Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

‘କଲ୍ୟୁଗ୍’ରେ ଅଫର ପାଇଥିଲେ ସନ୍ନି ଲିଓନ

Date: Aug 23, 2017    Views: 137

ମୁମ୍ବାଇ: ଇଣ୍ଡୋ-କାନ୍ନାଡ଼ିଆନ୍ ପର୍ଣ୍ଣଷ୍ଟାର୍ ସନ୍ନି ଲିଓନ୍ ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜିସ୍ମ-୨’ ଜରିଆରେ ବଲିଉଡ୍ରେ ଡେବୁ୍ୟ କରିଥିଲେ, ହେଲେ ଖୁବ୍ କମ୍ଲୋକ ଜାଣନ୍ତି ଯେ, ଏହା ପୂର୍ବରୁ ସନ୍ନିଙ୍କୁ ଅନ୍ୟ ଏକ ହିନ୍ଦୀ ଫିଲ୍ମରେ ଲିଡ଼୍ରୋଲ୍ କରିବା ଲାଗି ଅଫର୍ ମିଳିଥିଲା  । ସେହି ଫିଲ୍ମ ହେଲା ‘କଲ୍ୟୁଗ୍’  ।
ଲୋକପି୍ରୟ ନିଦେ୍ର୍ଧଶକ ମୋହିତ ସୁରୀ ‘କଲ୍ୟୁଗ୍’ ନିଦେ୍ର୍ଧଶନା ଦେଉଥାନ୍ତି  । ଏହି ସିନେମାରେ କାହାଣୀ ପର୍ଣ୍ଣ ଇଣ୍ଡଷ୍ଟି୍ର ସମ୍ପର୍କିତ ହୋଇଥିବା ହେତୁ ମୋହିତ୍ ଏଥିରେ ସନ୍ନି ଲିଓନ୍ଙ୍କୁ ଫିମେଲ୍ ଲିଡ଼୍ରେ ନେବାକୁ ଇଚ୍ଛାପ୍ରକାଶ କରିଥିଲେ  । ସେ ଏଥିପାଇଁ ବିଧିବଦ୍ଧ ଭାବେ ତାଙ୍କୁ ଅଫର୍ ମଧ୍ୟ ଦେଇଥିଲେ  । ସେତେବେଳେ ସନ୍ନି ଲିଓନ୍ ଯେଉଁ ପ୍ରାଇସ୍ ଦାବି କରିଥିଲେ, ତାହା ଶୁଣି ମୋହିତ୍ କେବଳ ବିସ୍ମିତ ହୋଇନଥିଲେ ବରଂ ସନ୍ନିଙ୍କୁ ଫିଲ୍ମରେ ନନେବା ଲାଗି ନିଷ୍ପତ୍ତି ବି ନେଇଥିଲେ  । ଏବେ ଆପଣମାନେ ଜାଣିବାକୁ ଚାହିଁବେ ମୋହିତ୍ଙ୍କୁ କେତେ ଟଙ୍କା ମାଗିଥିଲେ ସନ୍ନି ! ହଁ ସନ୍ନି ଲିଓନ୍ ‘କଲ୍ୟୁଗ୍’ରେ କାମ କରିବା ପାଇଁ ୫ କୋଟି ଟଙ୍କା ଦାବି କରିଥିଲେ  । ସେତେବେଳେ ଏହି ବଜେଟ୍ରେ ସିନେମାଟିକୁ କମ୍ପ୍ଲିଟ୍ କରିବାର ଯୋଜନା କରିଥିଲେ ନିଦେ୍ର୍ଧଶକ ମୋହିତ୍  । ଏଣୁ ସେ ଏହି ଫିଲ୍ମେର ସନ୍ନିଙ୍କୁ ନେଇନଥିଗେ  । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୫ରେ ମୋହିତ୍ ସୁରୀଙ୍କ ଫିଲ୍ମ ‘କଲ୍ୟୁଗ୍’ ରିଲିଜ୍ ହୋଇଥିଲା, ଯେଉଁଥିରୁ ଶିଶୁ କଳାକାର କୁନାଲ୍ ଖେମୁ ହିରୋ ଭାବରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ  ।


    

Maximum 500 characters