Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ଲକ୍ଷ୍ମୀପୂଜା ପାଇଁ ଢେଙ୍କାନାଳ ଚଳଚଞ୍ଚଳ

Date: Oct 4, 2017    Views: 51


 ଢେଙ୍କାନାଳ : ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ସହର  ସଜେଇ ହେବା ସହ ପୂଜା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପଗୁଡିକ  ଭିନ୍ନଧରଣ ରଙ୍ଗ ଦେବାଲାଗି  ତୋରଣ, ଲାଇଟ୍ ଗେଟ୍ ଏବଂ ମଣ୍ଡପ ଆଦି ସାଜସଜ୍ଜାକୁ ଜୋର ସୋରରେ ଚଳାଇଛନ୍ତି । କାରିଗରମାନେ ମା’ ଗଜଲକ୍ଷ୍ମୀଙ୍କ ପ୍ରତିମାରେ ଶେଷ ସ୍ପର୍ଶ ଦେବାପାଇଁ ମଧ୍ୟ ତପôତର ହୋଇ ଉଠିଛନ୍ତି ।  ୧୯୨୩ ମସିହାରୁ ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ଢେଙ୍କାନାଳରେ  ମା’ ଗଜଲକ୍ଷ୍ମୀଙ୍କ ଗଣପର୍ବ ଆରମ୍ଭ ହୋଇଛି । ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭାଇଚାରା ମଧ୍ୟରେ ସହରବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ଐତିହ୍ୟ, ସଂସ୍କୃତି ସୃଷ୍ଟି କରିଛି । ପ୍ରତ୍ୟେକ ପୂଜା ଅନୁଷ୍ଠାନ ଗୁଡିକ କାର୍ପଣ୍ୟତା ନରଖି ନିଜ ସକ୍ଷମ ମତେ  ବଜାର ତଥା ପୂଜା ମଣ୍ଡପକୁ ସଜାଇ ଦର୍ଶକଙ୍କୁ ଆକର୍ଷଣ କରିବା ପାଇଁ ପ୍ରତିଯୋଗିତା କରୁଛନ୍ତି । ମା’ଙ୍କ ର ଏହି ମହୋତ୍ସବ ସହରବାସୀଙ୍କ ମଧ୍ୟରେ ନୂତନ ଉନ୍ମାଦନା ଭରିଦେବା ସହ ଶାନ୍ତି, ମୈତ୍ରୀ ଏବଂ ସୌହାର୍ଦ୍ଧ୍ୟ ବାର୍ତ୍ତା ପ୍ରଦାନ କରୁଛି । କୁମାର ପୂର୍ଣ୍ଣିମା ଦିନ ମା’ଙ୍କର ଧରାବତରଣକୁ ଦୃଷ୍ଟିରେ ରଖି  ପୂଜା ପ୍ରତିଷ୍ଠାନଗୁଡିକ ନିଜ ମଣ୍ଡପକୁ  ସାଜସଜ୍ଜାକୁ ନେଇ ତପôର ହୋଇଉଠିଛନ୍ତି । ପୂର୍ବରୁ ପୂଜା ମଣ୍ଡପଗୁଡିକରେ ମା’ଙ୍କର ଖଡିରଙ୍ଗଲାଗିବା ପରେ ଏବେ ବିଭିନ୍ନ ରଙ୍ଗରେ ମାଙ୍କୁ ସଜ୍ଜିତ କରାଯାଉଛି ।
ଚଳିତବର୍ଷ ସହରରେ ୩୮ ଟି ଉଦ୍ଧ୍ୱର୍ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଅନୁକୂଳ ପାଗ ଯୋଗୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି ।  ଦୀର୍ଘ ୧୧ ଦିନ ଧରି ହେବାକୁଥିବା ଏହି ପୂଜା ମଧ୍ୟରେ ସବୁ ପୂଜା ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରଶାସନ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଏବଂ ଲୋକକଳା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ସହର ଉପକଣ୍ଠ ମହିଁଷାପାଟ ଛକ ଠାରେ ଅନୁଷ୍ଠିତ ହେବାକୁ ଥିବା ପଲିଶ୍ରୀ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାମଗ୍ରୀ ଉପଲବ୍ଧ ହେବ । ବର୍ଷା ଯୋଗୁ ତୋରଣଗୁଡିକୁ ସଜ୍ଜାଇବାରେ ବିଳମ୍ବ ହୋଇଥିଲେ ମଧ୍ୟ ଏବେ ଦିନରାତି ଏକ କରି କାରିଗରମାନେ କାମରେ ଲାଗିପଡିଛନ୍ତି । ପୂଜାକୁ ଆଖିଆଗରେ ରଖି ରଥଗଡା ଠାରେ ବିଭିନ୍ନ ପ୍ରକାର ଦୋଳି ଓ ମୀନାବଜାରମାନ ପଂହଚି ସେମାନଙ୍କର ପସରା ମେଲାଇବା ଆରମ୍ଭ କଲେଣି ।
ବସ୍ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ଚଳିତବର୍ଷ ୫୦ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଚଳିତବର୍ଷ ମଣ୍ଡପରେ ଶ୍ରୀମନ୍ଦିରରେ ପ୍ରଚଳିତ ଦେବଦାସୀ ପ୍ରଥା ନେଇ ଜଗନ୍ନାଥଙ୍କ ସମ୍ମୁଖରେ ମା’ ଲକ୍ଷ୍ମୀଙ୍କ ଓଡିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶତ ହେବ ।  ମଉଡମଣୀ ମୀନାବଜାରର ଶ୍ରୀ ଶ୍ରୀ ରାଜଲକ୍ଷ୍ମୀ ପ୍ରତିଷ୍ଠାନର ଚାନ୍ଦିମେଢ ସାଙ୍ଗକୁ ଚଳିତବର୍ଷ ମଣ୍ଡପକୁ କୋଲକାତାର ଏକ ଲକ୍ଷ୍ମୀ ମନ୍ଦିର ସଦୃଶ ତୋରଣରେ ସଜା ଯାଉଥିବା  ବେଳେ ଭୁବନେଶ୍ୱରରୁ  ଭିନ୍ନକ୍ଷମମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ଅଭିମନୁ୍ୟ ବେହେରା ପ୍ରକାଶ କରିଛନ୍ତି ।  ସେହିପରି କୈବଲ୍ୟ ବଜାର ପୂଜା ମଣ୍ଡପରେ ମା’ଙ୍କର ସୁନା ମୁକୁଟ ଏବଂ ଚାନ୍ଦିମେଢ କରାଯାଉଥିବା କମିଟିର କୋଷାଧ୍ୟକ୍ଷ ମଦନମୋହନ ପଣ୍ଡାଙ୍କ ଠାରୁ ଜଣାଯାଇଛି । ଚଳିତବର୍ଷ ଗଣେଶ ବଜାର ପୂଜା କମିଟିର ପକ୍ଷରୁ  ବିଭିନ୍ନ କୋଳି ମଞ୍ଜି  ସଂଗ୍ରହ କରି ଏକ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ଯାହାକି  ସ୍ୱଚ୍ଛତା ସଂପର୍କିିତ ଏକ ବାର୍ତ୍ତା ପ୍ରଦାନ କରିବ । ଏଥିସହ ପୂଜା କମିଟି ପକ୍ଷରୁ ଏକ ଅସ୍ଥାୟୀ ସୂଚନା କେନ୍ଦ୍ର କରାଯିବାର କାର୍ଯ୍ୟକ୍ରମ ରହିଛି  । ଜବାହାରଚୌକ୍ ପୂଜା ପ୍ରତିଷ୍ଠାନ ପକ୍ଷରୁ ଏଥର ମଣ୍ଡପକୁ ତିରୁପତିର ବାଲାଜୀ ମନ୍ଦିର ସ୍ୱରୂପ କରାଯାଉଥିବା ବେଳେ ତା’ ମଧ୍ୟରେ ମା’ଙ୍କୁ ଆବାହନ କରାଯିବ  ।
ଲକ୍ଷ୍ମୀବଜାର ପ୍ରତିଷ୍ଠାନ ପକ୍ଷରୁ ଚଳିତବର୍ଷ ମା’ଙ୍କ ମଣ୍ଡପରେ ଏକ ପ୍ରାସାଦ ମଧ୍ୟରେ ଜଗନ୍ନାଥଙ୍କ ସୁନାବେଶ ଓ ବିକ୍ରମ ବେତାଳ ସ୍ୱରୂପ ପ୍ରଦର୍ଶନ କରାଯିବ ବୋଲି ଜଣାଯାଇଛିି ।  ସେହିପରି ପଦ୍ମ ବଜାରରେ ଚଳିତ ବର୍ଷ ପୂଜା ମଣ୍ଡପକୁ ଶ୍ରୀ ମନ୍ଦିରର ରୂପରେ ସଜ୍ଜାଯାଉଛି ।
ପୂଜାକୁ ଲକ୍ଷ୍ୟ ରଖି ସହରର ରାସ୍ତାଘାଟ, ଡ୍ରେନ୍, ପରିମଳ ବ୍ୟବସ୍ଥାକୁ ଠିକ୍ କରାଯିବା ପାଇଁ ଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକରେ ସହରକୁ ସରସ ସୁନ୍ଦର ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉନଥିବା ଦେଖାଦେଇଛି ।
 ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଡ୍ରେନ୍ ପାଣି ଲହଡି ଭାଙ୍ଗିବାସହ ଅଳିଆ, ଆବର୍ଜନା ଓ ଖଲି ଚଉପତି ସବୁ ରାସ୍ତା ଉପରେ ଜମା ହେଉଛି । ତେଣୁ ପୂଜା ପୂର୍ବରୁ ସହରକୁ ପରିଷ୍କାର ପରିଚ୍ଛନ କରିବା ଲାଗି ସାଧାରଣରେ ଦାବି ହେଉଛି ।


    

Maximum 500 characters