Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଶିଶୁଙ୍କ ଡାଇରିଆ

Date: Oct 6, 2017    Views: 52


ଶିଶୁଟି ଧୀରେ ଧୀରେ ବଡ଼ ହୋଇ ଏକ ସୁସ୍ଥ ଶିଶୁରେ ପହଞ୍ଚିବା ଏକ ଆନନ୍ଦର ବିଷୟ  । କିନ୍ତୁ ତାକୁ ବଡ଼ କରିବା ଓ ସୁସ୍ଥ ରଖିବା ପଛରେ କେତେଗୁଡ଼ିଏ ସମସ୍ୟା ଓ ପ୍ରତିକୂଳ ପରିସ୍ଥିତି ରହିଥାଏ  । ବିଭିନ୍ନ ପ୍ରକାର ରୋଗ ଓ ଉପଯୁକ୍ତ ପୋଷଣ କାରଣରୁ ଶିଶୁର ବିକାଶ ବାଧାପ୍ରାପ୍ତ ହୁଏ  । ତେଣୁ ପ୍ରତ୍ୟେକ ପରିବାର ଶିଶୁର ଉପଯୁକ୍ତ ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ  ।
ଅଧିକାଂଶ ମାରାତ୍ମକ ଡିହାଇଡ୍ରେଟିଂ ଡାଇରିଆର ସାଧାରଣ କାରଣ ହେଉଛି ରୋଟାଭାଇରସ୍  । ଏହା ବିଶେଷ କରି ଶିଶୁ ଓ ବଢ଼ନ୍ତା ପିଲାମାନଙ୍କୁ ପ୍ରଭାବିତ କରିଥାଏ  । ଏହା ଅତ୍ୟନ୍ତ ସ୍ପର୍ଶଜନିତ ରୋଗ ଓ ଶିଶୁର ବଢ଼ିବା ସମୟରେ ଏହା ଦେଖା ଦେଇଥାଏ  । ବିଶେଷତଃ ବଢ଼ନ୍ତା ଶିଶୁମାନଙ୍କୁ ଏଥିରୁ ସୁରକ୍ଷା ପ୍ରଦାନ କରିବା ଆବଶ୍ୟକ  । ଯଦି ଉପଯୁକ୍ତ ସମୟରେ ଏହାକୁ ଚିକିତ୍ସା କରାନଯାଏ ତେବେ ଏହି ରୋଗର ଘାତକତା ବୃଦ୍ଧି ପାଇବାର ସମ୍ଭାବନା ଥାଏ  । ରୋଟାଭାଇରସ୍ କାରଣରୁ ଭାରତରେ ୪୦% ଡାଇରିଆଜନିତ ମୃତୁ୍ୟ ହୋଇଥାଏ  । ୨୦୧୧ରେ ରୋଟାଭାଇରସ୍ କାରଣରୁ ୫ ବର୍ଷ ବୟସରୁ ୭୫୦୦୦ ଶିଶୁ ଜୀବନ ହରାଇଥିଲେ ତଥା ୮.୫ ଲକ୍ଷ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ୩୦ ଲକ୍ଷ ଡାକ୍ତରଖାନା ଯାଇଥିଲେ  । ଏହା ଏକ ସତର୍କତାମୂଳକ ସଂଖ୍ୟା, ଯେଉଁଠାରେ ଅସୁସ୍ଥ ଶିଶୁର ପିତାମାତାମାନେ ଶଯ୍ୟା ପାଶ୍ୱର୍ରେ ବ୍ୟାକୁଳ ଭାବରେ ଅପେକ୍ଷାରତ ଥାନ୍ତି  ।
ଅନେକ ସମୟରେ ଯେତେବେଳେ ଶିଶୁଟି ରୋଟାଭାଇରସ୍ ସଂକ୍ରମଣରେ ପୀଡ଼ିତ ହୁଏ ଓ ତା’ଠାରେ ଗୁରୁତର ଡିହାଇଡ୍ରେସନ ଦେଖାଦିଏ ସେତେବେଳେ ତା’ର ସଠିକ୍ ଚିକିତ୍ସା ହୋଇନଥାଏ  । ଯେଉଁ କାରଣରୁ ସମସ୍ୟା ଦେଖାଦିଏ  ।
ସାଧାରଣ ଭାବରେ ଡାଇରିଆ ଓ ବିଶେଷ କରି ରୋଟାଭାଇରସ୍ ଆମର ପରିବାର, ଗୋଷ୍ଠୀ ଏବଂ ରାଷ୍ଟ୍ର ଉପରେ ଏକ ବୋଝ ହୋଇ ରହିଛି  । ରୋଟାଭାଇରସ୍ରେ ପୀଡ଼ିତ ଏକ ଶିଶୁର ଡାକ୍ତରୀ ଚିକିତ୍ସା ପାଇଁ ୨୦୦୦ ଟଙ୍କାରୁ ୮୪୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ  । ଅଧିକନ୍ତୁ ଆମ ଦେଶରେ ପ୍ରତି ବର୍ଷ ରୋଟାଭାଇରସ୍ ଡାଇରିଆ ସମ୍ପର୍କିତ ଡାକ୍ତରୀ ଖର୍ଚ୍ଚର ମୂଲ୍ୟ ହେଉଛି ପ୍ରାୟ ୫୦୦ କୋଟି ଟଙ୍କା  । ଡାଇରିଆଜନିତ ହସ୍ପିଟାଲ୍ ଖର୍ଚ୍ଚ ବହନ କରିବା ପାଇଁ ଅନେକ ପରିବାର ବହୁ କଷ୍ଟର ସମ୍ମୁଖୀନ ହୋଇଥାନ୍ତି  । ଏହା ଦ୍ୱାରା ସମୟ ନଷ୍ଟ ହୋଇଥାଏ ଓ ଅନେକ ପରିବାର ଗୃହରେ ରହିଯିବାରୁ ଉପାର୍ଜନ କରିପାରିନଥାନ୍ତି  । ତାଙ୍କର ରୋଗଗ୍ରସ୍ତ ପିଲାକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ତାଙ୍କ ନିକଟରେ ଉପଯୁକ୍ତ ସମ୍ବଳର ଅଭାବ ରହିଥାଏ  । ପ୍ରାଥମିକ ସ୍ତରରେ ରୋଟାଭାଇରସ୍ରୁ ଶିଶୁକୁ ସୁରକ୍ଷା ଯୋଗାଇବା ଏକ କଠିନ ପଦକ୍ଷେପ  । ପ୍ରଥମ ସ୍ତରରେ ଚାରୋଟି ରାଜ୍ୟରେ ରୋଟାଭାଇରସ୍ ଟିକାକରଣର ଶୁଭାରମ୍ଭ ଓ ଅନ୍ୟାନ୍ୟ ଟିକାକରଣ ସହିତ କେତେକ ସ୍ୱାସ୍ଥ୍ୟଗତ ପଦକ୍ଷେପର ସଂପ୍ରସାରଣ ଦ୍ୱାରା ଗତ କିଛି ବର୍ଷ ମଧ୍ୟରେ ଏହି ସ୍ୱାସ୍ଥ୍ୟଗତ ସମସ୍ୟାକୁ କିଛିକାଂଶରେ ହ୍ରାସ କରାଯାଇପାରିଛି  । ଶରୀର ଉପରେ ରୋଟାଭାଇରସ ଟିକାକରଣର ପ୍ରଭାବ ଉତ୍ତମ ସାବ୍ୟସ୍ତ ହୋଇଛି  । ଏହା ଦ୍ୱାରା ଗୁରୁତର ରୋଟାଭାଇରସ୍କୁ ପ୍ରତିହତ କରାଯାଇପାରୁଛି  । ଶିଶୁମାନଙ୍କଠାରେ ଏହି ଟିକାକରଣ ଦ୍ୱାରା ବହୁସଂଖ୍ୟକ ଡାଇରିଆ ସମ୍ପର୍କିତ ଅସୁସ୍ଥତା, ହସ୍ପିଟାଲାଇଜେସନ ଓ ମୃତୁ୍ୟହାରକୁ ରୋକାଯାଇପାରିଛି  ।
ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଅଧିନରେ ଆମେ ହଜାର ହଜାର ମୃତୁ୍ୟକୁ ରୋକିପାରିବା  । ଆଉ ମଧ୍ୟ ହସ୍ପିଟାଲାଇଜେସନ ଓ ବର୍ହିରୋଗୀମାନଙ୍କ ସଂଖ୍ୟାକୁ କମାଇପାରିବା  । ଏହା କେବଳ ଆମ ପାଇଁ ଏକ ସାମାଜିକ ଅର୍ଥନୈତିକ ପ୍ରଭାବ ହେବ ନାହିଁ, ବରଂ ସମସ୍ତ ପିଲାମାନଙ୍କ ପାଇଁ ଏକ ସମ ମାନର ଉପଯୁକ୍ତ ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ସୁରକ୍ଷା ପଦକ୍ଷେପ ହୋଇପାରିବ  ।


    

Maximum 500 characters