Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ନଳକୂପରୁ ବାହାରୁଛି ଦୂଷିତ ପାଣି, ଶୁଣୁନି ପ୍ରଶାସନ

    Share on :
    Date: Sep 22, 2017    Views: 136

    କୁହିକା: ସୁକିନ୍ଦା ବ୍ଲକ୍ ଅର୍ନ୍ତଗତ ଦୁଧୁଜୋରି ପଂଚାୟତ ଦାମଦରପୁର ଗାଁ ୧୦ ମାସ ତଳେ ବେଶ୍ ଚର୍ଚ୍ଚିତ ହୋଇପଡିଥିଲା । ଉକ୍ତ ଗାଁରେ ଜଳ ସମସ୍ୟା ଉକôଟ ହେବାବେଳେ ୧୦ ଟଙ୍କାରେ ଗାଁ ଲୋକେ ଗରେ ପାଣି ଖର୍ଦ୍ଧି କରି ବ୍ୟବହାର କରୁଥିଲେ । ସେତେବେଳେ ଏହି ଖବର ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ସ୍ଥାନୀୟ ବିଧାୟକ ଏବଂ ସେତେବେଳେର ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସ୍ୱଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ୧୦ ଟଙ୍କାରେ ପାଣି ଗରେ ଖବର ପରେ ପରେ ଉକ୍ତ ଗାଁରେ ଏକ ନଳକୂପ ଖନନ କରାଯାଇଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଖନନ ହୋଇଥିବା ନଳକୂପରୁ ଦୂଷିତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇନଥିବା ଅଭିଯୋଗ ହୋଇଛି ।
    ଏ ସଂପର୍କରେ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଆବଶ୍ୟକତା ହେତୁ ନଳକୂପ ପାଣି ବ୍ୟବହାର କରୁଥିବା ଲୋକେ ପେଟ ରୋଗ, ଦାନ୍ତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ବିଧାୟକ ଏବଂ ବ୍ଲକ୍ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଉଛି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook