Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ସଂସ୍କୃତି

ମୁଖ୍ୟ ଖବର

    ୨୬ରେ ମା’ ସମେଲଶ୍ୱରୀଙ୍କୁ ନବାନ୍ନ ଅର୍ପଣ

    Share on :
    ajab-Image
    Date: Aug 17, 2017    Views: 1093

    ସମ୍ବଲପୁର : ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ ସକାଶେ ଲଗ୍ନ ମୁହୂର୍ତ୍ତର୍ ନିରୂପଣ  ପାଇଁ ପ୍ରଚଳିତ ପରମ୍ପରା ଅନୁସାରେ ନନେ୍ଦାତ୍ସବ ଦିନ ସ୍ଥାନୀୟ ବ୍ରହ୍ମପୁରା ମନ୍ଦିର ଠାରେ ଜ୍ୟୋତିଷମାନଙ୍କର ଏକ ବୈଠକ ଅନୁଷ୍ଠିିତ ହୋଇଥିଲା । ଏଠାରେ ନିର୍ଣ୍ଣୟ କରାଯାଇଥିବା ପ୍ରସ୍ତାବ ଲଗ୍ନକୁ ପୂଜା ପରେ ବ୍ରହ୍ମପୁରା ମନ୍ଦିର ପକ୍ଷରୁ ସମଲାଇ ପୀଠକୁ ପହଞ୍ଚାଯାଇଛି । ନିରୂପିତ ପ୍ରସ୍ତାବ ଅନୁସାରେ ବୀର ବିକ୍ରମ ସମ୍ବତ ୨୦୨୫ ଶ୍ରୀ ଶକାବ୍ଦ ୧୯୩୯ ସିଂହ ୧୦ ଦିନ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଶନିବାର ଇଂରାଜୀ ତାରିଖ ଅଗଷ୍ଟ ୨୬ ତାରିଖ ଚିତ୍ରା ନକ୍ଷେତ୍ରେ ତୁଳା ଚନେ୍ଦ୍ର କନ୍ୟା ଲଗ୍ନେ, କନ୍ୟା ନବାଂଶେ ଦିନ ୯ଟା ୫ ମିନିଟରୁ ୯ଟା ୫୫ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯିବ ।
    ଏହି ବୈଠକରେ ଜ୍ୟୋତିଷ ବିରଞ୍ଚô ନାରାୟଣ ପତି, ପ୍ରଭାକର ତ୍ରିପାଠୀ, ମହେଶ୍ୱର ନାୟକ, କମଳାକାନ୍ତ ମିଶଅ, ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର, ଅମରନାଥ ମିଶ୍ର, ଝସକେତନ ହୋତା, ଶୈଳେନ୍ଦ୍ର ପୂଜାରୀ, ମହେନ୍ଦ୍ର ପୂଜାରୀ, ଗୋପୀନାଥ ପଣ୍ଡା, ଦୀନବନ୍ଧୁ ପାଣିଗ୍ରାହୀ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଦେବତା, ଜିତେନ୍ଦ୍ର କୁମାର ନନ୍ଦ, ଆର୍ତ୍ତତ୍ରାଣ ମିଶ୍ର, ଶଶାଙ୍କ ଶେଖର ମିଶ୍ର, ସୁରେନ୍ଦ୍ର ପତି, ଅମରନାଥ ପୂଜାରୀ ପ୍ରମୁଖଙ୍କ ସହ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ଅଭିଷେକ ମିଶ୍ର, ଶୁଭେନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ମହାନ ଗଣପର୍ବକୁ ଆଗରୁ ବିଭିନ୍ନ ସହର, ଜନପଦ ଓ ଗ୍ରାମାଞ୍ଚଳରେ ଦେବଦେବୀଙ୍କ ନକ୍ଷତ୍ର ଅନୁସାରେ ତିଥି ଓ ଲଗ୍ନ ଧାର୍ଯ୍ୟ କରାଯାଉଥିଲା । ଏହା ଭାଦ୍ରବ ଶୁକ୍ଳ ପକ୍ଷରେ ପଡ଼ୁଥିଲେ ମଧ୍ୟ ଭିନ୍ନ ଭିନ୍ନ ତିଥିରେ ପଡ଼ୁଥିଲା । ୧୯୯୨ରେ ପଶ୍ଚିମ ଓଡ଼ିଶାର ରାଜପୁରୋହିତ, ଜ୍ୟୋତିଷ, ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି, ଓକିଲ ସଂଘ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କ ସମାବେଶରେ ଅଞ୍ଚଳରେ ଏକସଙ୍ଗେ ଗୋଟିଏ ଦିନ ଅର୍ଥାତ୍ ପ୍ରତିବର୍ଷ ଭାଦ୍ରବ ଶୁକ୍ଲ ପକ୍ଷର ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା । ସେହିବର୍ଷ ଠାରୁ ଏହି ତିଥିରେ ସ୍ଥାନୀୟ ଦେବାଦେବୀଙ୍କ ନକ୍ଷତ୍ର ଅନୁସାରେ ନବାନ୍ନ ଅର୍ପଣ ସକାଶେ ମୁହୂର୍ତ୍ତ ନିରୂପଣ କରାଯାଇ ଆସୁଛି । ରାଜ୍ୟ ସରକାର ମଧ୍ୟ ଏହି ତିଥିକୁ ନୂଆଖାଇ ରୂପେ ବର୍ଣ୍ଣିତ କରିଥିବା ବେଳେ ବିଭିନ୍ନ ପଣ୍ଡିତ ମହାସଭା ସମ୍ମତି ଦେଇଛନ୍ତି ।

    Maximum 500 characters

    ସଂସ୍କୃତି View all

    Find Us on Facebook