ମୁଖ୍ୟ ଖବର
ଭୁବନେଶ୍ୱର: ଆଶ୍ୱିନ ପୂର୍ଣ୍ଣିମା ଅବସରରେ ମାଆ ମହାଲକ୍ଷ୍ମୀଙ୍କ ଆବାହନ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାଳାନ, କେନ୍ଦ୍ରାପଡା, ଅନୁଗୁଳ, ତାଳଚେର ଆଦି ସହର ଚଳଚଞ୍ଚଳ ହୋଇ ଉଠିଛି । ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ଓ ସୁସଜ୍ଜିତ ପୂଜା ମଣ୍ଡପରେ ମାଆଙ୍କ ପୂଜା ଆରାଧନା କରାଯାଉଛି । ଢେଙ୍କାନାଳ ସହରରେ ୩୯ଟି ପୂଜା ମଣ୍ଡପରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସହରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି । ଆଜି ମଧ୍ୟ ରାଜ୍ୟର ପୁରପଲ୍ଳୀରେ କୁମାର ପୂର୍ଣ୍ଣିମା ପାଳନ କରାଯାଉଛି । କୁମାରୀ କନ୍ୟାମାନେ ନୂତନବସ୍ତ୍ର ପରିଧାନ ପୂର୍ବକ ବାଳ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକି ପୂଜା କରିଥିବା ବେଳେ ସନ୍ଧ୍ୟାରେ ବାଳ ଚନ୍ଦ୍ରଙ୍କୁ ପୂଜା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପୌରାଣିକ ତଥ୍ୟ ଅନୁସାରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କର ପୁତ୍ର କାର୍ତ୍ତିକେୟଙ୍କର ଆଜି ହେଉଛି ଜନ୍ମଦିନ । ତେଣୁ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଓ ସୌମ୍ୟ ବର ପାଇବା ପାଇଁ କୁମାରୀମାନେ ଏହି ଓଷା ତଥା ବ୍ରତ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ ।
Comments ସମସ୍ତ ମତାମତ 0