Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ରଣବୀର ଓ ଦୀପିକା ମଧ୍ୟରେ ଫାଇନାଲ ବ୍ରେକଅପ

Date: Sep 3, 2017    Views: 83

ମୁମ୍ବାଇ: ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କ ପ୍ରେମକାହାଣୀ ପ୍ରାୟ ପାଞ୍ଚବର୍ଷ ଧରି ବଲିଉଡ୍ରେ ଚର୍ଚ୍ଚାରେ ରହିଆସିଛି  । ଏ ଦୁହେଁ ସଞ୍ଜୟ ଲୀଳାଭଁସାଲିଙ୍କ ନିଦେ୍ର୍ଧଶିତ ‘ଗୋଲିଓଁକା ରାସଲୀଳା-ରାମ୍ଲୀଳା’ରେ କାମ କରିବା ସମୟରେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ  । ଏହାପରେ ପୁଣି ଏହି ଯୋଡ଼ି ସଞ୍ଜୟଙ୍କ ନିଦେ୍ର୍ଧଶିତ ‘ବାଜିରାଓ ମସ୍ତାନୀ’ରେ ବି ନଜର ଆସିଥିଲେ  । ଏବେ ପୁଣି ସଞ୍ଜୟ ଲୀଳାବଁସାଲିଙ୍କ ନୂଆ ସିନେମା ‘ପଦ୍ମାବତୀ’ରେ ରଣବୀର ଓ ଦୀପିକା ଏକାଠି ଆସୁଛନ୍ତି  । କିନ୍ତୁ ଏଥିରେ ରଣବୀର ସିଂଙ୍କ ସହ ଦୁହେଁ ବରଂ ଦୀପିକା ସାହିଦ୍ କପୁରଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ  । ଏବେ ଚର୍ଚ୍ଚା ହେଉଛି ଯେ ରଣବୀର ସିଂ ଓ ଦୀପିକା ପାଦୁକୋନ୍ଙ୍କ ଭିତରେ ଫାଇନାଲ୍ ବ୍ରେକ୍ଅପ୍ ହୋଇଯାଇଛି  । କୁହାଯାଉଛି ଯେ ରଣବୀର ବିବାହ କରି ସେଟେଲଡ୍ ହେବାକୁ ଚାହୁଁଛନ୍ତି, କିନ୍ତୁ ଦୀପିକା ଏଥିପାଇଁ ଏବେ ପ୍ରସ୍ତୁତ ନୁହନ୍ତି  । ଦୀପିକା ଆଉ କିଛି ବର୍ଷ ଅବିବାହିତା ରହି ନିଜର କ୍ୟାରିଅର୍କୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି  । ଖାଲି ସେତିକି ନୁହେଁ ଦୀପିକା ତାଙ୍କର ପ୍ରଥମ ହଲିଉଡ୍ ସିନେମା ‘ଏକ୍ସ ଏକ୍ସ ଏକ୍ସ : ରିଟର୍ଣ୍ଣ ଅଫ୍ ଦ ଜାଣ୍ଡାର୍ କେଜ୍’ର ସିକ୍ୱେଲ୍ରେ ଅଭିନୟ କରିବାକୁ ଯାଉଥିବାରୁ ବିବାହ ପାଇଁ ତାଙ୍କ ହାତରେ ସମୟ ନାହିଁ  । ତା’ଛଡ଼ା ବିବାହିତା ନାୟିକାଙ୍କୁ ଭଲ ରୋଲ୍ ମିଳେନା ବୋଲି ମଧ୍ୟ ଭଲଭାବେ ଜାଣିଛନ୍ତି ଦୀପିକା ପାଦୁକୋନ୍  ।


    

Maximum 500 characters