Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

୫୨ ସରକାରୀ କଲେଜରୁ ୪୭ଟିରେ ଅଧ୍ୟକ୍ଷ ପଦବୀ ଖାଲି

Date: Sep 11, 2017    Views: 69

ଭୁବନେଶ୍ୱର:  ଓଡ଼ିଶାରେ ୫୨ଟି ସରକାରୀ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଥିବା ବେଳେ ସେଥିରୁ ୪୭ଟିରେ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି । ମାତ୍ର ୫ଟି ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ଅଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ।
ମନ୍ତ୍ରୀ କହିଛନ୍ତି ଯେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୭୨୦ଟି ଅଧ୍ୟାପକ ଓ ୧୨୯୫ଟି ଅଣଶିକ୍ଷକ ପଦବୀ ଖାଲି ରହିଛି । ସେହିପରି ରାଜ୍ୟରେ ଥିବା ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୩୩୯ଟି ଅଧ୍ୟାପକ ପଦବୀ ମଧ୍ୟ ଖାଲିପଡ଼ିଛି । ରାଜ୍ୟରେ ମୋଟ୍ ୧୭ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ କଲେଜ ଥିବା ବେଳେ ଏଥିରେ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ବରିଷ୍ଠତା ଭିତ୍ତିରେ ଅଧ୍ୟାପକମାନେ ଏହି ସ୍ୱୟଂଶାସିତ କଲେଜଗୁଡ଼ିକରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି ।
ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସରକାର ୨୦୧୫ ମସିହାରେ ଏକ ନୀତି ପ୍ରଣୟନ କରି ସଂକଳ୍ପ ଜାରି କରିଥିଲେ । ତେବେ ଓଡ଼ିଶା ହାଇକୋର୍ଟରେ ଏହା ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଓ ଅଦାଲତ ଉପରୋକ୍ତ ସଂକଳ୍ପନାମା ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ବେସରକାରୀ ସ୍ୱୟଂଶାସିତ କଲେଜଗୁଡ଼ିକରେ  ୨୪୩ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ସେହିପରି ୮୧୪ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୪୭୦ଟି ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀ ସୂ·ଇଛନ୍ତି । ରାଜ୍ୟର ସଂଖ୍ୟାଧିକ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ସହସ୍ରାଧିକ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିବା ଫଳରେ କଲେଜଗୁଡ଼ିକରେ ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଏ ସମସ୍ତ ପଦବୀ ପୂରଣ କରିବା ଲାଗି ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି ।


    

Maximum 500 characters