Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ମୁଁ ବୋକା ନୁହେଁ ଯେ ରାଷ୍ଟ୍ରୀୟ ପୁରସ୍କାର ଫେରାଇବି: ପ୍ରକାଶ ରାଜ୍

Date: Oct 4, 2017    Views: 73


ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ସିଂଘମ’ ଓ ‘ଦବଙ୍ଗ’ ଭଳି ଫିଲ୍ମରେ ଭିଲେନ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ରାଜ ଆଜି କାଲି ଖୁବ୍ ଚର୍ଚ୍ଚାରେ ରହିଛି । ପ୍ରକାଶ ରାଜ ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଥିଲେ  ସେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ସେ ଭୟ କରୁଛନ୍ତି । ଏହା ସହ ଖବର ଆସିଥିଲା ଯେ ଏଥିପାଇଁ  ପ୍ରକାଶ ରାଜ ତାଙ୍କର ରାଷ୍ଟ୍ରୀୟ ପୁରସ୍କାର ଫେରାଇ  ଦେବାର ଘୋଷଣା କରିଥିଲେ । କିନ୍ତୁ ବିଳମ୍ବିତ ରାତିରେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ ମୁଁ ବୋକା ନୁହେଁ ଯେ ରାଷ୍ଟ୍ରୀୟ ପୁରସ୍କାର ଫେରାଇ ଦେବି । ପ୍ରକାଶ ରାଜ ଗତ କାଲି ରାତିରେ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓ ଅନୁସାରେ ସେ କହିଥିଲେ ରାଷ୍ଟ୍ରୀୟ ପୁରସ୍କାରକୁ   ଫେରାଇ ଦେବାକୁ ଚାହାଁନ୍ତି ବୋଲି ଖବର ମିଳୁଛି । ଦେଖିବାକ ବିଭିନ୍ନ ଟିଭି ଚ୍ୟାନେଲରେ ଖବର ପ୍ରସାରିତ ହେବାର ଦେଖିବାକୁ ପାଇଛି ଯେ  ମୁଁ ପୁରଷ୍କାର ଫେରାଇବାର ନିଷ୍ପତ୍ତି ନେଇଛି । ଯାହାକି ସମ୍ପୂର୍ଣ୍ଣ ଭାବରେ ମିଛ କଥା । ମୁଁ ଏତେ ବୋକା ନୁହେଁ ଯେ ରାଷ୍ଟ୍ରୀୟ ପୁରଷ୍କାର ଫେରାଇ ଦେବି । ଏହା ମୋର କାର୍ଯ୍ୟକୁ ଦେଖି ଦିଆଯାଇଛି । ଯାହାକୁ ନେଇ ମୁଁ ଖୁବ୍ ଗର୍ବିତ । ଏହା ପୂର୍ବରୁ ସେ  ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ନିନ୍ଦା କରି କହିଥିଲେ ଯଦି ସେ ଏଭଳି ନିରବ ରୁହନ୍ତି ତେବେ ମୁଁ ମୋର  ୫ ମ ରାଷ୍ଟ୍ରୀୟ ପୁରଷ୍କାର ତାଙ୍କୁ ଫେରାଇ ଦେବି । କାରଣ ପ୍ରଧାନମନ୍ତ୍ରୀ ମୋ’ ଠାରୁ ବହୁତ ବଡ କଳାକାର ବୋଲି ସେ କହିଥିଲେ ।

 


    

Maximum 500 characters