Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ସରିଲା ମୌସୁମୀ ଅଧିବେଶନ

Date: Sep 17, 2017    Views: 62


ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି  । ଏମଏସପି ବୃଦ୍ଧିଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ବିଧାନସଭାର ଅଧିବେଶନକୁ ସରଗରମ କରି ରଖିଥିଲା  । ସ୍ୱଳ୍ପ ଅଧିବେଶନରେ ଅନେକ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶେଷରେ ବିରୋଧୀ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା  । ଆରମ୍ଭରୁ ଏମଏସପି ବୃଦ୍ଧି ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଥିବା ବେଳେ ଶେଷ ଦିନରେ ତେଲ ପ୍ରସଙ୍ଗକୁ ନେଇ ଗୃହରେ ଝଡ ହୋଇଥିଲା  । ବମିଖାଲ ଫ୍ଲାଏ ଓଭର ବି୍ରଜ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନଥିଲା  । ବହୁ ସମୟରେ ଶାସକ ବିରୋଧୀ ମୁହାଁ ମୁହିଁ  ହୋଇଥିଲେ  ।
ଅଧିବେଶନ ୭ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହୋଇଥିଲା  । ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୬ ଟି ସରକାରୀ କାର୍ଯ୍ୟ ଦିବସ ରହିଥିବା ବେଳେ ୨ ଟି ବେସରକାରୀ କାର୍ଯ୍ୟ ଦିବସ ରହିଥିଲା  । ପ୍ରଥମ ଦିନଟି ବିଧାୟକ ସୁବଳ ସାହୁଙ୍କ ବିୟୋଗରେ ଗୃହ କାର୍ଯ୍ୟକୁ ଶୋକ ପରେ ବନ୍ଦ କରାଯାଇଥିଲା  । ୮୫୧ ଟି ତାରକା ଚିହ୍ନିତ ନୋଟିସ ଗ୍ରହଣ କରାଯାଇଥିବା ବେଳେ ୧୦ଟିର ମୌଖିକ ଉତ୍ତ ଦିଆଯାଇଥିଲା  । ସେହିପରି ୧୭୧୩ ଟି ଅଣ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପନ କରାଯାଇଥିବା ବେଳେ ୬ଟି ମୁଲତବୀ ପ୍ରସ୍ତାବ ନୋଟିସ ଗ୍ରହଣ କରାଯାଇଥିଲା  । ୨ ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବା ବେଳେ ୬ ଟି କାଗଜ ଉପସ୍ଥାପନ ପୁନଃହ  ଉପସ୍ଥାପନ କରାଯାଇଥିଲା  । ୭ ଟି ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଥିବା ବେଳେ ୩ ଟି କମିଟି ରିପୋର୍ଟ ୩ ଟି ଅଧ୍ୟାଦେଶ ଓ ୧୩ ଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିଲା  । ୧୪ ଟି ବିଲ୍ ପାରିତ ହୋଇଥିବା ବେଳେ ୨ ଟି ବେସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିଲା  । ସେହିପରି ୨୫ ଟି ଦୁଷ୍ଟି ଆକର୍ଷଣକାରୀ ନୋଟିସ ଗ୍ରହଣ କରାଯାଇଥିବା ବେଳେ ଗୋଟିଏ ଉପରେ ଆଲୋଚନା ହୋଇଥିଲା  । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଥିବା ବେଳେ ୨୮ ଟି ନିବେଦନ ଉପସ୍ଥାପନ କରାଯାଇଥିଲା  । ଶେଷରେ ବନେ୍ଦ ଉକ୍ରଳ ଜନନୀ ସହ ଶେଷ ହୋଇଥିଲା ମୌସୁମୀ ଅଧିବେଶନ  ।


    

Maximum 500 characters