Jul 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପିସି ପାଇଁ ବିଧାନସଭା ମୁଲତବୀ

    Share on :
    Date: Sep 13, 2017    Views: 145

    ଭୁବନେଶ୍ୱର:  ପିସି ସଂକ୍ରନ୍ତୀୟ ମୁଲତବୀ ନୋଟିସକୁ ଗ୍ରହଣ କରାନଯିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବୁଧବାର ଗୃହରେ ହଟ୍ଟଗୋଳ କରିବାକୁ ବିଧାନସଭାକୁ ୧୦.୩୧ରୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି ।
    ପିସି ସଂକ୍ରନ୍ତୀୟ ମୁଲତବୀ ପ୍ରସ୍ତାବ ଉପରେ ଅଲୋଚନା ପାଇଁ ବିରୋଧୀ କଂଗ୍ରେସ ନୋଟିସ ଦେଇଥିଲା । ତେବେ ତାହାକୁ ବାଚସ୍ପତି ଗ୍ରହଣ କରିନଥିଲେ । ଫଳରେ ପୂର୍ବାହ୍ନ ୧୦.୩୦ରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏହାର ପ୍ରତିବାଦରେ କଂଗ୍ରେସ ଓ ବିଜେପିର ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହୋହାଲ୍ଲା ହଟ୍ଟଗୋଳ କରିଥିଲେ । ଅପରପକ୍ଷରେ ଶାସକ ବିଜେଡି ବିଧାୟକମାନେ ମଧ୍ୟ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା । ଗୃହରେ ଅସ୍ୱାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook