Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ପୁଣି ଆସିବ ଅକ୍ଷୟ ଓ କାଟ୍ରିନା ଯୋଡ଼ି

Date: Oct 3, 2017    Views: 56


ପ୍ରାୟ ୭ ବର୍ଷ ଧରି ଅକ୍ଷୟ କୁମାର ଓ କାଟ୍ରିନା କୈଫ୍ଙ୍କ ଯୋଡ଼ିକୁ ଦର୍ଶକ ପରଦାରେ ଦେଖିବାକୁ ପାଇନାହାନ୍ତି  । ଏହି ଯୋଡ଼ିଙ୍କର ଶେଷ ସିନେମା ଥିଲା ଫରାହ ଖାନ୍ଙ୍କ ନିଦେ୍ର୍ଧଶିତ ‘ତିସମାର୍ ଖାନ୍’  । ଏହା ବକ୍ସଅଫିସ୍ରେ ଫ୍ଲପ୍ ହୋଇଥିଲା  । ଏବେ ଖବର ମିଳିଛି ଯେ ପୁଣିଥରେ ଅକ୍ଷୟ କୁମାର ଓ କାଟ୍ରିନା କୈଫ୍ଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ  । ପ୍ରାପ୍ତ ସୂଚନା ଅନୁଯାୟୀ ନିର୍ମାତା-ନିଦେ୍ର୍ଧଶକ କରଣ ଜୋହର ଓ ଅଭିନେତା-ନିର୍ମାତା ସଲମାନ୍ ଖାଁ ମିଳିତ ଭାବେ ଏକ ସିନେମା ନିର୍ମାଣ କରୁଛନ୍ତି, ଯେଉଁଥିରେ ଅକ୍ଷୟ କୁମାରଙ୍କ ବିପକ୍ଷରେ କାଟ୍ରିନାଙ୍କୁ ନିଆଯାଇଛି  । ଏହି ଫିଲ୍ମର ଟାଇଟଲ୍ ଏଯାବତ୍ ଫାଇନାଲ ହୋଇନାହିଁ  । ତେବେ ଅକ୍ଷୟ-କାଟ୍ରିନା ଯୋଡ଼ିଙ୍କ ହିଟ୍ ଫିଲ୍ମ ‘ହମ୍କୋ ଦିୱାନା କରଗୟେ’ର ନିଦେ୍ର୍ଧଶକ ରାଜ କୱଁରଙ୍କ ସହକାରୀ ଥିବା ଅନୁରାଗ ସିଂହ ଏହି ସିନେମାର ନିଦେ୍ର୍ଧଶନା ଦେବେ ବୋଲି ଜଣାଯାଇଛି  ।
ଏଠାରେ ସୂଚନାଯୋଗ୍ୟ ଯେ ଅକ୍ଷୟ ଏବଂ କାଟ୍ରିନାଙ୍କ ଯୋଡ଼ିକୁ ଦର୍ଶକ ଅତୀତରେ ନମସ୍ତେ ଲଣ୍ଡନ, ୱେଲକମ୍ ଓ ସିଂ ଇଜ୍ କିଙ୍ଗ୍ ଭଳି କେତେକ ସିନେମାରେ ମଧ୍ୟ ଦେଖିବାକୁ ପାଇଥିଲେ  । ସଂପ୍ରତି କାଟ୍ରିନା ‘ଟାଇଗର ଜିନ୍ଦା ହୈ’ ସିନେମାରେ ସଲମାନଙ୍କ ସହ କାମ କରୁଛନ୍ତି  । ଏହାପରେ ଅମୀର ଖାନ୍ ଓ ଅମିତାଭ ବଚ୍ଚନଙ୍କ ସହିତ ସେ ‘ଠଗ୍ ଅଫ୍ ହିନ୍ଦୁସ୍ତାନ୍’ରେ କାମ କରିବେ  । ଅପରପକ୍ଷରେ ଅକ୍ଷୟ କୁମାରଙ୍କ ନୂଆ ସିନେମା ‘ଟଲେଟ୍ ଏକ୍ ପ୍ରେମ କଥା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି  ।


    

Maximum 500 characters