Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର

Date: Aug 18, 2017    Views: 268

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ତାହା ହେଲା ସରକାର ଅସ୍ତ୍ରୋପଚାର ଜରିଆରେ ଆଣ୍ଠୁ ପ୍ରତିରୋପଣ ମୂଲ୍ୟକୁ କମ୍ କରିଦେଇଛନ୍ତି । ଆଣ୍ଠୁ ପ୍ରତିରୋପଣର ମୂଲ୍ୟ ୫୪ ହଜାର ଟଙ୍କାରୁ ୧.୧୪ ଲକ୍ଷ ମଧ୍ୟରେ ନିର୍ଦ୍ଧାରିତ କରି ଦେଇଛନ୍ତି । ଫଳରେ ପୂର୍ବାପେକ୍ଷା ମୂଲ୍ୟ ଅନୁସାରେ ୭୦ ପ୍ରତିଶତ କମିଗଲା । ତେଣୁ ଏବେ ଲୋକଙ୍କୁ ଅସ୍ତ୍ରୋପଚାର କରି ଆଣ୍ଠୁ ପ୍ରତିରୋପଣ କରିବା ମହଙ୍ଗା ପଡିବନି । କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଅପରେସନ୍ ଦ୍ୱାରା ଆଣ୍ଠୁ ପ୍ରତିରୋପଣ ଏବେ କମ୍ ମୂଲ୍ୟରେ ହୋଇପାରିବ । ଏହାର ମୂଲ୍ୟ ଏବେ ନିର୍ଦ୍ଧାରଣ କରି ଦିଆଯାଇଛି । ସେ କହିଛନ୍ତି ସରକାର ଯେଉଁ ମୂଲ୍ୟ ସ୍ଥିର କରିଛନ୍ତି ତାହା ଗତ ବୁଧବାର ଠାରୁ ଲାଗୁ ହୋଇଯିବ । ସରକାରଙ୍କ୍ ନିଷ୍ପତ୍ତି ଅନୁସାରେ ଆଣ୍ଠୁ ପ୍ରତିରୋପଣ ଏବେ ୫୪,୭୨୦ ଟଙ୍କା ଖର୍ଚ୍ଚ ହେବ । ଯାହା ପୂର୍ବରୁ ଅଢେଇ ଲକ୍ଷ ମଧ୍ୟରେ ଆସୁଥିଲା । ଏହି ନିଷ୍ପତ୍ତିର ଘୋଷଣା କରି ଅନନ୍ତ କୁମାର କହିଥିଲେ ସରକାରଙ୍କ ଏହି ପଦକ୍ଷେପରେ ରୋଗୀଙ୍କ ୧୫୦୦ କୋଟି ଟଙ୍କା ସଞ୍ଚୟ ହେବ । କ୍ୟାନସର ଓ ବ୍ରେନ୍ ଟୁ୍ୟମର ରୋଗୀଙ୍କର ସ୍ୱତନ୍ତ୍ର ଇମ୍ପ୍ଲାଣ୍ଟର ମୂଲ୍ୟ ୯ ଲକ୍ଷ ଟଙ୍କା ଥିବା ବେଳେ ତାହା କମି ୧,୧୩,୯୫୦ କରିଦିଆଯାଇଛି ।


    

Maximum 500 characters