Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ନିରାମୟ ଯୋଜନାର ଔଷଧ ସଂଖ୍ୟା ୫୫୮କୁ ବଢିଲା

Date: Aug 29, 2017    Views: 92

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ଯୋଗାଉଥିବା ଔଷଧର ପ୍ରକାର ୫୫୮କୁ ବୃଦ୍ଧି ପାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ ସମୁଦାୟ ୪୯୯ ପ୍ରକାର ଔଷଧ କ୍ରୟ ଓ ଯୋଗାଣ ନିମନ୍ତେ ଅନୁମୋଦିତ ହୋଇଥିବା ବେଳେ ୨୦୧୭-୧୮ ବର୍ଷ ପାଇଁ ୫୫୮ ପ୍ରକାର ଔଷଧ ଅନୁମୋଦିତ ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା ରାଜ୍ୟ ଔଷଧ ନିଗମ(ଓ.ଏସ୍‍.ଏମ୍‍.ସି.)ର ସମୀକ୍ଷା ବୈଠକରୁ ଏହା ଜମାପଡିଛି । ନିଗମର ବୋର୍ଡ ରୁମ୍‍ ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ନିଗମର କାର୍ଯ୍ୟାକଳାପ ସମୀକ୍ଷା କରିବା ସହ ଡାକ୍ତରଖାନା ଔଷଧ ଭଣ୍ଡାର  ମାନଙ୍କରେ ଆବଶ୍ୟକ ପରିମାଣର ଔଷଧ ନିୟମିତ ଭାବେ ମହଜୁଦ ରଖିବା ନିଶ୍ଚିତ କରିବା ପାଇଁ ନିଗମକୁ ନିଦେ୍ର୍ଧଶ ଦେଇଥିଲେ । କୌଣସି ସ୍ଥିତିରେ ଅତି ଆବଶ୍ୟକ ଏବଂ ଅଧିକ ଭାବେ ଚାହିଦା ରହୁଥିବା ଔଷଧ ଯେପରି ଭଣ୍ଡାର ଷ୍ଟୋରରୁ ସରିନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ନିଦେ୍ର୍ଧଶ ଦେଇଥିଲେ । ଯୋଗାଣ ହେଉଥିବା ଔଷଧକୁ ଡାକ୍ତରମାନେ ସୁପାରିଶ କରୁଛନ୍ତି କି ନାହିଁ ଏବଂ ସେ ସବୁକୁ ଔଷଧ ସଠିକ ଭାବେ ରୋଗୀମାନଙ୍କୁ ଦିଆଯାଇଛି କି ନାହିଁ ଏବଂ ସେ ସବୁକୁ ଔଷଧ ସଠିକ୍‍ ଭାବେ ରୋଗୀମାନଙ୍କୁ ଦିଆଯାଉଛି କି ନାହିଁ ସେ ବିଷୟରେ ବ୍ୟାପକ ଯାଞ୍ଚ କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଧାଙ୍କୁ ନିଦେ୍ର୍ଧଶ ଦେଇଥିଲେ । କ୍ଷେତ୍ରସ୍ତରରେ ରୋଗୀମାନଙ୍କ ସହ କଥାବାର୍ତ୍ତାକରି ନିରାମୟ ଯୋଜନା ରେ ସେମାନଙ୍କୁ ଔଷଧ ମିଳୁଛିକି ନାହିଁ ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିବାକୁ ଉନ୍ନୟନ କମିଶନର ଆର.ବାଲାକ୍ରିଷ୍ଣନ୍‍ ପରାମର୍ଶ ଦେଇଥିଲେ । ଏ ଦିଗରେ ସ୍ୱତଃ ପ୍ରବୃତ୍ତଭାବେ ଆଗ୍ରହୀ ସଂସ୍ଥା ମାନଙ୍କ ମାଧ୍ୟାମରେ ଏକ ତୃତୀୟ ପକ୍ଷ ଯାଞ୍ଚର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ନିରାମୟ ଔଷଧ ଗୁଣାତ୍ମକ ମାନ ଏବଂ ରୋଗ ନିବାରଣ ଫଳପ୍ରସୁତା ବିଷୟରେ ବ୍ୟାପକ, ସଚେତନତା କାର୍ଯ୍ୟକ୍ରମ ଆୟୋଜନ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସ୍ୱାସ୍ଥ୍ୟ ବିଭାଗ ଓ ଔଷଧ ନିଗମକୁ ନିଦେ୍ର୍ଧଶ ଦେଇଥିଲେ । ନିଗମର ପରିଚାଳନା ନିଦେ୍ର୍ଧଶକ ରବିନ୍ଦ୍ର ପ୍ରତାପ ସିଂ ଜମାଇଥିଲେ ଯେ ନିଗମ ଚାହିଦା ଭିତ୍ତିକ ଯୋଗାଣର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଏକ ଅନଲାଇନ ବ୍ୟବସ୍ଥା ମାଧ୍ୟାମରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କ ଠାରୁ ଆବଶ୍ୟକୀୟ ଔଷଧ ତାଲିକା ଗ୍ରହଣ କରାଯାଇ ତଦନୁସାରେ ଔଷଧ କିଣି ଡ୍ରଗ ଓୟାରହାଉସ୍‍ ମାନଙ୍କୁ ଯୋଗାଯାଉଛି । ଡ୍ରଗ ଓୟାରହାଉସ୍‍ ରୁ ଔଷଧ ଡାକ୍ତରଖାନା ଔଷଧ ଭଣ୍ଡାରକୁ ପଠାଯାଉଛି । ଏହି ଅନଲାଇନ ବ୍ୟବସ୍ଥା ମାଧ୍ୟାମରେ ବିଭିନ୍ନ ଭମ୍‍ଡାରରେ ଔଷଧର ମହଜୁତ ପରିମାଣ ଯାଞ୍ଚ କରିହେବ । ପ୍ରକାଶ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଗମର ସମୁଦାୟ ୩୯ଟି ଡ୍ରଗ ଓୟାରହାଉସ୍‍ କାର୍ଯ୍ୟକରୁଛି । ଚଳିତ ବର୍ଷ ଏହି ଓୟାରହାଉସ୍‍ ମାନଙ୍କ ମାଧ୍ୟାମରେ ମେଡିକାଲ କଲେଜ ଡାକ୍ତରଖାନା ମାନଙ୍କ ପାଇଂ ୩୧୭ ପ୍ରକାର, ଜିଲା ଡାକ୍ତରଖାନା ପାଇଁ ୩୦୧ ପ୍ରକାର, ଉପଖଣ୍ଡ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୨୯୪ ପ୍ରକାର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୯୩ ପ୍ରକାର ସ୍ୱତନ୍ତ୍ର ବିଶେଷ ଔଷଧ ଯୋଗାଣର ବ୍ୟବସ୍ଥା କରାଯାଉଛି । ଏହା ଛଡା, ସ୍ଥାନୀୟ ଆବଶ୍ୟକତା ଅନୁସାରେ ଔଷଧ କ୍ରୟ ଓ ବଣ୍ଟନ ନିମନ୍ତେ ସିଡିଏମଓ ମାନଙ୍କୁ କ୍ଷମତା ଓ ଅର୍ଥ ପ୍ରଦାନ କରାଯାଇଛି । ଚଳିତ ବର୍ଷ ନିରାମୟ ଯୋଜନାରେ ଓଷଧ କମିବା ନିମନ୍ତେ ପ୍ରଥମ ପର୍ଯ୍ୟା୍ୟରେ ରାଜ୍ୟ ସରକାର ୨୫୪ କୋଟି ଟଙ୍କା ଯୋଗାଇଦେଇଛନ୍ତି ।
ତନ୍ମଧ୍ୟରୁ ସିଡିଏମଓ ମାନଙ୍କୁ ୫୮ କୋଟି ଟଙ୍କା ସ୍ଥାନୀୟ କ୍ରୟ ନିମନ୍ତେ ଦିଆଯିବାର ପ୍ରାବଧାନ କରାଯାଇଛି । ଉନ୍ନୟନ କମିଶନର ଶ୍ରୀ ଆର,ବାଲାକ୍ରିଷ୍ଣନ୍‍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ  ତୁହିନ କାନ୍ତ ପାଣ୍ଡେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ  ପ୍ରମୋଦ କୁମାର ମେହେର୍ଦ୍ଧା, ଔଷଧ ନିଗମ ଏମ.ଡି ରବିନ୍ଦ୍ର ପ୍ରତାପ ସିଂ ପ୍ରଶାସନିକ ଅଧିକାରୀ ଅଶ୍ୱନୀ କୁମାର ମିଶ୍ର ଏବଂ ସାଧାରଣ ପରିଚାଳକ ଡାକ୍ତର ବିଜୟ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


    

Maximum 500 characters