Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ

Date: Oct 5, 2017    Views: 59


ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକବର୍ଷର ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି । ମୁଦ୍ରାନୀତି କମିଟିର ୨ ଦିନିଆ ବୈଠକରେ ରେପୋ ରେଟକୁ ଅପରିବର୍ତ୍ତିତ ରଖାଯାଇଛି । ମୁଦ୍ରାନୀତି କମିଟିର ୫ ଜଣ ସଦସ୍ୟ ରେପୋ ରେଟକୁ ଅପରିବର୍ତ୍ତିତ ରଖିବା ଲାଗି ମତ ଦେଇଥିବାବେଳେ ଜଣେ ସଦସ୍ୟ ଏହାକୁ ୦.୨୫ ପ୍ରତିଶତ ହ୍ରାସ କରିବା ସପକ୍ଷରେ ଯୁକ୍ତି ବାଢିଥିଲେ । ଫଳରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ ପୂର୍ବପରି ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ପଶ୍ଚାଦଗାମୀ ରେପୋ ରେଟକୁ ମଧ୍ୟ ୫.୭୫ ପ୍ରତିଶତରେ ସ୍ଥିର ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରେପୋ ରେଟ୍ ହେଉଛି ସେହି ହାର ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜି୍ୟକ ବ୍ୟାଙ୍କ ଗୁଡ଼ିକୁ ଋଣ ପ୍ରଦାନ କରିଥାଏ ।
ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତକୁ କମିଯିବ ବୋଲି  ଆକଳନ କରିଛି ।  ପୂର୍ବରୁ ଗତ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ କରିଥିବା ଆକଳନରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତରେ ରହିବ ବୋଲି କହିଥିଲା ।
ତେବେ ରିଜର୍ଭ ବ୍ୟାଙ୍କ ଏସ୍ଏଲ୍ଆର୍ (ନଗଦ ବୈଧାନିକ ଅନୁପାତ)ରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି । ପୂର୍ବରୁ ଏସ୍ଏଲ୍ଆର୍ ୨୦ ପ୍ରତିଶତ ଥିବାବେଳେ ଏବେ ଏହା ୧୯.୫୦ ପ୍ରତିଶତକୁ ଖସିଆସିଛି । ଏସ୍ଏଲ୍ଆର୍ ହ୍ରାସ ଫଳରେ ଋଣ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକ ନିକଟରେ ଅଧିକ ୫୭ ହଜାର କେକ୍ଷଟି ଟଙ୍କାର ଅର୍ଥ ଉପଲବ୍ଧ ହେବ ବୋଲି ଆକଳନ କରାଯାଉଛି ।

 


    

Maximum 500 characters