Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

    ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

    Date: Sep 15, 2017    Views: 100

    ଭୁବନେଶ୍ୱର: ଆଇନ ଶୃଙ୍ଖଳା ସଂକ୍ରାନ୍ତୀୟ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯାଇନଥିବା ପ୍ରତିବାଦରେ ବିରୋଧୀ ଗୃହାରେ ତୁମୁଳ ହଟ୍ଟଗୋଳ କରିଛନ୍ତି । ଫଳରେ ଗୃହ କାର୍ଯ୍ୟ ଚାଲିପାରିନାହିଁ । ଗୃହରେ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
     ପୂର୍ବାହ୍ନ ଅଧିବେଶନ ୧୦.୩୦ରେ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ନିଜ ଆସନରେ ଛିଡ଼ା ହୋଇ ଆଇନ ଶୃଙ୍ଖଳା ସଂକ୍ରାନ୍ତରେ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ କାହିଁକି ଗ୍ରହଣ କରାଯାଇ ନାହିଁ ବୋଲି ଜାଣିବାକୁ ଚାହିଁଥିଲେ । ତେବେ ବାଚସ୍ପତି ଏହି ସମୟରେ ଆଜି ପାଇଁ ଉଦ୍ଧିଷ୍ଟ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାର ତୀବ୍ର ପ୍ରତିବାଦ କରି ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ମାଡ଼ି ଆସିଥିଲେ । ଗୃହର ମଧ୍ୟଭାଗରେ ବିରୋଧୀ ବିଧାୟକମାନେ ତୁମୁଳ ହଟ୍ଟଗୋଳ କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ । ତେବେ ଏହି ସମୟରେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରୁଥିବା ଦେଖାଯାଇଥିଲା । ଗୃହରେ ଏଭଳି ଅସ୍ୱାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ସେହି ୧୦.୩୦ରେ ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

    Maximum 500 characters

    ବିଧାନସଭା ଖବର View all

    Find Us on Facebook