Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ଜିଏସଟି କାଉନସିଲ ବୈଠକ: ୨୭ଟି ଦ୍ରବ୍ୟ ଓ ସେବା ଉପରୁ ଟିକସ ହ୍ରାସ

Date: Oct 7, 2017    Views: 76


ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ୨୭ଟି ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହ୍ରାସ କରାଯାଇଛି  । ସେହିପରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ  ଇ-କମ୍ପୋଜିସନ ସ୍କିମ୍ ଲାଗୁ କରାଯାଇଛି  ।  ଛୋଟ ବ୍ୟବସାୟୀଙ୍କ ସହାୟତା ପାଇଁ ପଦକ୍ଷେପ ନିଆଯାଇଛି  । ଦେଢ଼କୋଟି କାରବାର ଥିଲେ ଏଣିକି ମାସିକିଆ ନୁହଁ ୩ ମାସକୁ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ  । ସେହିପରି ୨୦୧୮ ଏପ୍ରିଲ ସୁଦ୍ଧା ଇ-ୱାଲେଟ୍ ବ୍ୟବସ୍ଥା ଲାଗୁ କରିବାକୁ  ନିଷ୍ପତ୍ତି ନିଆଯାଇଛି  । ଏଠାରେ ସୂଚେଇ ଦିଆଯାଇପାରେ ଯେ, ସେପ୍ଟେମ୍ବର ୯ରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ବଛା ଯାଇଥିବା ୧୦୦ଟି ବସ୍ତୁରୁ ୪୦ଟି ଜିନିଷ ଉପରେ ଟିକସ କମ୍ କରିବା ପାଇଁ ନୀତି ନିର୍ଦ୍ଧାରିତ ହୋଇଥିଲା  । ଅବଶିଷ୍ଟ ୬୦ଟି ବସ୍ତୁ ଓ ସେବା ଉପରେ ଦିଲ୍ଲୀ ଜିଏସଟି କାଉନସିଲ ବୈଠକରେ ଟିକସ ହ୍ରାସ କରିବା ସଂକ୍ରାନ୍ତରେ  ନିଷ୍ପତ୍ତି ନେବାର ଥିଲେ ହେଁ ଏହା କେତେକାଂଶରେ ସମ୍ଭବ ହୋଇପାରି ନାହିଁ  ।
ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ  ଅଧ୍ୟକ୍ଷତାରେ ବସିଥିବା ଜିଏସଟି କାଉନସିଲର ବୈଠକରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ବୈଠକ ଶେଷରେ ନିଷ୍ପତ୍ତି ସଂପର୍କରେ ଅର୍ଥମନ୍ତ୍ରୀ ଜେଟ୍ଲୀ କହିଲେ ଯେ, ଦେଶରେ ଗତ ୩ ମାସ ହେବ ଜିଏସ୍ଟି ଲାଗୁ ହେବା ପରେ ଛୋଟ ଓ ବଡ ବ୍ୟବସାୟୀ ମାନଙ୍କ ମଧ୍ୟରେ ଆସୁଥିବା ଅସୁବିଧାର ସମାଧାନ ପାଇଁ ଜିଏସ୍ଟି କାଉନସିଲର ୨୨ ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ଏହି ବୈଠକରେ ୨୭ଟି ଦ୍ରବ୍ୟ ଓ ସେବା ଉପରେ ଜିଏସ୍ଟି ହ୍ରାସ କରାଯାଇଛି  । ଜିଏସଟି କରଦାତାଙ୍କୁ ୧୦ ଅକ୍ଟୋବର ସୁଦ୍ଧା ରିଫଣ୍ଡ ଓ ଏପ୍ରିଲ୍ ୨୦୧୮ ସୁଦ୍ଧା ଇ-ୱାଲେଟ୍ ସୁବିଧା ଉପଲବ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ମ୍ୟାନୁଫାକ୍ଚରିଂ ଫାର୍ମଗୁଡ଼ିକ ୨ ପ୍ରତିଶତ,  ରେଷ୍ଟୁରାଣ୍ଟ ଗୁଡ଼ିକ ୫ ପ୍ରତିଶତ ଓ ଟ୍ରେଡରର୍ସମାନେ ୧ ପ୍ରତିଶତ କମ୍ପୋଜିସନ ସ୍କିମ୍ ମାଧ୍ୟମରେ ଟିକସ ପୈଠ କରିବେ  । ଅପରପକ୍ଷରେ ବସ୍ତୁ ଓ ସେବାକର ଚକ୍ରବୃଦ୍ଧି ସୀମା, (କମ୍ପାଉଣ୍ଡିଂ ସୀମା)କୁ ୭୫ ଲକ୍ଷରୁ ବଢାଇ ୧ କୋଟି କରିବାକୁ ନିଷ୍ପତ୍ତି ନିଆଯାଇଛି  । ଏହାଛଡା ବ୍ୟବସାୟୀଙ୍କୁ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବାରେ ମଧ୍ୟ ରିହାତି ଦେବାକୁ ବୈଠକରେ ସ୍ଥିର କରାଯାଇଛି ।  ରିଭର୍ସ ଚାର୍ଜ ବ୍ୟବସ୍ଥାକୁ ମଧ୍ୟ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କୁହାଯାଇଛି  । ଦେଢ କୋଟି ଟର୍ଣ୍ଣ ଓଭର ଥିବା ବ୍ୟବସାୟୀଙ୍କୁ ପ୍ରତିମାସ ବଦଳରେ ୩ ମାସରେ ଜିଏସ୍ଟି ପୈଠ କରିବାକୁ ହେବ  । ଯାହା ପୂର୍ବରୁ ୭୫ ଲକ୍ଷ ଟର୍ଣ୍ଣଓଭର ଥିବା ବ୍ୟବସାୟୀ ପ୍ରତିମାସରେ ପୈଠ କରୁଥିଲେ  । ରପ୍ତାନୀକାରୀଙ୍କ ଜିଏସ୍ଟି ଦ୍ୱାରା ଯାହା ରିଫଣ୍ଡ ମିଳିବାର ଥିବ ତାହା ତାଙ୍କୁ ୨୦୧୮ ଏପ୍ରିଲ ପହିଲା ସୁଦ୍ଧା ଇ-ୱାଲେଟ୍ ମାଧ୍ୟମରେ ପୈଠ କରାଯିବ  ।
ପଞ୍ଜିକୃତ ଡିଲରଠାରୁ ଅଣପଞ୍ଜିକୃତ ଡିଲରମାନେ ଜିନିଷ କିଣୁଥିବା ବେଳେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ସେବାଦାତା ଯାହାର ଟର୍ଣ୍ଣଓଭର ୨୦ ଲକ୍ଷରୁ କମ୍ ରହିଛି ସେ କ୍ଷେତ୍ରରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅନ୍ତଃରାଜ୍ୟ ସର୍ଭିସ ଟ୍ୟାକ୍ସରୁ ବାଦ୍ ଦିଆଯାଇଛି  । ୨୭ଟି ବସ୍ତୁ ଉପରୁ ଟିକସ ଦର କମ୍ କରାଯାଇଛି  । ଯେପରି ଛୋଟ ଶିଶୁଙ୍କ ପ୍ୟାକେଟ ଖାଦ୍ୟ ୧୮ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିବା ବେଳେ ପ୍ଲାଷ୍ଟିକ୍ ସ୍କାର୍ଫ, ରବର ୱେଷ୍ଟ ସ୍କାର୍ଫ ଓ କାଚ ସ୍କାର୍ଫ ଏବଂ ବାୟୋମାସ ଉପରେ ଜିଏସଟି ସେହି ୧୮ରୁ ୫ ପ୍ରତିଶତକୁ ଖସାଇ ଦିଆଯାଇଛି  । ଅପରପକ୍ଷରେ ଅନବ୍ରାଣ୍ଡେଡ୍ ନମକିନ୍ , ରିଅଲଜାରି, ପେପର ୱେଷ୍ଟ ଓ ସ୍କାର୍ଫ, ଆୟୁର୍ବେଦିକ୍, ୟୁନାନୀ, ସିଦ୍ଧ, ହୋମିଓପ୍ୟାଥି ଔଷଧ ଓ ଅନ୍ୟାନ୍ୟ ଏହି ଜାତୀୟ ପଦାର୍ଥ ବ୍ରାଣ୍ଡ୍ ନାଁ ନଥିବ ତାହା ଉପରେ ୧୨ରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି  । ସେହିପରି ରୁଟି, ଚପାତି, ଖକ୍କର ଉପରେ ସେହି ୧୨ରୁ ୫ ପ୍ରତିଶତକୁ ଟିକସ ହ୍ରାସ କରାଯାଇଛି  । ସେହିପରି ହସ୍ତ ତିଆରି ସୂତା ଉପରେ ଟିକସ ୧୮ରୁ ୧୨କୁ କମାଇ ଦିଆଯାଇଛି ବେଳେ ସିନ୍ଥେଟିକ ଫିଲାମେଣ୍ଟ, ନାଇନଲ୍, ପଲିଷ୍ଟର, ଆର୍କେଲିକ୍, ଆଟିଫିସିଆଲ ଫିଲାମେଣ୍ଟ, ସୁଇଙ୍ଗ୍ ଥ୍ରେଡ୍ ଓ ହାତ ତିଆରି ସୂତା ଉପରେ ଟିକସ ୧୮ରୁ ୧୨ ପ୍ରତିଶତକୁ କମିଛି  । ଏହାର ପ୍ରଭାବ ହସ୍ତତନ୍ତ ଉଦ୍ୟୋଗ ଉପରେ ପଡିବ ବୋଲି ଜେଟ୍ଲୀ କହିଛନ୍ତି  । କୋଟାଷ୍ଟୋନ୍ , ଷ୍ଟେସନାରୀ ସାମଗ୍ରୀରେ , ଡିଜେଲ ଚାଳିତ ଇଞ୍ଜିନି୍ର ପାର୍ଟ ଉପରେ ୨୮ରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି  । ଇବେଷ୍ଟ, ସେବା କ୍ଷେତ୍ରରେ ୨୮ରୁ ୫ ପ୍ରତିଶତ କରାଯାଇଛି  ।
ଆଜି ଏହି ବୈଠକରେ ଷ୍ଟୋନ ଓ ସୁନାଗହଣା ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି  । ଏହାର ପ୍ରଭାବ ପଡିଛି  । ଯାହାକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟୋନ ଓ ସୁନାଗହଣା କିଣିବା ଉପରେ ପ୍ୟାନ୍ ଦେବାର ନିୟମକୁ ହଟାଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଣା ଉପରେ ଏହି ନିୟମକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି  ।

 


    

Maximum 500 characters