Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ଆଜି ଶ୍ରାବଣ ପ୍ରଥମ ସୋମବାର: ଶୁଭୁଛି ବୋଲବମ...ହରରେ ବମ

Date: Jul 10, 2017    Views: 274


ସମ୍ବଲପୁର:  ଆଜିି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥରର ବିଶେଷତ୍ୱ ହେଉଛି ଶ୍ରାବଣ ମାସ ସୋମବାରରେ ଆରମ୍ଭ ହୋଇ ସୋମବାରରେ ଶେଷ ହେଉଛି । ପ୍ରଥମ ସୋମବାରର ଅବ୍ୟବହିତ ପୂର୍ବରୁ କାଉଡିÿଧାରୀଙ୍କ ଚଳଚଞ୍ଚଳତା ପରିଲକ୍ଷିତ ହୋଇଛି । ଗୈରିକ ବସନ ପରିହିତ ବହୁ ସଂଖ୍ୟାରେ ଲୋକେ ଆଜି ବିଭିନ୍ନ ଶିବାଳୟ ଉଦେ୍ଧଶ୍ୟରେ ଯାତ୍ରାରମ୍ଭ କରିଛନ୍ତି । ବେଶ୍ କେତେକ ସଂଖ୍ୟାରେ ଲୋକ ଝାଡ଼ଖଣ୍ଡରେ ଥିବା ବାବା ଧାମ ଉଦେ୍ଧଶ୍ୟରେ ଯାତ୍ରା କରିଛନ୍ତି । ସେମାନେ ବିହାର ରାଜ୍ୟରେ ଥିବା ସୁଲତାନନଗରରୁ ଗଙ୍ଗା ନଦୀ ଜଳ ବହନ କରି ପ୍ରାୟ ୧୨୦ କିଲୋମିଟର ପାଦରେ ·ଲି·ଲି ବାବା ଧାମରେ ପହଞ୍ଚôବେ । ସେହିଭଳି ଅନେକ ଲୋକ ଏଠାରୁ ପୁରୀ ଶ୍ରୀଲୋକନାଥ ବାବା ଏବଂ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମହାପ୍ରଭୁଙ୍କ ଉଦେ୍ଧଶ୍ୟରେ ବାହାରିଥିବା ବେଳେ ଆଉ କେତେକେ ଢେ଼ଙ୍କାନାଳର କପିଳାସ ମନ୍ଦିରକୁ ଯାତ୍ରା କରିଛନ୍ତିି । ଯୁଯୁମୁରାର କଳ୍ପେଶ୍ୱର, ହୁମାର ବିମଳେଶ୍ୱର, ମାନେଶ୍ୱରର ମାନ୍ଧାତା ବାବା ଏବଂ ଅନ୍ୟାନ୍ୟ ଶିବାଳୟ ଉଦେ୍ଧଶ୍ୟରେ ଯାତ୍ରା କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ଥିବା ଶିବାଳୟଗୁଡ଼ିକ ସକାଶେ କାଉଡ଼ଧାରୀମାନେ ସ୍ଥାନୀୟ ବାଲିବନ୍ଧା ଘାଟରେ ମହାନଦୀରୁ ଜଳ ବହନ କରି ଯାତ୍ରା କରିଛନ୍ତି । ଏହାବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ଲୋକେ ସ୍ଥାନୀୟ ବୁଢ଼ାରଜା ସ୍ଥିତ କୋଶଳେଶ୍ୱର, ବାଲିବନ୍ଧ ସ୍ଥିତ ସୋମନାଥ, ଝାଡ଼ୁଆପଡ଼ାର ଶ୍ରୀଲୋକନାଥ, ନନ୍ଦପଡ଼ାର ବାଲୁଙ୍କେଶ୍ୱର, ଧନକଉଡ଼ାର ଚନ୍ଦ୍ରଶେଖର, ରାମସାଗର ବନ୍ଧ ନିକଟସ୍ଥ ଭୁବନେଶ୍ୱର, ମନ୍ଦଲିଆର ଗୁଡେ଼ଶ୍ୱର, ବୃକ୍ସହିଲ ଏବଂ କ୍ଷେତରାଜପୁରର ବିଶ୍ୱନାଥ, ଫାଟକର ମହାକାଳେଶ୍ୱର, ମୁ୍ୟନିସିପାଲିଟିର ଗୁପ୍ତେଶ୍ୱର, ଭତରାର ସ୍ୱପ୍ନେଶ୍ୱର, ବଡ଼ବଜାରର ଶୀତଳେଶ୍ୱର ସମେତ ସହର ମଧ୍ୟରେ ଥିବା ଅନ୍ୟାନ୍ୟ ଶିବାଳୟଗୁଡ଼ିକରେ ପହଞ୍ଚôଥାନ୍ତି । ସହରବାସୀ ମଧ୍ୟ ଶ୍ରାବଣ ସୋମବାର ଅବସରରେ ଅଧିକ ସଂଖ୍ୟାରେ ଶିବାଳୟଗୁଡ଼ିକରେ ପୂଜା ଉପାସନା କରିଥାନ୍ତିି । ଅନେକ ବ୍ୟକ୍ତି ଶ୍ରାବଣ ମାସରେ ସମ୍ବଲପୁରର ଅଷ୍ଟଶମ୍ଭୁ ଦର୍ଶନକୁ ପ୍ରାଧାନ୍ୟ ଦେଇଥାନ୍ତି । କେତେକେ ଗୋଟିଏ ଦିନରେ ଅଷ୍ଟଶମ୍ଭୁ ଦର୍ଶନକୁ ମଧ୍ୟ ଅଗ୍ରାଧିକାର ଦେଇଥାନ୍ତି । ଅଷ୍ଟଶମ୍ଭୁ ମଧ୍ୟରେ ଅଛନ୍ତିି ହୁମା ବିମଳେଶ୍ୱର, ମାନେଶ୍ୱରର ମାନ୍ଧାତା, ଅମ୍ବାଭୋନାର କେଦାରନାଥ, ଗାଇସମାର ବାଲୁଙ୍କେଶ୍ୱର, ସୋର୍ଣ୍ଣାର ସ୍ୱପ୍ନେଶ୍ୱର, ସରଣ୍ଡାର ବିଶ୍ୱେଶ୍ୱର, ନିଲ୍ଜୀର ନୀଳକଣ୍ଠେଶ୍ୱର ଏବଂ ଦେଓଗାଁର ବିଶ୍ୱନାଥ ।


    

Maximum 500 characters