାଁକୁ ଯିବା ପାଇଁ ଖଣ୍ଡିଏ ଭଲ ସଡକ ନାହିଁ । ବିଲ ହିଡରେ ଗାଁ ଲୋକ ଯିବା ଆସିବା କରନ୍ତି । ସେହ ଗାଁରେ ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ । ଯେଉଁଠିକୁ ଗୋଟିଏ ବି ନଳକୂପ ପ୍ରଶାସନ ତରଫରୁ ବସାଯାଇ ନାହିଁ । ଖରାଦିନେ  ୨ କିଲୋମିଟର ଦୂରରେ ଥିବା ଗାଁରୁ ପାଣି ଆଣି ବ୍ୟବହାର କରନ୍ତି । ବର୍ଷା ଦିନେ  ଏବେ ଗାଁ ଲୋକେ ଧାନ ବିଲରେ ଏକ ଚୁଆ ଖୋଳି ସେଥିରୁ ପାଣି ଆଣି ନିଜର ଖାଦ୍ୟ ପ୍ରସ୍ତୁତ କରିବା ସହିତ ପାନୀୟ ଜଳରୂପେ ବ୍ୟବହାର କରୁଛନ୍ତି ।  ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ ମଧ୍ୟ କୋ÷ଣସି ସୁଫଳ ମିଳୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ନିର୍ବାଚନ ସମୟରେ ଏହି ଗାଁକୁ ରାଜନୈତିକ ନେତା ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ପରେ ଏମାନଙ୍କୁ ଭୁଲି ଯାଆନ୍ତି । ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ ଏଠାରେ ଟାଙ୍କର ଯୋଗେ ପାଣି ଯୋଗାଇବା ସହିତ ତୁରନ୍ତ ଏକ ନଳକୂପ ଖୋଳିବା ପାଇଁ ଦାବି ହେଉଛି ।ପାନୀୟ ଜଳ ସମସ୍ୟା ବିଷୟରେ ବଡଚଣା ବି.ଡି.ଓ ଗୋପବନ୍ଧୁ ଭୋସାଗରଙ୍କ ସହ ଯୋଗଯୋଗ କରିବାକୁ ସେ ସରପଞ୍ଚଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।ଏହି ସମସ୍ୟାର କିପରି ସମାଧାନ ହୋଇପାରିବ ସେଥିପ୍ରତି ସ୍ଥାନୀୟ ସରପଞ୍ଚ ଓ ବଡଚଣା ବିଡିଓ ଦୃଷ୍ଟି ଦେବାକୁ  ସମାଜସେବୀ ଭୂବନ କୁମାର ଭୋଇ, ବଳରାମ ଜେନାଙ୍କ ସମେତ ନାରା ବାନାରା, ସନ୍ତୋଷ ·ତାର, କାର୍ତ୍ତକ ହେମ୍ବ୍ରମ, ଜାନକୀ ହେମ୍ବ୍ରମ, ଲକ୍ଷ୍ମୀଧର ହେମ୍ବ୍ରମ, ସୁରୁ ବାନାରା, ବାବୁରାମ ହେମ୍ବ୍ରମ, ଦିବାକର ହେମ୍ବ୍ରମ ଓ ମଦନ ·ତାର ପ୍ରମୁଖ ଦାବି କରିଛନ୍ତି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook