Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ପୂଜା ବଜାରରେ ହିରୋ ନମ୍ବର ୱାନ

Date: Sep 24, 2017    Views: 58

କଟକ : ଦଶହରା ବଜାରରେ ଭରପୁର ମନୋରଞ୍ଜନର ଖୋରାକ ନେଇ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ହିରୋ ନମ୍ବର ୱାନ । ଫିିଲ୍ମରେ ବାବୁସାନ ଓ ଭୂମିକାଙ୍କ ଯୋଡିକୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଦର୍ଶକ ବାବୁସାନଙ୍କୁ ଜଣେ ଓକିଲ ଭୂମିକାରେ ଏବଂ ଚୁଲବୁଲି ଭୂମିକାଙ୍କୁ ଜଣେ ରିପୋର୍ଟର ଭାବେ ଅଭିନୟ କରୁଛନ୍ତି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହା ହେଉଛି ନବମ ଅବଦାନ । ଏହି ଫିଲ୍ମରେ ଅନ୍ୟତମ ଆକର୍ଷଣ ହେଉଛି ସୁମଧୁର ସଙ୍ଗୀତ  । ଅଭିଜିତ ମଜୁମ୍ଦାରଙ୍କ ସଙ୍ଗୀତ ନିର୍ଦେଶନାରେ ଫିଲ୍ମର ଗୀତ ଗୁଡିକ ଅନେକଙ୍କ ମନକୁ ଛୁଇଁଛି ।
ଫିଲ୍ମରେ ମିହିର ଦାସଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ।  ବାପାଙ୍କ ଇଚ୍ଛା ପୁଅ ହେଉ ତାଙ୍କଠାରୁ ନାମକରା  ଓକିଲ ହେଉ  । ହେଲେ ପୁଅ କିନ୍ତୁ ·ହୁଁଛି ଫିଲ୍ମରେ ହିରୋ ହେବ । ଏସବୁ ଭିତରେ ବାବୁସାନ୍ କେମିତି ରିଅଲ୍ ଲାଇଫରେ ହିରୋ ନମ୍ବର ୱାନ୍ ହେଉଛନ୍ତି , ତାହା ହିଁ ଫିଲ୍ମର କାହାଣୀ । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି  । ଫିଲ୍ମର ନିଦେ୍ର୍ଧଶନା ଦେଇଛନ୍ତି ତାପସ ସରଘରିଆ ।
ଚଳିତ ପୂଜା ବଜାରର ପ୍ରଥମ ଫିଲ୍ମ ଭାବେ ରବିବାର ମୁକ୍ତିଲାଭ କରୁଛି ହିରୋ ନମ୍ବର ୱାନ୍ । ଆଗକୁ ୨୮ ତାରିଖରେ ଆଉ ଦୁଇଟି ଫିଲ୍ମ ରିଲିଜ ହେବାର ଅଛି ।


    

Maximum 500 characters