Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ଜିଏସଟି ପରିଷଦର ବୈଠକ

Date: Oct 6, 2017    Views: 52


ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ଲଗାତର ଭାବେ ସମାଲୋଚନାର ଶିକାର ହୋଇ ଆସୁଥିବା କେନ୍ଦ୍ର ସରକାର ଏବେ ଛୋଟ ବ୍ୟବସାୟୀଙ୍କୁ ଦୀପାବଳି ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି  । ଦୀପାବଳୀକୁ ଆଖିଆଗରେ ରଖି କିଛି ବଡ ଘୋଷଣା କରିପାରେ ଜିଏସଟି ପରିଷଦ । ଆଜି ଜିଏସଟି ପରିଷଦର ବୈଠକ ବସିବାକୁ ଥିବାବେଳେ ବ୍ୟବସାୟୀଙ୍କୁ ଜିଏସଟି ରିଟର୍ଣ ଫାଇଲ କରିବାକୁ ନେଇ କିଛିଟା ରିହାତି ମିଳିବା ସମ୍ଭାବନା ରହିଛି ।  ବିଶେଷ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । କ୍ଷୁଦ୍ର ବ୍ୟବସାୟୀ ମାନେ ତ୍ରୟମାସିକ ଭାବେ ଟ୍ୟାକ୍ସ ପଇଠ କରିବା ନେଇ ସରକାର ଘୋଷଣା କରି ପାରନ୍ତି  ।
ଜିଏସଟି ପାଳନ ନେଇ ଥିବା ସମୟ ସୀମାକୁ ମାର୍ଚ ୨୦୧୮ ଯାଏଁ ବଢାଇଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି  । ଟେକ୍ସଟାଇଲ ଇଣ୍ଡଷ୍ଟ୍ରୀକୁ ମଧ୍ୟ ବଡ ରିହାତି ମିଳିବା ସମ୍ଭାବନା ରହିଛି  । ଏହା ସହ ପେଟ୍ରୋଲ-ଡିଜେଲ ଦରକୁ ମଧ୍ୟ ଜିଏସଟି ଅନ୍ତର୍ଭୁକ୍ତ କରିବା ନେଇ ବୈଠକରେ ଆଲୋଚନା ହୋଇପାରେ ।  କମ୍ ଟ୍ୟାକ୍ସ ପଇଠକାରୀଙ୍କ ବୋଝ କମ୍ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ  ।

 


    

Maximum 500 characters