Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

‘ଧୂମ୍-୪’ରେ ଶାହରୁଖ୍ ଖାନ୍!

Date: Oct 2, 2017    Views: 48


ମୁମ୍ବାଇ: ନିର୍ମାତା ଆଦିତ୍ୟ ଚୋପ୍ରା ତାଙ୍କର ସୁପରହିଟ୍ ଆକ୍ସନ ସିରିଜ୍ ‘ଧୂମ୍’କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି  । ଏହାର ପ୍ରଥମ ଫିଲ୍ମ ‘ଧୂମ୍’ରେ ଜନ୍ ଆବ୍ରାହମ୍ ଭିଲେନ୍ ବନିଥିଲେ  । ‘ଧୂମ୍ ଟୁ’ରେ ହି୍ରତିକ୍ ରୋଶନ୍ ଥିଲେ ଲିଡ୍ ରୋଲରେ  । ତା’ପରେ ‘ଧୂମ୍-୩’ରେ ନିର୍ମାତା ଆଦିତ୍ୟ ଓ ନିଦେ୍ର୍ଧଶକ ବିଜୟ କୃଷ୍ଣ ଆଚାର୍ଯ୍ୟ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍ଙ୍କୁ ନେଇଥିଲେ  । ଉକ୍ତ ତିନିଟି ସିନେମା ବ୍ଲକ୍ ବଷ୍ଟର ହୋଇଥିଲା  । ଏବେ ଏହି ସିରିଜ୍ର ପରବର୍ତ୍ତୀ ସଂସ୍କରଣ ‘ଧୂମ୍-୪’କୁ ନେଇ ଚର୍ଚ୍ଚା ଚାଲିଛି  । ଏବେ ଆଦିତ୍ୟ ଚୋପ୍ରା ଏହାର ସ୍କ୍ରିପ୍ଟ ପ୍ରସ୍ତୁତିର ଦାୟିତ୍ୱ ଦେଇଛନ୍ତି ମନିଷ ଶର୍ମାଙ୍କୁ  । ସେ ହିଁ ଏହାର ନିଦେ୍ର୍ଧଶନା ଦେବେ ବୋଲି ମଧ୍ୟ ଜଣାଯାଇଛି  । ତେବେ ଏହି ସିନେମାରେ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି  । ଏଣେ ଚର୍ଚ୍ଚା ହେଉଛି ଯେ, ନିର୍ମାତା ଆଦିତ୍ୟ ଚୋପ୍ରା ଏଥିପାଇଁ ଶାହାରୁଖ୍ ଖାନ୍ଙ୍କୁ ସବୁଜ ସଂକେତ ଦେଇଛନ୍ତି  । ତେବେ ସ୍କ୍ରିପ୍ଟ ପ୍ରସ୍ତୁତି ଶେଷ ହେବାପରେ ଏହି ଡିଲ୍ ଫାଇନାଲ ହେବ  । ତେଣେ ଶାହାରୁଖ୍ ଖାନ୍ଙ୍କ ପୂର୍ବ ଫିଲ୍ମ ‘ଜବ୍ ହେରି ମେଟ୍ ସେଜଲ୍’ ଫ୍ଲପ୍ ହେବାପରେ ସେ ବି ଯଶରାଜ୍ ବ୍ୟାନରରେ ଏହି ଫିଲ୍ମ କରିବାକୁ ଚାହୁଁଥିବା କୁହାଯାଉଛି  ।


    

Maximum 500 characters