Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ସ୍ୱାଇନ ଫ୍ଲୁ : ୪ ମୃତ, ୭୧ ଆକ୍ରାନ୍ତ

Date: Aug 10, 2017    Views: 137

ଭୁବନେଶ୍ୱର:  ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା ପ୍ରତିିଦିନ ବଢ଼ିବାରେ ଲାଗିଛି  । ଆଜି ଆଉ ୧୨ ଜଣଙ୍କ ଦେହରେ ସ୍ୱାଇନ ଫ୍ଲୁ ଭୂତାଣୁ ଥିବା ଜଣାପଡିଛି  । ଇତି ମଧ୍ୟରେ ସ୍ୱାଇନ ଫ୍ଲୁରେ ୨୫୭ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥି ବେଳେ ସେଥିମଧ୍ୟରୁ ୭୧ ଜଣଙ୍କ ଦେହରେ ସ୍ୱାଇନ ଫ୍ଲୁ ଭୂତାଣୁ ଥିବା ଜଣାପଡିଛି  । ଇତି ମଧ୍ୟରେ ଏହି ରୋଗରେ ୪ ଜଣଙ୍କ ମୃତୁ୍ୟ ହୋଇଛି  । ଅପରପକ୍ଷରେ ଡେଙ୍ଗୁରେ ରାଜ୍ୟରେ ପ୍ରଥମ ରୋଗୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି  । ତେଣେ ଆସନ୍ତା ୧୫ ତାରିଖରେ ସ୍ୱତନ୍ତ୍ର ଗ୍ରାମସେବା ବୈଠକ କରିବା ପାଇଁ ସମସ୍ତ ସିଡିଏମଓ ମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି  । ୧୫ ତାରିଖରେ ବସିବାକୁ ଥିବା ଏହି ସ୍ୱତନ୍ତ୍ର ଗ୍ରାମସେବା ବୈଠକରେ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ବିସ୍ତୃତ ଭାବେ ଆଲୋଚନା କରାଯିବ  । ଇତି ମଧ୍ୟରେ ସ୍ୱାଇନ ଫ୍ଲୁ ପାଇଁ ସ୍ୱତନ୍ତ୍ର ୱାର୍ଡ ସହ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ରଖିବା ପାଇଁ ପୂର୍ବରୁ ସମସ୍ତ ଘରୋଇ ହସ୍ପିଟାଲକୁ ନିଦେ୍ର୍ଧଶ ଦିଆଯାଇଛି  ।


    

Maximum 500 characters