Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ନେପୋଟିଜିମ୍ ନେଇ ମୁଁହ ଖୋଲିଲେ କରୀନା

Date: Oct 3, 2017    Views: 77


ମୁମ୍ବାଇ: ବଲିଉଡ୍ରେ ନେପୋଟିଜିମ୍ ପ୍ରସଙ୍ଗକୁ ନେଇ ଢେର ଦିନ ହେବ ଚର୍ଚ୍ଚା ଲାଗିରହିଛି  । ବିଶେଷ କରି ସେକ୍ସି ହୀରୋଇନ୍ କଙ୍ଗନା ରାନାୱତ୍ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ପରେ ଏହାକୁ ନେଇ ବିବାଦ ଉଠିଛି  ।
ଏବେ ନେପୋଟିଜିମ୍ ପ୍ରସଙ୍ଗରେ ନିଜର ମତବ୍ୟକ୍ତ କରିଛନ୍ତି ବେବୋ ଓରଫ କରୀନା କପୁର  । ଫିଲ୍ମ ଫେଆର ମାଗାଜିନ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ବିଷୟରେ ନିଜର ସ୍ପଷ୍ଟ ମତପୋଷଣ କରିଛନ୍ତି  । ସେ କହିଛନ୍ତି ଯେ ଯଦି ଏଠି ରଣବୀର କପୁରଙ୍କ ପରି କପୁର ଖାନ୍ଦାନର ଦାୟାଦ ଅଛନ୍ତି, ସେଠି ରଣବୀର ସିଂହଙ୍କ ପରି ଷ୍ଟାର୍ ବି ଅଛନ୍ତି, ଯାହାଙ୍କର ଫ୍ୟାମିଲି ବ୍ୟାକ୍ଗ୍ରାଉଣ୍ଡ୍ ଫିଲ୍ମ ଦୁନିଆଁ ସହ ନାହିଁ  । ଠିକ୍ ସେମିତି ଏଠି ଆଲିଆ ଭଟ୍ଟ ଅଛନ୍ତି, ସେମିତି କଙ୍ଗନା ରାନାୱତ୍ ବି ଅଛନ୍ତି  ।
କରୀନା ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି  । ସେ କହିଛନ୍ତି, ନେପୋଟିଜମ କ’ଣ ଅନ୍ୟ ବୃତ୍ତିରେ ନାହିଁ ? ବ୍ୟବସାୟୀର ପୁଅ ବ୍ୟବସାୟୀ ହେଉଛି, ନେତାଙ୍କ ପୁଅ ବି ତାଙ୍କ ସ୍ଥାନ ନେଉଛନ୍ତି, କିନ୍ତୁ ଏମାନଙ୍କୁ କେହି ନେପୋଟିଜିମ୍  ଭିତରେ ଆସୁନାହାଁନ୍ତି  । କେବଳ ଫିଲ୍ମ ଇଣ୍ଡଷ୍ଟି୍ରରେ ଏକଥା କାହିଁକି ଉଠୁଛି ? ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଠି ଯଦି ସେଭଳି ହେଉଥାନ୍ତା, ତେବେ ଷ୍ଟାରର ପୁଅ,ଝିଅ ତ ନମ୍ବରୱାନ୍ ହୋଇଥାନ୍ତେ  । ଏଠି ତାହା ଚାଲେ ନାହିଁ, ବରଂ କେବଳ ପ୍ରତିଭା ବଳରେ ସମସ୍ତେ ବଲିଉଡ୍ରେ ନିଜର ସ୍ଥାନ ତିଆରି କରିଥାନ୍ତି  ।


    

Maximum 500 characters