Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ତୁଳସୀ ଦୁଇ ପତ୍ରରୁ ବାସେ

Date: May 15, 2015    Views: 767

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅନେକ ମହାପୁରୁଷ ସେମାନଙ୍କର ପିଳାବେଳର ଜୀବନରୁ ହିଁ ଜଣାପଡିଥାନ୍ତି  । ପିଲାମାନଙ୍କ ସହିତ ସନ୍ଧ୍ୟାବେଳେ ଖେଳିବା ସମୟରେ ମନ୍ଦିରର ଘ । ବାଜି ଉଠିଲେ ଖେଳ, ସାଙ୍ଗ-ସାଥୀ ଛାଡି ମନ୍ଦିର ଭିତରେ ସୁଖାସନରେ ଆଖିବୁଜି ବସିପଡୁଥିଲେ; ବାରମ୍ବାର ମୁଣ୍ଡ ନୁଆଁଇ ନମସ୍କାର କରୁଥିଲେ କାଲୁରାମ ମେହେତାଙ୍କର ପୁତ୍ର  । ସବୁବେଳେ ମନ୍ଦିର, ପୂଜାପାଠ ଆଦିରେ ପୁଅର ମନ ମଜ୍ଜି ରହୁଥିବାର ଦେଖି ବାପା ମେହେତା ବହୁତ ଚିନ୍ତାରେ ପଡିଯାଉଥିଲେ  । 

ପୁଅକୁ ବଡ ମଣିଷକରି ସମାଜରେ ଜଣେ ଧନୀ,ମାନୀ ହିସାବରେ ପ୍ରତିଷ୍ଠିତ କରାଇବାର ସ୍ୱପ୍ନ ନେଇ ବାପା ଶ୍ରୀ ମେହେତା ପୁଅକୁ ନେଇ ଚାଟଶାଳୀରେ ବସାଇଲେ  । ଗୁରଜୀଙ୍କଠାରୁ ଅକ୍ଷରସବୁ ବହୁତ କମ୍ ସମୟରେ ଶିଖିନେଇ ସେହି ଅକ୍ଷର ସାହାଯ୍ୟରେ ଶବ୍ଦ ଓ ପରେ ଛୋଟ ଛୋଟ ବାକ୍ୟମାନ ଲେଖିବାକୁ ସମର୍ଥ ହୋଇଥିଲା ସେହି ଛୋଟ ପିଲାଟି  । ପରେ ଗୁରୁଜୀ ଯେତେବେଳେ ବାରମ୍ବାର ବିଭିନ୍ନ ପ୍ରକାର ଶବ୍ଦ ବା ବାକ୍ୟମାନ ଲେଖିବାକୁ କହିଲେ, ସେତେବେଳେ ପିଲାଟି କହିଲା, “ଆପଣ ମୋତେ ‘ରାମ ରାମ’ ଲେଖିବାକୁ କାହିଁକି ଦଉ ନାହାଁନ୍ତି  । ଆପଣଙ୍କୁ କ’ଣ ଭଗବାନଙ୍କ କଥା ଭଲ ଲାଗେ ନାହିଁ!” 

ଗୁରୁଜୀ ଆଉ କହିବେ ବା କ’ଣ! ଛୋଟ ପିଲାଟିର ଏଭଳି ବୁଦ୍ଧିକୁ ଦେଖି ଗୁରୁଜୀ ଶ୍ରୀ ମେହେତାଙ୍କୁ ଡାକି ପୁଅକୁ ଅନ୍ୟତ୍ର ପଢାଇବାକୁ କହିଲେ  । ବାପା ନିଜ ପୁଅର ପ୍ରଖର ବୁଦ୍ଧି ଥିବାର ଜାଣି ଖୁସି ହୋଇ ପୁଅକୁ ଭବିଷ୍ୟତରେ ବାଦଶାହଙ୍କ ଦରବାରରେ ଚାକିରିବାର ସ୍ୱପ୍ନ ନେଇ ଆରବୀ ଓ ଊର୍ଦ୍ଧୁଭାଷା ଶିକ୍ଷା ଦେବା ପାଇଁ ଜଣେ ମୌଲବୀଙ୍କ ପାଖକୁ ପଠାଇଲେ  । ମୌଲବୀ ସେହି ଛୋଟ ପିଲାକୁ ପ୍ରଥମେ ଊର୍ଦ୍ଧୁଭାଷା ଶିଖାଇଲେ  । ତାହା ସେ ଅତିଶିଘ୍ର ଶିଖି ନେଇ କୋରାନ୍ ପଢିବାକୁ ଲାଗିଲେ  । ମୌଲବୀ ଏହା ଦେଖି ଖୁସି ହୋଇ ସେହି ଛୋଟ ପିଲାକୁ ଅନ୍ୟମାନଙ୍କ ସହିତ ନମାଜ ପଢିବାପାଇଁ କହିଲେ  । କିନ୍ତୁ ସେହି ଛୋଟ ପିଲାଟି ନମାଜ୍ ନ ପଢି କାନ୍ଥକୁ ଆଉଜି ଠିଆ ହୋଇ ରହିବାରୁ ମୌଲବୀ ପିଲାଟିକୁ ଚାହିଁ ରାଗିଯାଇ ପଚାରିଲେ, “ତୁ କାହିଁକି ଆମ ସହିତ ନମାଜ ପଢିଲୁ ନାହିଁ?” ପିଲାଟି ସ୍ମିତ ହାସ୍ୟ ଦେଇ କହିଲା, “ମୁଁ ଆପଣଙ୍କ ସହିତ କି ନମାଜ ପଢିଥାନ୍ତି! ଆପଣ ତ ନମାଜ ପଢିବା ସମୟରେ ଘରେ ବନ୍ଧା ହୋଇଥିବା ଛେଳିର ମୂଲ୍ୟ କେତେ ହେବ ସେ ବିଷୟରେ ଚିନ୍ତା କରୁଥିଲେ !”

ମୌଲବୀ ଏକଥା ଶୁଣି ଚମକି ପଡିଲେ  । ‘ଆରେ ଏ ପିଲାଟି ମୋ ମନ କଥା କିପରି ଜାଣିଲା! ମୁଁ ତ ଠିକ୍ ଏହି କଥା ଚିନ୍ତା କରୁଥିଲି  । ମୁଁ କଣ ଏହାର ଗୁରୁ ହେବି, ଏ ତ ମୋର ଗୁରୁ  ।’ 

ସେହି ଛୋଟ ପିଲାଟି ହେଉଛନ୍ତି ଶିଖ୍ ଧର୍ମର ‘ଗୁରୁ ନାନକ’  ।


    

Maximum 500 characters