Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ନୂତନ ଜଳ ବିବାଦ 

Date: May 15, 2015    Views: 979

କାବେରୀ ଜଳ ବିବାଦ ସମଗ୍ର ଭାରତରେ ସବୁଠୁ ଚର୍ଚ୍ଚାର ବିଷୟ  । ଏହାଦ୍ୱାରା କର୍ଣ୍ଣାଟକ, ତାମିଲନାଡୁ ମଧ୍ୟରେ ତିବ୍ରତା ବଢୁଛି ଓ ଭାଇଚାରା ନଷ୍ଟ କରୁଛି ଯାହାକି ଜାତୀୟ ସଂହତି ପାଇଁ  ଅତ୍ୟନ୍ତ ବିପଦପୂର୍ଣ୍ଣ  । ସମ୍ବିଧାନର ଧାରା-୨୬୨ ଅନୁସାରେ ଅନଃରାଜ୍ୟ ଜଳ ବିବାଦ ମାଧ୍ୟମରେ ଏହାର ସମାଧାନ ହେବ ଏବଂ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କୋ÷ଣସି ଭୂମିକା ରହିବ ନାହିଁ  । ବର୍ତ୍ତମାନ ପରିସ୍ଥିତିରେ କିଛି କ୍ଷମତାଭିଳାଷୀ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ହେବା ଅଭିଳାଷ ରଖି ଯେଉଁ ନୂତନ ରାଜ୍ୟ ପ୍ରତିଷ୍ଠା ଦାବି ମାନ ଉପସ୍ଥାପନ କରୁଛନ୍ତି ତା’ର କେତେ ଦୂର ଯଥାର୍ଥତା ରହିଛି ଏବଂ ତାହା ପ୍ରଗତି ପଥରେ ଏକ ଅର୍ଥନୈତିକ ଅବରୋଧ ସଦୃଶ  । ଏକ ନୂତନ ରାଜ୍ୟ ପ୍ରତିଷ୍ଠା ହେଲେ ଏହାର ରାଜଧାନୀ, ବିଧାନସୋ÷ଧ, ହାଇକୋର୍ଟ, ସଚିବାଳୟ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟାଳୟରେ ଅନୁ୍ୟନ ୧୦,୦୦୦ରୁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟ ରାଜ୍ୟ ମଧ୍ୟରେ ନୂତନ ଜଳ ବିବାଦର ସୂତ୍ରପାତ ହେବ  । ଆନ୍ଧ୍ରପ୍ରଦେଶ ଯଦି ବିଭାଜିତ ହୁଏ ତେଲେଙ୍ଗାନା/ ରୟାଲ ତେଲେଙ୍ଗାନା ଓ ସିମାନ୍ଧ ମଧ୍ୟରେ କ୍ରିଷ୍ଣା ଓ ଗୋଦାବରୀ ଜଳ ବିବାଦ ହେବ  । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ପୋଲାଭର ପ୍ରକଳ୍ପ  ବିବାଦ  । ମହାରାଷ୍ଟ୍ରର “ବିଦର୍ଭ” ରାଜ୍ୟ ପାଇଁ ଯେଉଁ ଦାବି ହେଉଛି ତଦ୍ୱାରା ମହାରାଷ୍ଟ୍ର ଓ ବିଦର୍ଭ ବା ବିଦର୍ଭ ତେଲେଙ୍ଗାନା ମଧ୍ୟରେ ବିବାଦ ଆରମ୍ଭ ହେବ  । ବିହାରର ଉତ୍ତରପାଶ୍ୱର୍ ମିଥିଳାଞ୍ଚଳ ପାଇଁ ଦାବି ହେଉଛି କୋଶୀ ନଦୀ ନେପାଳ ଦେଇ ଆସୁଥିବାରୁ  । ଯଦି ମିଥିଳାଞ୍ଚଳ ପ୍ରତିଷ୍ଠା ହୁଏ ତେବେ କୋଶୀ ନଦୀ ଜଳ ବିବାଦ ସୃଷ୍ଟି ହେବ  । ସେହିଭଳି ଆସାମର କିଛି ଅଞ୍ଚଳ ୪ଟି ଜିଲ୍ଲାକୁ ନେଇ ‘ଜୋଡୋଲ୍ୟାଣ୍ଡ’ ବୋଲି ଦୀର୍ଘଦିନରୁ ଦାବି ହୋଇଆସୁଛି  । ସେହି ଗୁଜୁରାଟ କରେ ସୋ÷ରାଷ୍ଟ୍ରର ଦାବି  । ଦକ୍ଷିଣ ଓଡ଼ିଶାରେ କୋଶଳ କ୍ରାନ୍ତି ବଳୟ ଏବଂ ଛତିଶଗଡର ବସ୍ତାର ମାଳଭୂମି ଅଞ୍ଚଳରେ ବନାଞ୍ଚଳର ଦାବି  । ପଶ୍ଚିମବଙ୍ଗର ଗୋର୍ଖାଲାଣ୍ଡର ଦାବି ଏବଂ ଦଳିତଙ୍କ ମସିହା ସୁଶ୍ରୀ ମାୟାବତୀଜୀଙ୍କର ଉତ୍ତରପ୍ରଦେଶକୁ ୪ଟି ରାଜ୍ୟରେ ବିଭକ୍ତ କରିବାର ପ୍ରସ୍ତାବ ଯେ ନୂତନ ରାଜନୈତିକ ଉଦେ୍ଧଶ୍ୟ ବା ପ୍ରଶାସନିକ ଆୟତ୍ତର ଉଦେ୍ଧଶ୍ୟ  । ଏହି ପ୍ରସ୍ତାବ ସଫଳ ହେଲେ ସମୟ ହିଁ ତା’ର ସାକ୍ଷୀ  । ଉତ୍ତରପ୍ରଦେଶ ୪ଟି ରାଜ୍ୟରେ ବିଭକ୍ତ ହେଲେ- ପୂର୍ବ ପ୍ରଦେଶ, ଅୱଧ, ବୁନେ୍ଦଲଖଣ୍ଡ, ପଶ୍ଚିମପ୍ରଦେଶ/ ହରିତ୍‍ ପ୍ରଦେଶ ପରିଣତ ହେବ  । ଏମାନଙ୍କର ରାଜଧାନୀ ଯଥାକ୍ରମେ ଗୋରଖପୁର, ଲଖନଉ, ଝାନ୍‍ସୀ ଏବଂ ଆଗ୍ରା ହେବ  । ଏ ସମସ୍ତ ନଦୀ ଦୋଆବ ହୋଇଥିବାରୁ ଗଙ୍ଗା ଓ ଯମୁନାର ଉପକୂଳ ହୋଇଥିବାରୁ ନଦୀ ଜଳ ବିବାଦ ସ୍ୱାଭାବିକ  । କେତେକ ନେତୃବର୍ଗ ଏଭଳି ନୂତନ ରାଜ୍ୟ ପ୍ରତିଷ୍ଠା ଦାବି କରି ଏହାର ସଫଳତାରେ ସେମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଯାହାକି ଅନ୍ୟମାନଙ୍କୁ ଉତ୍ସାହିତ କରୁଛି  । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଝାଡଖଣ୍ଡ, ଛତିଶଗଡ ଏବଂ ଉତ୍ତରାଖଣ୍ଡ  ।

ଉତ୍ତର ଭାରତର ନଦୀ ଚିରସ୍ରୋତା ଓ ଦକ୍ଷିଣ ଭାରତର ନଦୀ ବର୍ଷଜଳରେ ପ୍ରଭାବିତ ହୋଇଥିବାରୁ ଜଳ ସଙ୍କଟ ଦକ୍ଷିଣ ଭାରତରେ ବେଶୀ ଦେଖାଯାଏ  । ହିମାଦ୍ରୀର ଗ୍ଲାସିୟର/ବରଫଖଣ୍ଡ ତରଳିବାରୁ ଉତ୍ତର ଭାରତର ନଦୀ ଚିରସ୍ରୋତା  । ଦକ୍ଷିଣ ଭାରତର ଚେନ୍ନାଇ- କୋଏମ୍ବାଟୁର- ବାଙ୍ଗାଲୋର୍‍ ଶିଳ୍ପାଞ୍ଚଳ କୋରିଡର୍‍ କାବେରୀ ଜଳ ଦ୍ୱାରା ବେଶ୍‍ ପ୍ରଭାବିତ  । ବିଶେଷ କରି ଇସ୍ପାତ କାରଖାନା, ପାୱାରଗ ପ୍ଲାଣ୍ଟ, ବୟନ ଶିଳ୍ପ ପାଇଁ ବେଶୀ ଜଳ ଆବଶ୍ୟକ  । ଏହି ଅସୁବିଧାକୁ ଏଡାଇବା ପାଇଁ ୨୦୦୨ରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶରେ ‘ନ୍ୟାସନାଲ୍‍ ୱାଟର ଗ୍ରୀଡ୍‍’ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ  । ତଦ୍ୱାରା ଶୁଷ୍କ ଅଞ୍ଚଳ ବୁନେ୍ଦଲ୍‍ଖଣ୍ଡ, ବିଦର୍ଭ, ତେଲେଙ୍ଗାନା, ରୟାଲ ସୀମା ଅଞ୍ଚଳରେ ସବୁଜ ବିପ୍ଲବର ସଫଳ ରୂପାୟନ ହେବ ଏବଂ ଉତ୍ତର ଭାରତର ନଦୀ ଦକ୍ଷିଣ ଭାରତର ନଦୀରେ ସଂଯୋଗୀକରଣ ହେବ  ।  ତ୍ରାରା ବନ୍ୟା ନିୟନ୍ତ୍ରଣ ଏବଂ ରାଜ୍ୟ ମଧ୍ୟରେ ଥିବା ବହୁ ପ୍ରତିକ୍ଷୀତ ଜଳ ବିବାଦର ଅବସାନ ଘଟିବ ଓ ଜାତୀୟ ସଂହତି ପ୍ରତିଷ୍ଠା ହେବ  । ଏହା ସମ୍ଭବ କେବଳ ଦୃଢ ରାଜନୈତିକ ଇଚ୍ଛା ଶକ୍ତି ଏବଂ ପ୍ରଶାସନିକ ଦକ୍ଷତା  ।

ଆନ୍ତର୍ଜାତିକ ଜଳ ବିବାଦ :- ତିସ୍ତା ନଦୀର ଜଳ ବଣ୍ଟନକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ଜଳ ବିବାଦ ଘନୀଭୂତ ହେଉଛି ଏବଂ ବାଂଲାଦେଶ ବିଭାଜନ ପରେ ତିନି ବିଘା ଏକ ବିବାଦୀୟ ଅଞ୍ଚଳ ହୋଇଛି  । ଭାରତର ପ୍ରଧାନ ନଦୀ ଗଙ୍ଗା ବାଂଲାଦେଶରେ ପଦ୍ମା ନାମରେ ପରିଚିତ ବନ୍ୟା ନିୟନ୍ତ୍ରଣ ପାଇଁ ଭାରତ ସରକାର ଓ ଗଙ୍ଗା ନଦୀରେ କୋ÷ଣସି ଡ୍ୟାମ୍‍ ନିର୍ମାଣ କଲେ ବାଂଲାଦେଶ ଆନ୍ତର୍ଜାତିକ ନ୍ୟାୟାଳୟର ଦ୍ୱାରସ୍ଥ ହେବ  । ସେହିଭଳି ଭାରତର ଅନ୍ୟତମ ପଡୋଶୀ ଦେଶ ଚୀନ ସାଙ୍ଗପୋ (ବ୍ରହ୍ମପୁତ୍ର) ନଦୀର ଉପର ମୁଣ୍ଡରେ ଚାରୋଟି ଡ୍ୟାମ ନିର୍ମାଣ କରୁଛି ଯାହାକି ଭାରତର ବ୍ରହ୍ମପୁତ୍ର ଅବବାହିକା ସମତଳ ଅଞ୍ଚଳ ଆସାମ ବିଶେଷ ଭାବେ ପ୍ରବାହିତ ହେବ ଏବଂ ଏହି ନଦୀ ବାଂଲାଦେଶରେ ମେଘନା ନାମରେ ପରିଚିତ  । ଯଦି ଉପର ମୁଣ୍ଡରୁ ଡ୍ୟାମ୍‍ ହୁଏ ତେବେ ଭାରତ ନଦୀ ଜଳ ବ୍ୟବହାର କରି ସାରିଲା ପରେ ବାଂଲାଦେଶକୁ କମ୍‍ ଜଳ ପ୍ରବାହିତ ହେଲେ ତା’ର କୃଷି ପ୍ରଭାବିତ ହେବ ଓ ଉଭୟ ଦେଶ ମଧ୍ୟରେ ତିକ୍ତତା ହେବ ଏବଂ ଆସାମର ବନ୍ୟା ଚୀନ୍‍ ହିଁ ନିର୍ଦ୍ଧାରଣ କରିବ  ।

ଭାରତ ଓ ପାକିସ୍ତାନ ମଧ୍ୟରେ ସବୁ କ୍ଷେତ୍ରରେ ତିକ୍ତତା ଅଛି  । ବନ୍ୟା ଜଳ ବିବାଦ କିଛି ନୂଆ କଥା ନୁହେଁ  । ଭୋ÷ଗୋଳିକ ଦୃଷ୍ଟିକୋଣରୁ ଛଅଟି ନଦୀ ସିନ୍ଧୁ, ଝେଲମ, ଚେନାବ, ରାବି, ବିଅସ୍‍, ଶତ୍‍ଲେଜ୍‍ ପ୍ରଭାବିତ ହୋଇଛି  । ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ଜଳ ବିବାଦର ଅବସାନ ପାଇଁ ଦୁଇଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା  । ଏହା ଅନୁସାରେ ଭାରତ ବିଅସ୍‍, ରାବି, ଶତ୍‍ଲେଜ୍‍ ନଦୀର ଜଳ ବ୍ୟବହାର କରିବ ଏବଂ ପାକିସ୍ତାନ ଚେନାବ୍‍, ଝେଲମ ଓ ସିନ୍ଧୁ ନଦୀର ଜଳ ବ୍ୟବହାର କରିବ  । ସର୍ତ୍ତ ଅନୁସାରେ ଭାରତର ଜମ୍ମୁର ଅନନ୍ତନାଗ ଅଞ୍ଚଳରେ ନିର୍ମିତ ୮୦୦କୋଟି ବ୍ୟୟରେ ହୋଇଥିବା  ଡ୍ୟାମ୍‍ କାର୍ଯ୍ୟକ୍ଷମ ହୋଇପାରୁନି  । ଶତ୍‍ଲେଜ୍‍ ନଦୀର ଜଳକୁ ଗୋବିନ୍ଦ ସାଗର ଯୋଜନାରେ ଇନ୍ଦିରା ଗାନ୍ଧି କେନାଲ୍‍ ଯୋଜନାରେ ରାଜସ୍ଥାନର ମରୁ ଅଞ୍ଚଳ ଆଜି ବାସୋପଯୋଗୀ ଓ କୃଷି ଉପଯୋଗୀ ହୋଇପାରିଛି  । ଜନୈକ ଆଶାୟୀ ପ୍ରଧାନମନ୍ତ୍ରୀ ନେତା ନିଜର ରାଜସ୍ଥାନ ଗସ୍ତ ସମୟରେ ନିର୍ବାଚନୀ ଅଫର୍‍ ରଖିଛନ୍ତି ଯେ, ଇନ୍ଦିରା ଗାନ୍ଧି କେନାଲକୁ ଆରବ ସାଗରରେ ମିଶାଇବେ ଓ ସମ୍ପୂର୍ଣ୍ଣ ‘ଥର୍‍’ ମରୁଭୂମି କୃଷିପୋଯୋଗୀ ହେବ  । ଯଦି କାର୍ଯ୍ୟକ୍ଷମ ହେବ ଭାରତ ପାକିସ୍ତାନ ଯୁଦ୍ଧ ନିଶ୍ଚିତ କାହିିଁକି ନା ପାକିସ୍ତାନରେ ଜଳ ନିଅଣ୍ଟ ପଡିବ ଓ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଭଙ୍ଗ ହେବ  । ଜଣେ ପ୍ରସିଦ୍ଧ ସମାଜବିତ୍‍ଙ୍କ ମତରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ, ତେବେ ଜଳ ବିବାଦ ପାଇଁ ହେବ ଏଥିରେ ଗୁରୁତ୍ୱପୂର୍ଣ୍ଣ ନଦୀ ସିନ୍ଧୁ ନଦୀ, ବ୍ରହ୍ମପୁତ୍ର, ଦାନୁୱେ, ନୀଳ ନଦୀ  । ଗ୍ରୀନ୍‍ ହାଉସ୍‍ ଗ୍ୟାସ୍‍ ପ୍ରଭାବ ଯୋଗୁ ପୃଥିବୀର ହାରାହାରି ତାପମାତ୍ରା ବଢି ଚାଲିଛି  ଏବଂ ନଦୀ ଗୁଡିକରେ ମୁଖ୍ୟ ଉତ୍ସ ଗ୍ଲାସିୟର/ ବରଫ ଖଣ୍ଡ କମିବାରେ  ଲାଗିଛି ଯାହାକି ଭବିଷ୍ୟତରେ ନଦୀ ଚିରସ୍ରୋତା ହେବାରେ ପ୍ରଶ୍ନବାଚୀ ହେବ  । ନିକଟ ଅତୀତରେ ଉତ୍ତରାଖଣ୍ଡରେ ଘଟିଥିବା “ଫ୍ଲାସ୍‍ ଫ୍ଲଡ” ତାହାର ଜ୍ୱଳନ୍ତ ଉଦାହରଣ  । ଯେତେବେଳେ ପ୍ରକୃତି ମଣିଷ ସହିତ ଖେଳେ, ମଣିଷ କେତେ ଅସହାୟ ହୋଇପଡେ  ।

ଜୟନ୍ତ କୁମାର ପଣ୍ଡା, ଓର୍ଷକା, ବାଲିଆ, ଭାଗବତପୁର, କେନ୍ଦ୍ରାପଡା


    

Maximum 500 characters