Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

ତିନି ସୁପରଖାନ୍ଙ୍କ ସହ କାମ କରିବା ଜରୁରୀ : ତାପସୀ

Date: Aug 25, 2017    Views: 160

ମୁମ୍ବାଇ: ବଲିଉଡ୍ର କୌଣସି ସୁପରଷ୍ଟାର୍ ନୁହନ୍ତି କିନ୍ତୁ ତାପସୀ ପାନୁଙ୍କର ଫ୍ୟାନ ଫଲୋଅର୍ସଙ୍କ ସଂଖ୍ୟା କମି କମ୍ ନୁହେଁ  । ବିଶେଷ କରି ‘ପିଙ୍କ୍’ ସିନେମାରେ କାମ କରିବା ପରେ ତାପସୀ ଖୁବ୍ ଲୋକପି୍ରୟ ହୋଇଛନ୍ତି  । ସମ୍ପ୍ରତି ସେ ଜୁଡ଼ୱା-୨ର ସୁଟିଂ ଶେଷ କରିଥିବାବେଳେ ଆଉ ଏକ ଫିଲ୍ମ ‘ତଡ଼କା’ର ସୁଟିଂ ଶେଷ କରିବା ଅପେକ୍ଷାରେ ଅଛନ୍ତି  । ଡେଭିଡ଼ ଧୱନ୍ଙ୍କ ଜୁଡ଼ୱା-୨ରେ ତାପସୀ ପ୍ରଥମଥର ଲାଗି ବରୁଣ ଧୱନ୍ଙ୍କ ସହ କାମ କରିଥିବାବେଳେ ପ୍ରକାଶ ରାଜଙ୍କ ‘ତଡ଼କା’ରେ ତାଙ୍କୁ ଆଲି ଫୈଜଲଙ୍କ ବିପକ୍ଷରେ ଦେଖିବାକୁ ମିଳିବ  । ତେବେ ସେ ଏତିକିରେ ସନ୍ତୁଷ୍ଟ ନୁହନ୍ତି  । ତାପସୀ ପାନୁଙ୍କ କହିବା ଅନୁଯାୟୀ ଏଠି ଟପ୍ ଷ୍ଟାର ହେବାକୁ ବଲିଉଡ଼ର ତିନି ସୁପରଖାନ୍ଙ୍କ ସହ କାମ କରିବା ଜରୁରୀ  । ଏଣୁ ସେ ସେଭଳି ସୁଯୋଗ ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି  ।


    

Maximum 500 characters