ମୁଖ୍ୟ ଖବର
ବନ୍ତ: ଭଦ୍ରକ ଜିଲାର ଅନ୍ୟତମ ପ୍ରମୁଖ ତଥା ବ୍ୟସ୍ତବହୁଳ ବରପଦା-ଆଗରପଡା ୧୪କି.ମି ପୂର୍ତ୍ତ ବିଭାଗ ରାସ୍ତାଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ଏହାର ମରାମତି ପାଇଁ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସକଙ୍କ ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଉନଥିବା ଜଣାଯାଇଛି ।
ଏହି ରାସ୍ତା ନିର୍ମାଣର ଦେଢବର୍ଷ ମଧ୍ୟରେ ନଷ୍ଟ ହୋଇଯିବା ନେଇ କାର୍ଯ୍ୟର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରାୟ ୧୯କୋଟି ଟଙ୍କା ଅଟକଳରେ ୨୦୧୨ ମସିହାରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୧୫ ମସିହା ଶେଷ ଭାଗରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା । ଅତିନିମ୍ନମାନର କାର୍ଯ୍ୟ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚପରେ ମଧ୍ୟ ଅଞ୍ଚଳବାସୀ ଏହାର ସୁଫଳ ବେଶିଦିନ ପାଇପାରିନାହାଁନ୍ତି । ଏବେ ଏହି ରାସ୍ତା ଫାଟି ଆଁ କରିଛି । ଯାହାଫଳରେ ପ୍ରତ୍ୟେକ ଦିନ ବାଇକ ଦୁର୍ଘଟଣା ମାନ ଘଟି ଲୋକମାନେ କ୍ଷତବିକ୍ଷତ ହେଉଛନ୍ତି ।
ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଗାଡି ମୋଟର ଚଳାଚଳ କରୁଛି । ରାସ୍ତାରେ ବାଲେଶ୍ୱର ଜିଲା ଖଇରା ବ୍ଳକର ବର୍ତ୍ତନା, ହରିପୁର, ରଟିଣା, ବରୋଦା, ବନ୍ତ ବ୍ଳକର ଗୋପିନାଥପୁର, ଅଣିଜୋ, ବଡମହିଷଗୋଠ, ବିଟିପୁର, ପୁରଷଣ୍ଢ, କାଦବରାଙ୍ଗ, ଆଡିଆ, ଓଡଙ୍ଗ ଆଦି ପଞ୍ଚାୟତର ଲୋକେ ବିଭିନ୍ନ କାର୍ଯ୍ୟନେଇ ପ୍ରତ୍ୟେକ ଦିନ ଭଦ୍ରକ ଜିଲା ସଦର ମହକୁମାକୁ ଯାଇଥାନ୍ତି । ଏହି ରାସ୍ତା ସମସ୍ୟାକୁ ନେଇ କଟକ ସ୍ଥିତ କାର୍ଯ୍ୟାଳୟରେ ଆରଡିସିଙ୍କୁ ହାଇକୋର୍ଟର ଆଇନଜୀବୀ ମନୋଜ ରାୟଙ୍କ ନେତୃତ୍ୱରେ ଗଙ୍ଗାଧର ପତି, ଅଶ୍ୱନି କୁମାର ପଣ୍ଡା, ରବିନ୍ଦ୍ର ଆଇଚ, ମନ୍ମଥ ଦାସ, ଅକ୍ଷୟ ରାଉତ, ଟୁଟୁ ଆଇଚ, ଶୁସାନ୍ତ ଶତପଥି ପ୍ରମୁଖ ସାକ୍ଷାତ ଆଲୋଚନା କରିଛନ୍ତି ।
ସେହିପରି ଆଗରପଡା ବଜାରର ମୁଖ୍ୟ ରାସ୍ତା ଡ୍ରେନ ଉପରେ କ୍ୟାବିନ ପକାଯାଇ ଏବେ ରାସ୍ତା ଅବରୋଧ କରାଯାଉଛି । ଯାହାକୁ ନେଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏଥିପୂର୍ବରୁ ତକôାଳୀନ ଆରଡିସି ଅରବିନ୍ଦ ପାଢୀଙ୍କୁ ଶ୍ରୀ ରାୟଙ୍କ ନେତୃତ୍ୱରେ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଭେଟିଥିଲେ । ଏବଂ ବଜାର ରାସ୍ତାକୁ ଉଚ୍ଛେଦ ପାଇଁ ଦାବି କରିଥିଲେ । ଚିଠି ନଂ ୧୧୬୦୧/୦୪୧୨୧୨ଖ (ବି)୯୯୫/୧୨ ମୂଳେ ଜିଲାପାଳ ପଦକ୍ଷେପ ନେବାକୁ ସେତେବେଳେ ନିଦେ୍ର୍ଧଶ ଦେଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟକୁ ମଧ୍ୟ ରାଜିନୀତିକରଣ କରାଯାଇ ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଖୋଦ ଶ୍ରୀ ପାଢୀ ଭଦ୍ରକରେ ରହି ଏହି ଉଚ୍ଛେଦକାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଫଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ସୁରୁଖୁରୁରେ ସରିଥିଲା । ଏବେ ପୁଣିକିଛି ବ୍ୟକ୍ତି ରାସ୍ତାପାଶ୍ୱର୍ କଙ୍କ୍ରିଟ୍ ଡ୍ରେନ ଉପରେ ଦୋକାନ କରିଥିବାର ପରିଲକ୍ଷିତ ହେଉଛି । ଏହାହ୍ୱାରା ପଥଚାରୀ ମାନେ ଯାଆସ କରିବାରେ ଓ ବାଇକ ସାଇକେଲ ରଖି ମାର୍କେଟିଙ୍ଗ୍ କରିବାରେ ଅସୁବିଧା ଭୋଗୁଛନ୍ତି । ଏନେଇ ମଧ୍ୟ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
Comments ସମସ୍ତ ମତାମତ 0