Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ: ଓକୁହାରା ବିଶ୍ୱ ଚାମ୍ପିଅନ୍; ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ

    Share on :
    ajab-Image
    Date: Aug 28, 2017    Views: 201

    ଗ୍ଲାସଗୋ: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ତାରକା ପିଭି. ସିନ୍ଧୁଙ୍କ ବିଶ୍ୱ ଚାମ୍ପିଅନ୍ ଆଶା ଧୂଳିସାତ୍ ହୋଇଯାଇଛି । ରବିବାର ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ର ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ହାରି ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । କଡ଼ା ସଂଘର୍ଷପୂର୍ଣ୍ଣ ଟାଇଟଲ ମୁକାବିଲାରେ ସିନ୍ଧୁଙ୍କୁ ମାତ୍ ଦେଇ ଜାପାନ ଲଳନା ନୋଜୋମି ଓକୁହାରା ବିଶ୍ୱ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଓକୁହାରା ଜାପାନର ପ୍ରଥମ ମହିଳା ଖେଳାଳି ଭାବେ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ଜିତିବାର ଐତିହାସିକ ସଫଳତା ଲାଭ କରିଛନ୍ତି । ଫାଇନାଲ୍ରେ ପରାଜୟ ସତ୍ତ୍ୱେ ସିନ୍ଧୁ ଭାରତର ଦ୍ୱିତୀୟ ଖେଳାଳି ଭାବେ ଏହି ଚାମ୍ପିଅନସିପ୍ରେ ରୌପ୍ୟ ସ୍ୱାଦ ଚାଖିଛନ୍ତି । ପୂର୍ବରୁ ସାଇନା ନେହ୍ୱାଲ ୨୦୧୫ରେ ଏହି ସଫଳତା ପାଇଥିଲେ । ତେବେ ସିନ୍ଧୁ ବିଶ୍ୱ ଚାମ୍ପିଅନସିପ୍ରେ ହ୍ୟାଟ୍ରିକ ପଦକ ଜିତିଛନ୍ତି । ପୂର୍ବରୁ ସିନ୍ଧୁ ୨୦୧୩ ଓ ୨୦୧୪ ସିଜିନରେ ବ୍ରୋଞ୍ଜ ପଦକ ଜିତିଥିଲେ ।
    ସିନ୍ଧୁ ଓ ଓକୁହାରାଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହା ୧ ଘଣ୍ଟା ୫୦ ମିନିଟ୍ ସମୟ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ଓକୁହାରା ୨୧-୧୯, ୨୦-୨୨, ୨୨-୨୦ ଗେମ୍ରେ ସିନ୍ଧୁଙ୍କୁ ହରାଇ ଚାମ୍ପିଅନ୍ ମୁକୁଟ ପିନ୍ଧିଛନ୍ତି । ଏହି ମ୍ୟାଚ୍ର ତିନୋଟି ଯାକ ଗେମ୍ରେ ଦୁଇ ଖେଳାଳି ପରସ୍ପରକୁ ଭରପୂର ଚ୍ୟାଲେଞ୍ଜ ଦେଇଥିଲେ । ପ୍ରଥମ ଗେମ୍ରେ ଓକୁହାରା ଭଲ ଆରମ୍ଭ କରିଥିଲେ । ଏଥିରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଶେଷ ଆଡ଼କୁ ଭୁଲ କରି ପରାଜୟବରଣ କରିଥିଲେ । ଦ୍ୱିତୀୟ ଗେମ୍ରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଓକୁହାରା ତାଙ୍କୁ କଡ଼ା ଟକ୍କର ଦେଇଥିଲେ । ଶେଷ ଆଡ଼କୁ ସିନ୍ଧୁ ଦମ୍ଦାର ପ୍ରଦର୍ଶନ କରି ବାଜି ମାରି ନେବା ସହ ମ୍ୟାଚ୍କୁ ଫେରିଥିଲେ । ତୃତୀୟ ଗେମ୍ଟି ଅଧିକ ରୋମାଞ୍ଚକର ହୋଇଥିଲା । ଏଥିରେ କେହି କାହାରିକୁ ଗୋଟିଏ ପାଦ ଆଗକୁ ଛାଡ଼ିନଥିଲେ । ହେଲେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ସିନ୍ଧୁ ହାର୍ ମାନିଥିଲେ । ଓକୁହାରା ନିର୍ଣ୍ଣାୟକ ଗେମ୍କୁ ୨୨-୨୦ରେ ଜିତି ବିଶ୍ୱ ଚାମ୍ପିଅନ୍ ହେବାରଳ ଗୌରବ ଲାଭ କରିଥିଲେ । ଅନ୍ୟପଟେ ସିନ୍ଧୁଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook