Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

Date: Sep 28, 2017    Views: 77


ଭବାନୀପାଟଣା: ଗୁରୁବାର କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ଭବାନୀପାଟଣାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପ୍ରଶାସନର ସଚେତନତା ସତ୍ତ୍ୱେ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ହଜାର ହଜାର ପଶୁବଳି ଶ୍ରଦ୍ଧାଳୁ ଦେଉଛନ୍ତି ।
ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମା’ଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ଗତକାଲି ମହାଷ୍ଟମୀ ମଧ୍ୟରାତିରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା “ଛତର’ ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିରକୁ ଯାଉଛନ୍ତି । ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି ଓ କୁକୁଡ଼ା ଆଦି ହଜାର ହଜାର ମାତ୍ରାରେ ବଳି ଦେଉଛନ୍ତି । ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠିଛି ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା ।  ଅନ୍ୟପଟେ ଚକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଉଡ଼ାଇଛନ୍ତି ଏବଂ ମା’ଙ୍କ  ଆଶୀର୍ବାଦ ଭିକ୍ଷା କରିଛନ୍ତି ।


    

Maximum 500 characters