Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ବିଧାନ ସଭାରେ ତେଲ ତାତି, ଗୃହ ମୁଲତବୀ

Date: Sep 16, 2017    Views: 72

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ  କଂଗ୍ରେସ ତୁମୁଳ ହଟ୍ଟଗୋଳ କରିଥିବାବେଳେ ଶାସକ ଦଳ ମଧ୍ୟ କଂଗ୍ରେସ ସହ ସ୍ୱର ମିଳାଇଥିଲା । ଗୃହରେ ଏଭଳି ଅସ୍ୱାଭାବିକ ପରିସ୍ଥିତ ଲାଗି ରହିବାରୁ ଗୃହ କାର୍ଯ୍ୟ ଚଳାଇବା ସମ୍ଭବପର ହେଲା ନାହିଁ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।
 ପୂର୍ବାହ୍ନ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହ ପରିବେଶ ପୁରା ଶାନ୍ତ ରହିଥିଲା । ପ୍ରଶ୍ନତ୍ତୋର କାଳ ମଧ୍ୟ ସୁରୁଖୁରୁରେ ଚାଲିଥିଲା । ତେବେ ୧୦.୨୮ରେ ହଠାତ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ଫ୍ଲେକ୍ସରେ ତିଆରି ଜାକେଟ ପିନ୍ଧି ଠିଆ ହୋଇଥିଲେ । ଧର୍ମେନ୍ଦ୍ର ଓ ମୋଦିଙ୍କ କଥା ବଡ଼ ବଡ଼, ଲୋକଙ୍କ ଉପରେ ମହଙ୍ଗା ମାଡ଼, ପେଟ୍ରୋଲ ଡିଜେଲ ଦର ଦିଅ ବଢାଇ ନିର୍ବାଚନ ଖର୍ଚ୍ଚ ଦିଅ ଉଠାଇ ଆଦି ସ୍ଲୋଗାନ ମାନେ ଉକ୍ତ ଜାକେଟରେ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା ।  ଏହାଛଡ଼ା କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ ମୋଦି ଓ ନବୀନ ସରକାରଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ ମାନ ଦେଇଥିଲେ ।  ଏଭଳି ନାରାବାଜି ଭିତରେ ଶୂନ୍ୟକାଳ ଆରମ୍ଭ ହେବାରୁ ବାଚସ୍ପତି ସକରାରୀ ଦଳ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀଙ୍କୁ କହିବାକୁ ଡାକିଥିଲେ । ଶ୍ରୀ ଶତପଥୀ କହିଲେ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିକ ତୈଳ ଦର ହ୍ରାସ ପାଇଛି । କମ୍ପାନୀଗୁଡ଼ିକର ସ୍ୱାର୍ଥ ପାଇଁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ବତ୍ତର୍ମାନ ଦର ସବୁଦିନ ବଢୁଛି । ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଶ୍ରୀ ଶାତପଥୀ କହିବା ଜାରି ରଖିଥିଲାବେଳେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ନାରାବାଜି କରିଥିଲେ । ମୋଦି ସରକାର ହାଏ ହାଏ  ତେଲ ଦର ବୃଦ୍ଧି ଚଳିବ ନାହିଁ ଆଦି ନାରା ଦେଇଥିଲେ ।  ସେପଟେ ବିଜେପି ବିଧାୟକମାନେ ମଧ୍ୟ ବିଜେଡି-କଂଗ୍ରେସ ଭାଇ ଭାଇ ବୋଲି ନାରା ଦେଉଥିବା ଶୁଣିବାକୁ ମିଳିଥିଲା । ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲିବା ସମ୍ଭବପର ହୋଇନଥିଲା । ଫଳରେ ବାଚସ୍ପତି ଗୃହକୁ ଅପରହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।


    

Maximum 500 characters