Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଅବସାଦ ବଢ଼ାଏ ଗର୍ଭ ନିରୋଧକ ବଟିକା

Date: Oct 3, 2017    Views: 53


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ସାରା ବିଶ୍ୱରେ ୧୦୦ କୋଟିରୁ ଊଦ୍ଧ୍ୱର୍ ମହିଳା ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥାଆନ୍ତି  । ୧୯୬୦ ମସିହାରୁ ଗର୍ଭ ନିରୋଧକ ବଟିକାର ପ୍ରଚଳନ ଆରମ୍ଭ ହେବା ପରେ ଏହାକୁ ବ୍ୟବହାର କରୁଥିବା ମହିଳାମାନଙ୍କଠାରେ ଭିନ୍ନ ଭିନ୍ନ ପାଶ୍ୱର୍ ପ୍ରତିକି୍ରୟା ସୃଷ୍ଟି ହୋଇଥିବାର ପ୍ରମାଣ ମିଳିଛି  । ଡେନ୍ମାର୍କର କେତେକ ଅନୁସନ୍ଧାନକାରୀଙ୍କ ପକ୍ଷରୁ କରାଯାଇଥିବା ଅଧ୍ୟୟନ ମୁତାବକ ଗର୍ଭ ନିରୋଧକ ବଟିକା ବ୍ୟବହାର କରୁଥିବା ଅଧିକାଂଶ ମହିଳା ଅବସାଦଗ୍ରସ୍ତ ରହିଥାଆନ୍ତି  । ସେମାନେ ନିଜ ଅଧ୍ୟୟନରେ ୧୦ ଲକ୍ଷ ମହିଳାଙ୍କ ଡାକ୍ତରୀ ରିପୋର୍ଟ ସାମିଲ କରିଥିଲେ  । ଏଥିରୁ ଜଣାପଡ଼ିଛି ଯେ, ଗର୍ଭ ନିରୋଧକ ବଟିକା ବ୍ୟବହାର କରିଥିବା ୧୫ରୁ ୩୪ ବର୍ଷ ବୟସ୍କା ମହିଳାମାନେ ପୂର୍ବରୁ କେବେ ଏଭଳି ଅବସାଦର ଶିକାର ହୋଇନଥିଲେ  । ଯେବେଠାରୁ ଗର୍ଭ ନିରୋଧକ ବଟିକା ବ୍ୟବହାର କଲେ ସେବେଠାରୁ ସେମାନଙ୍କଠାରେ ଅବସାଦର ଲକ୍ଷଣ ପ୍ରକାଶ ପାଇଲା  । ସେମାନଙ୍କ ମଧ୍ୟରୁ ଅନେକ ମହିଳା ଅବସାଦଗ୍ରସ୍ତକୁ ରୋକିବା ଲାଗି ଔଷଧ ଗ୍ରହଣ କରିବା ସହ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ  । ୟୁନିଭର୍ସିଟି ଅଫ୍ ଏଭର୍ଡିନ୍ର ପ୍ରାଇମେରୀ କେୟାରର ପ୍ରଫେସର୍ ଫିଲ୍ ହାନାଫୋଡର଼୍ ଏ ନେଇ କହିଛନ୍ତି ଯେ, ଗର୍ଭ ନିରୋଧକ ବଟିକା ଗ୍ରହଣ କରିବା ଯୋଗୁଁ ଯେଉଁ ଅବସାଦ ସୃଷ୍ଟି ହୁଏ ତାହା ଏତେ ଗମ୍ଭୀର ନୁହେଁ  । ବହୁତ କମ୍ ପାଶ୍ୱର୍ ପ୍ରତିକି୍ରୟା ପଡ଼ିଥାଏ  ।


    

Maximum 500 characters