Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଶୁଭାରମ୍ଭ ହେଲା ଗର୍ଭନିରୋଧକ ‘ଅନ୍ତରା’

Date: Aug 23, 2017    Views: 273

ଭୁବନେଶ୍ୱର:  ଓଡ଼ିଶାରେ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ସୁଦୃଢ କରିବା ଉଦେ୍ଧଶ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ଅନ୍ତରା ନାମରେ ନାମିତ ଇଞ୍ଜେକ୍ସନ ଯୁକ୍ତ ଗର୍ଭନିରୋଧକର ଶୁଭାରମ୍ଭ କରାଯାଇଛି  ।କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡ଼ା ପି କେ ମେହେର୍ଦା ଯୋଗଦେଇ ଏହି ଗର୍ଭନିରୋଧକ ବେଶ୍ ଫଳପ୍ରଦ, ସୁବିଧା ଜନକ, ପରିବାର ନିୟୋଜନର ଏହା ସୁରକ୍ଷିତ ପଦ୍ଧତି ଭାବେ ପରୀକ୍ଷଣ କରାଯାଇଛି । ଏହା ସମଗ୍ର ବିଶ୍ୱରେ ପ୍ରାୟ ୧୩୦ରୁ ଉଦ୍ଧ୍ୱର୍ ଦେଶରେ ବ୍ୟବହାର କରାଯାଉଛି । ଯେଉଁ ମହିଳାଙ୍କର ସାଥୀ ଗର୍ଭନିରୋଧକ ବ୍ୟବହାର କରିବାକୁ ପ୍ରସ୍ତୁତ ନ ଥିବେ ସେମାନଙ୍କ ପାଇଁ ମଧ୍ୟ ଏହା ବେଶ୍ ଉପାଦେୟ ହେବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ପରିବାର କଳ୍ୟାଣର ନିର୍ଦେଶକ ଡ଼ା ବିନୋଦ କୁମାର ମିଶ୍ର ଉଲ୍ଲେଖ କରିଥିଲେ ଯେ, ଏହି ବିଭାଗ ନିମନ୍ତେ ଗୁଣବତା ସଂପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ବେଶ୍ ଆବଶ୍ୟକତା ରହିଛି ଏବଂ ଏହି ଇଞ୍ଜେକ୍ସନ ଯୁକ୍ତ ଗର୍ଭନିରୋଧକ ଆରମ୍ଭ କରିବା ନିମନ୍ତେ, ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାଗର୍ଭନିରୋଧକ ମହିଳାଙ୍କର ଋତୁଚକ୍ର ଆରମ୍ଭର ଗୋଟିଏ ସପ୍ତାହ ମଧ୍ୟରେ ବ୍ୟବହାର କରାଯିବା ଆବଶ୍ୟକ । ବର୍ତମାନ, ଏହି ଇଞ୍ଜେକ୍ସନ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ।  ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ଗର୍ଭନିରୋଧକ ବିକଳ୍ପ ପ୍ରଦାନ କରିବା ହେଉଛି ଦେଶ ତଥା ରାଜ୍ୟ ପରିବାର ନିୟୋଜନର ମୁଖ୍ୟ ଆଧାର । ଗର୍ଭନିରୋଧକ ପଦ୍ଧତି ମିଶ୍ରଣର ମୁଖ୍ୟ ପ୍ରମାଣରେ ଦର୍ଶାଯାଇଅଛି, ଯେ କୌଣସି ଏକ ନୂତନ ପଦ୍ଧତିର ସଂଯୋଗ ଦ୍ୱାରା ଏମ୍ସିପିଆର୍ (ଆଧୁନିକ ଗର୍ଭନିରୋଧକ ପ୍ରଚଳିତ ଦର) ଗର୍ଭନିରୋଧକ ରେଖାରେ ୩.୪ ପ୍ରତିଶତ ବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନୋଟି ନୂତନ ଗର୍ଭନିରୋଧକ - ଇଞ୍ଜେକ୍ସନ ଯୁକ୍ତ ଗର୍ଭନିରୋଧକ (ଅନ୍ତରା କାର୍ଯ୍ୟକ୍ରମ), ପ୍ରୋଜେଷ୍ଟୋରନ ଓନ୍ଲି ପିଲ୍ ବା କେବଳ ବଟିକା, ସେଂଟକ୍ରୋମାନ (ଛାୟା) । ଏହି ନୂତନ ଗର୍ଭନିରୋଧକର ମୁଖ୍ୟ ଉପକାରିତା ଗୁଡିକ ହେଉଛି ଏହା ଗର୍ଭାବସ୍ଥା ପରବର୍ତୀ ସମୟ ତଥା ସ୍ତନ୍ୟପାନ କରାଇବା ସମୟରେ ସୁରକ୍ଷିତ ଏବଂ ସୁବିଧାଜନକ ଭାବେ ବ୍ୟବହାର କରାଯାଇପାରିବ ଯାହାକି ବେଶ୍ ଫଳପ୍ରଦ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରିବାର ନିୟୋଜନ ବିଭାଗର ଡେ଼ପୁଟି କମିସନର ଡ଼ା ଏସ କେ ସିକଦର, ଜାତୀୟ ସ୍ୱାସ୍ଥ୍ୟ ମିସନ୍, ଓଡିଶାର କମିସନର ତଥା ମିସନ ଡାଇରେକ୍ଟର, ଶାଲିନୀ ପଣ୍ଡିତ, ପରିବାର କଳ୍ୟାଣର ନିର୍ଦେଶକ ଡ଼ା ବିନୋଦ କୁମାର ମିଶ୍ର ଏବଂ ଯୁଗ୍ମ ନିର୍ଦେଶକ ଡ଼ା ଅଜିତ୍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters