Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ଧରାପୃଷ୍ଠକୁ ଆସିବେ ମା ଦଶଭୂଜା

Date: Sep 25, 2017    Views: 77


ଭୁବନେଶ୍ୱର:ଧରାପୃଷ୍ଠକୁ ଆସିବେ ମା ଦଶଭୂଜା । ମା’ଙ୍କ ଆବାହନ ପାଇଁ ଗାଁରୁ ସହର ସବୁଠି ଜୋରଦାର ପ୍ରସ୍ତୁତି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହେଲାଣି ପୂଜା ମଣ୍ଡପ । ପୂଜାକୁ ଆକର୍ଷଣୀୟ କରିବା ପାଇଁ କଟକ ଖାନନଗର ପୂଜା କମିଟି କରିଛି ସୁନ୍ଦର ସାଜସଜା  । ମଣ୍ଡପରେ ମା ଜଗଦାତ୍ରୀଙ୍କୁ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି  । ଆସନ୍ତାକାଲି ମଣ୍ଡପରେ ଷଷ୍ଠୀ ପୂଜା କରାଯିବ ।
ଜମିଲାଣି ଦଶରା ବଜାର  । ଶକ୍ତିପୀଠରେ ମାଙ୍କ ନବରାତ୍ରୀ ପୂଜା ·ଲିଥିବା ବେଳେ ଆସନ୍ତାକାଲିଠୁ ପୂଜାମଣ୍ଡପରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ  । ଆଜି ପୀଠରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ କାଲି ମଣ୍ଡପରେ ଷଷ୍ଠୀ ପୂଜା କରାଯିବ  । ମା’ ଦଶଭୂଜାଙ୍କର ବିଲ୍ୱବରଣ କରାଯାଇ ଚକ୍ଷୁଦାନ କରାଯିବା ପରେ ବିଧିମୁତାବକ ପୂଜାର୍ଚ୍ଚନା କରାଯିବ  ।  ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି  ।  ମା’ଙ୍କ ସ୍ୱାଗତ ପାଇଁ ସଜେଇ ହେଲାଣି ସମ୍ବଲପୁର ସହର  ।
ବିଭିନ୍ନ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହେଲାଣି କହିଲେ ଚଳେ  । ସମ୍ବଲପୁର ଧନୁପାଲି ମଣ୍ଡପରେ ରାଣୀ ମହଲ ତିଆରି କରାଯାଇଥିବା ବେଳେ ମୂର୍ତ୍ତି କାରିଗର ମାନେ ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି  । ସେପଟେ ଆଲୋକମାଳାରେ ସଜେଇ ହେଲାଣି ଷ୍ଟିଲ ସିଟି  । ପ୍ରତିବର୍ଷ ଭଳି ଏ ବର୍ଷ ବି ରାଉରକେଲାରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକମାଳରେ ଝଲସୁଛି  । ପୂଜାକୁ ନେଇ ପ୍ରତିଦ୍ୱନ୍ଦିତା ·ଲିଥିବା ବେଳେ କେଉଁଠି କାନାଡାର ପାର୍ଲାମେଣ୍ଟ ତ ଆଉ କେଉଁଠି ବୃନ୍ଦାବନ୍ଦର ପ୍ରେମ ମନ୍ଦିର ସଦୃଶ ତୋରଣ କରାଯାଇଛି  ।
ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲାର ବିଭିନ୍ନ ଶକ୍ତିପୀଠରେ ଧୁମଧାମରେ ପାଳନ ହେଉଛି ପୂଜା । ବ୍ରହ୍ମପୁର ଉପକଣ୍ଠରେ ମା ଭୌରବୀଙ୍କ ପୀଠରେ ନବରାତ୍ରୀ ପୂଜା କରାଯାଉଛି । ରୀତିନୀତି ଅନୁଯାୟୀ ମାଙ୍କ ପୀଠରେ ଚଣ୍ଡିପାଠ, ଶୋଡ଼ଷ ପୂଜା କରାଯାଉଥିବା ବେଳେ ପଡେ଼ାଶୀ ରାଜ୍ୟ ଆନ୍ଧ୍ରରୁ ଭକ୍ତମାନେ ଆସି ଏଠାରେ ପୂଜା କରିବା ସହ ଅଖଣ୍ଡଦୀପ ପ୍ରଜ୍ୱଳନ କରନ୍ତି  । ପୂର୍ବରୁ ଏଠାରେ ଆମିଷ ଭୋଗ ଲାଗୁଥିଲା କିନ୍ତୁ ଏବେ ଏଠାରେ ଜଗନ୍ନାଥ ଓ ୧୦୮ ଦେବା ଦେବୀଙ୍କ ମନ୍ଦିର ହେବା ପରେ ଆମିଷ ଭୋଗ ବନ୍ଦ କରାଯାଇଛି  । କେବଳ ଏତିକି ନୁହେଁ , ପୂର୍ବ ଭୈରବୀଙ୍କ ପାଖରେ ବଶୁ ବଳୀ ଦିଆଯାଉଥିବା ବେଳେ ଏବେ ଏହାକୁ ବନ୍ଦ କରାଯାଇ ପୁଷ୍ପାଣ୍ଡ ବଳୀ ଦିଆଯାଉଛି ।


    

Maximum 500 characters