Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଜଳକୁ ଭାଙ୍ଗିବା ପାଇଁ ନୂଆ ପଦ୍ଧତି

Date: Oct 4, 2017    Views: 55


ୟୁନିଭର୍ସିଟି ଅଫ୍ ହୟୁଷ୍ଟନ୍ର ପଦାର୍ଥ ବିଜ୍ଞାନୀମାନେ ପାଣିରୁ ଉଦ୍ଜାନ ଏବଂ ଅମ୍ଳଜାନ୍ ପୃଥକ୍ କରିବାର ଏକ ନୂତନ ପ୍ରଣାଳୀ ଆବିଷ୍କାର କରିଛନ୍ତି  । ଏଭଳି ପ୍ରଣାଳୀ ବଳରେ ଭବିଷ୍ୟତରେ ଜଳରୁ ଉଦ୍ୟାନକୁ ପୃଥକ୍ କରାଯାଇ ଇନ୍ଧନ ଭାବେ ବ୍ୟବହାର କରାଯାଇପାରିବ  । ଏହି ଅନୁସନ୍ଧାନ ଯୋଗୁଁ ପାଣିରୁ ଉଦ୍ୟାନକୁ ପୃଥକ୍ ନିମନ୍ତେ ଉପୁଜୁଥିବା ପ୍ରାଥମିକ ବାଧାଗୁଡ଼ିକ ଦୂର କରାଯାଇପାରିଛି  । ଉଦ୍ଜାନ ହେଉଛି ଏକ ସ୍ୱଚ୍ଛ ଶକ୍ତି ସ୍ରୋତ  । ଯଦି କୌଣସି ଉତ୍ପ୍ରେରକ ସହାୟତାରେ ପାଣିରୁ ଅମ୍ଳଜାନରେ ମହଜୁଦ୍ ବଣ୍ଡ୍ ସହାୟତାରେ ଉଦ୍ଜାନକୁ ଅଲଗା କରାଯାଏ, ତେବେ ପାଣି ଉଦ୍ଜାନର ଏକ ନିଶ୍ଚିତ ସ୍ରୋତ ହୋଇପାରିବ  । ପାଣିରୁ ଉଦ୍ଜାନ ଏବଂ ଅମ୍ଳଜାନକୁ ପୃଥକ୍ କରିବା ଲାଗି ପ୍ରତ୍ୟେକ ତତ୍ତ୍ୱ ନିମନ୍ତେ ଦୁଇଟି ପ୍ରତିକି୍ରୟାର ଆବଶ୍ୟକତା ପଡ଼ିଥାଏ  । ଜଳରେ ଥିବା ଅମ୍ଳଜାନକୁ ସମୀକରଣ କରିବା ଲାଗି ପ୍ରଭାବୀ ଉତ୍ପ୍ରେରକର ସନ୍ଧାନ ନିମନ୍ତେ ବୈଜ୍ଞାନିକମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା  । ସମ୍ପ୍ରତି ବୈଜ୍ଞାନିକମାନେ ପ୍ରଭାବୀ ଉତ୍ପ୍ରେରକର ସନ୍ଧାନ ପାଇସାରିଛନ୍ତି  । ଏହି ଉତ୍ପ୍ରେରକ ଲୌହ ମେଟାଫସ୍ଫେଟ୍ ଏବଂ କଣ୍ଡକ୍ଟିଭ୍ ନିକେଲ୍ ଫୋମ୍ ପ୍ଲାଟ୍ଫର୍ମରେ ତିଆରି ହୋଇଛି  । ବୈଜ୍ଞାନିକମାନେ କହିଛନ୍ତି ଯେ, ପୂର୍ବରୁ ଜଳରୁ ଉଦ୍ଜାନ ଏବଂ ଅମ୍ଳଜାନକୁ ପୃଥକ୍ କରିବା ଲାଗି ବ୍ୟୟବହୁଳ ପଦ୍ଧତି ଆପଣାଇବାକୁ ପଡ଼ୁଥିଲା  । ମାତ୍ର ଏହି ନୂଆ ପଦ୍ଧତି ବଳରେ ପୃଥକୀକରଣ ନିମନ୍ତେ କମ୍ ସମୟ ଏବଂ କମ୍ ଖର୍ଚ୍ଚ ଲାଗିବ  ।


    

Maximum 500 characters