Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

୧୨୦ ଆସନ ନେଇ ବିଜେପିକୁ ଦାମଙ୍କ ଚ୍ୟାଲେଞ୍ଜ

Date: Sep 13, 2017    Views: 60


ଭୁବନେଶ୍ୱର: ବିଧାନସଭାରେ ମୁଲତବୀ ଆଲୋଚନା କାଳରେ  ବିଜେପିକୁ ଟାର୍ଗେଟ୍ କରିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ  । ଖାଲି ସେତିକି ନୁହେଁ ବିଜେପିକୁ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ  ।
ଡାକ୍ତର ଦାମୋଦର ରାଉତ ବିଜେପିକୁ ଟାର୍ଗେଟ୍ କରିଥିଲେ  । ଡାକ୍ତର ରାଉତ ବିଜେପି ବିଧାୟକମାନଙ୍କ ଉଦେ୍ଧଶ୍ୟରେ କହିଥିଲେ ଯେ, ଅଯଥା ଭାଷଣ ଦିଅନ୍ତୁ ନାହିଁ  । ରାଜ୍ୟସରକାର ଚାଷୀଙ୍କ ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି ଓ କରୁଛନ୍ତି  ।
ବିଜେପିର ମେରୁଦଣ୍ଡ ନାହିଁ ବୋଲି ଉଲ୍ଲେଖ କରି ଡାକ୍ତର ରାଉତ କହିଲେ ଯେ, ୧୨୦ ଆସିବେ ବୋଲି ବାହାସ୍ଫୋଟ ମାରୁଛନ୍ତି  । ମୁଁ ଚ୍ୟାଲେଞ୍ଜ ଦେଉଛି, କେମିତି ତୁମେ ୧୨୦ ଜିତିବ ମୁଁ ଦେଖିବି ବୋଲି ଦାମ ଦୃଢେ଼ାକ୍ତି କରିଥିଲେ  ।
ମୁଲତବୀ ପ୍ରସ୍ତାବର ଆଲୋଚନା କାଳରେ ଡାକ୍ତର ରାଉତ କୃଷି ଓ କୃଷକର କଥା କହୁଥିବା ବେଳେ ବିଧାୟକ ପ୍ରଦୀପ ପୁରୋହିତ ନିଜ ଆସନରେ ଠିଆ ହୋଇ ସମାନ୍ତରାଳ ଭାବେ କିଛି କହୁଥିବା ଦେଖିବାକୁ ମିଳିଥିଲା  । ଏମିତିକି ଶ୍ରୀ ପୁରୋହିତ ଦାମଙ୍କ ଉଦେ୍ଧଶ୍ୟରେ କିଛି ପ୍ରଶ୍ନ ମଧ୍ୟ କରୁଥିଲେ  ।
ବିଜେପି ବିଧାୟକମାନଙ୍କ ଉଦେ୍ଧଶ୍ୟରେ ଦାମ କହିଥିଲେ ଯେ, ମୋଦିଙ୍କୁ ଟେକି ଧରିବା କଥା ଧରନ୍ତୁ, ହେଲେ ଗୃହରେ ମାଟି କଥା ଆଲୋଚନା କରନ୍ତୁ  । କେନ୍ଦ୍ରର ଅର୍ଥ ବୋଲି କିଛି ନାହିଁ  । ୩୦ ରାଜ୍ୟର ଟିକସରେ କେନ୍ଦ୍ରସରକାର ଚାଲେ  । ସଂଘୀୟ ବ୍ୟବସ୍ଥା ଅନୁସାରେ ଅର୍ଥ କମିଶନ କେଉଁ ରାଜ୍ୟକୁ କେତେ ମିଳିବ ତାହା ସ୍ଥିର କରିଥାନ୍ତି  । ହେଲେ ପକେଟ୍ ରୁ ଟଙ୍କା ଦେଲା ଭଳି ବିଜେପି ସଭାପତି ଅମିତ ଶାହା କହୁଛନ୍ତି  । ଏ ଅମିତ ଶାହା କିଏ? ଓଡ଼ିଶା ଲୋକେ କ’ଣ ଭିକାରୀ ବୋଲି ସେ ପ୍ରଶ୍ନ କରିଥିଲେ  । ରାଜ୍ୟ ପାଇଁ ସେ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ  । ଚାଷୀ ଓ ଚାଷର ବିକାଶ ପାଇଁ  ସେ କାହାକୁ ଛାଡ଼ିବେନି  । ମୋଦିଙ୍କୁ ତୋଷାମଦ କରି କିଛି ଲୋକ ବଞ୍ଚôବାକୁ ଚାହୁଁଛନ୍ତି  । ୨୧୦ ଆସିବ ବୋଲି ବାହାସ୍ଫୋଟ ମାରୁଛନ୍ତି  । ବିଜେପି କେମିତି ୧୨୦ ଆସନ ପାଇବ ସେ ଦେଖିବେ  । ଏହାର ଦାୟିତ୍ୱ ସେ ନିଜେ ନେବେ ବୋଲି ଡାକ୍ତର ରାଉତ ଚେତାବନୀ ଦେଇଛନ୍ତି ।


    

Maximum 500 characters