Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

ପ୍ରଶାସନର ଆଢୁଆଳରେ ଯୁଗଳକଣା ଶବର ସାହି

Date: Oct 4, 2017    Views: 63


ଯାଜପୁର: ସରକାର ପଛୁଆ ବର୍ଗ ତଥା ଆଦିବାସୀ ମାନଙ୍କର ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସରକାରଙ୍କ ପ୍ରଦତ୍ତ ଅନେକ ମୈାଳିକ ସୁବିଧା ଆଦିବାସୀ ମାନେ ପାଇପାରୁନାହାନ୍ତି । ଆଜିବି ଅନେକଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଭଲ ଘର ନଥିବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିବାସୀଙ୍କ କ୍ଷେତ୍ରରେ ଅପହଞ୍ଚ ହୋଇ ରହିଛି ।
କୋରେଇ ବ୍ଲକର  ଗୈାରପୁର ପଞ୍ଚାୟତର ଯୁଗଳକଣା ( ଶବର ପଡା )ଗ୍ରାମ ହେଉଛି ଉଦାହରଣ ଭିତରେ ଅନ୍ୟତମ । ଗ୍ରାମର ଆରମ୍ଭରେ ଥିବା ଶବର ପଡାରେ ୨୦ରୁ  ଊଦ୍ଧ୍ୱର୍  ପରିବାରର ଶତାଧିକ ଲୋକ ବସବାସ କରୁଥିବା ବେଳେ ଅଦ୍ୟାବଧି ବସ୍ତିରେ ଛାତ ଘରଟିଏ ଖୋଜିଲେ ବି ଦେଖିବାକୁ ମିଳେନା । ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ଆଜିବି ସେମାନଙ୍କ ପାଇଁ ଅନକେ ମୌଳିକ ସୁବିଧା ଅପହଞ୍ଚ । ଭଲ ଘର ଖଣ୍ଡେ ମାଗି ମାଗି ୧୭ ବର୍ଷ ବିତିଲା ହେଲେ ମିଳିଲାନି ପକ୍କା ଘର । ଏହି ଆଦିବାସୀ ପଡା ସମେତ ଗ୍ରାମର ୩୫ରୁ ଊଦ୍ଧ୍ୱର୍ ହିତାଧିକାରୀ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କ ଅଭିଯୋଗକୁ ପ୍ରଶାସନିକ ଅଧିକାରୀ ଠାରୁ ରାଜନେତା କେହିବି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୁଏ । ଆଦିବାସୀମାନେ ଦିନ ମଜୁରିଆ ଓ ଖଟିଖିଆ ଶ୍ରେଣୀର ହୋଇଥିବାବେଳେ ନିଜ ଅର୍ଥରେ ଭଲ ଘର ଖଣ୍ଡେ କରିବାକୁ ସେମାନଙ୍କର ସାମର୍ଥ୍ୟ ନଥିବା ସେମାନେ କହନ୍ତି । କିନ୍ତୁ ସେମାନଙ୍କ ପାଇଁ ଆବାସ ଯୋଜନାରେ ଘର ନଥିବା ବେଳେ ଏହି ପଞ୍ଚାୟତରେ ଅନେକ ଥିଲାବାଲା ଘର ହାତେଇଥିବା ଦେଖିବାକୁ ମିଳେ । ୧୫ ବର୍ଷ ତଳେ ସେମାନଙ୍କୁ ଘର କରବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ସେଥିିରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରନ୍ତି ।
ଏପରିକି ପ୍ରଥମ କିସ୍ତି ପରେ ସେମାନଙ୍କୁ ଆଉ ଦ୍ୱିତୀୟ କିସ୍ତି ଟଙ୍କା ମିଳିଲାନି । ଫଳରେ କିଛି ଲୋକଙ୍କ ଘର ଅଧପନ୍ତରିଆ ହୋଇ ରହିଯାଇଛି । ଗ୍ରାମର ୩୦ ରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବା ସମ୍ପୂର୍ଣ୍ଣ ଟଙ୍କା ପ୍ରଦାନ କରାନଯାଇ ଚଳୁ କରାଯାଇଥିିବା ଅଭିଯୋଗ ହୁଏ । ଗୃହ ପାଇଥିବା ହିତାଧିକାରୀ ବ୍ଲକ କାର୍ଯ୍ୟଳୟ ଦୋ÷ଡି ଦୌଡି ନିରାଶ ହୋଇଯାଇଥିବାବେଳେ ଏତେ ସଂଖ୍ୟାର ଆବାସ ଘର ଯୋଜନା ଅର୍ଥ ଗଲା କୁଆଡେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ବାସ ଗୃହ ନଥାଇ ମଧ୍ୟ କାହାର କାହାର ସରକାରୀ ଖାତାରେ ବାସଗୃହ ଥିବା ଦର୍ଶାଯାଇଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେମାନେ ଘର ପାଇପାରୁନାହାନ୍ତି । ପଡା ନିକଟରେ ଥିବା ପୋଖରୀଟି ଉପରେ ଶବର ପଡା ସମେତ ଗ୍ରାମର ୫୦ପ୍ରତିଶତ  ଲୋକ ନିର୍ଭର କରୁଥିବାବେଳେ ଦୀର୍ଘ ୧୫ ବର୍ଷ ହେବ ଏହାର ଉଦ୍ଧାର କାର୍ଯ୍ୟ କରାଯାଇନଥିବାରୁ ପୋତି ହୋଇ ପଡିଲାଣି ।  ଏହି ପଡାର ଅଧିକାଂଶ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବାବେଳେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ସ୍ଥାପିତ ଲିଫ୍ଟ ଇରିଗେସନ ବୋରିଂ ଏଠାରେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ସ୍ଥାନୀୟ ଅନ୍ୟ ଗ୍ରାମରେ ଏହା କାର୍ଯ୍ୟକ୍ଷମ ହୋଇଥିବାବେଳେ ଏଠାରେ ଠିକାଦାର ତଥା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ଏମାନେ ଏକ ପ୍ରକାର ଅଭିଶକ୍ତ ଜୀବନ ବିତାଉଛନ୍ତି । ଏଣେ ଗାଁ ମୁଣ୍ଡରେ ହୋଇଥିବା ଏକ ଆଡିବନ୍ଧ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଯୋଗୁ ଗାଁ ମୁଣ୍ଡରେ କେତେ ବେଳେ ପ୍ରବଳ ଜଳ ଠେସୁଛି ତ ଆଉ କେତେ ବେଳେ ଜଳ ପ୍ରଭାବର ଦିଗ ପରିବର୍ତ୍ତନ ହୋଇ ଚାଷୀ କୁଳକୁ ସମସ୍ୟାରେ ପକାଇ ଦେଇଛି । ଗ୍ରାମରେ ଥିବା ଅଙ୍ଗନାୱାଡି କେନ୍ଦ୍ର ଠିକ ଭାବରେ ଖୋଲାଯାଉନଥିବା ଗ୍ରାମବାସୀଙ୍କ ନିକଟରୁ ଜାଣିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଭଲ ରାସ୍ତା, ପକ୍କା ଗୃହ ଭଳି ଅନେକ ଯୋଜନାରୁ ବଞ୍ଚିତ ଗ୍ରାମବାସୀଙ୍କ ଦୁର୍ଦ୍ଧଶା ଦିନକୁ ଦିନ ବଢୁଥିଲେ ମଧ୍ୟ ରାଜନୈତିକ ବ୍ୟକ୍ତି ଓ ପ୍ରଳଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ଏଯାଏଁ କେବଳ ପ୍ରତିଶୃତିରେ ରହିଛି । ସେମାନଙ୍କର ସମସ୍ୟା କିଭଳି ଭାବେ ଦୂର ହୋଇପାରିବ ସେ ଦିଗରେ ସ୍ଥାନୀୟ ବିଧାୟକ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି । ଏଣୁ ଆଦିବାସୀଙ୍କ ଚଳନୀ ଓ ଜୀନନ ଶୈଳିରେ ଉନ୍ନତି ଆଣିବା ପାଇଁ ସରକାରୀ ସ୍ଥରରେ ବହୁ ଯୋଜନା ମାନ କରାଯାଉଥିବା ବେଳେ ଏହା ଯେ କେବଳ କାଗଜ କଲମରେ ହିଁ ସୀମିତ ହୋଇ ରହିଯାଉଛି ଏହି ଆଦିବାସୀ ବସ୍ତି ବାସିନ୍ଦାଙ୍କ ଅଭିଯୋଗରୁ ଜଣାପଡ଼ୁଛି ।


    

Maximum 500 characters