May 27, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ସୁନାବେଶରେ ଶ୍ରୀଜୀଉ

    Share on :
    Date: Jul 4, 2017    Views: 415

    ପୁରୀ: ନିର୍ଦ୍ଧାରିତ ସମୟ ଅନୁସାରେ ମଙ୍ଗଳବାର ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ନନ୍ଦିଘୋଷ ରଥାରୂଢ଼ ପ୍ରଭୁ ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦି୍ରକା, ଅଳକା, ଯୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା, କମରପଟି ଆଦି ଅଳଙ୍କାର ଏବଂ ଆଭୂଷଣରେ ମଣ୍ଡିତ ହୋଇଥିଲେ  । ମହାପ୍ରଭୁ ବଳଭଦ୍ର ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦି୍ରକା, ଅଳକା, ଝୋବା କଣ୍ଠି, ହଳ ମୂଷଳ, ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟି ଆଦିରେ ଉଦ୍‍ଭାଷିତ ହୋଇ ଉଠିଥିଲେ  । ମା’ ସୁଭଦ୍ରା ସ୍ୱର୍ଣ୍ଣ ନିର୍ମିତ କିରୀଟ, ଓଡ଼ିଆଣୀ, କାନ, ସୂର୍ଯ୍ୟ ଚନ୍ଦ୍ର, ଘାଗଡ଼ା ମାଳି, କଦମ୍ବ ମାଳି, ତଡ଼ଗୀ, ସେବତୀ ମାଳିରେ ଶୋଭିତ ହୋଇଥିଲେ  ।
    ମଙ୍ଗଳବାର ସକାଳେ ତିନି ରଥ ଉପରେ ବିଗ୍ରହମାନଙ୍କର ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତିନି ରଥରେ ମଙ୍ଗଳଆଳତୀ ନୀତି ସଂପାଦନ କରାଯାଇଥିଲା  । ପରେ ମଇଲମ ଓ ତଡପଲାଗି,  ଅବକାଶ ହୋଇ ବେଶ,  ଗୋପାଳବଲ୍ଳଭ, ସକାଳଧୂପ, ମଧ୍ୟାହ୍ନ ମଇଲମ, ସର୍ବାଙ୍ଗ ଓ ବେଶ ଶେଷ ହୋଇଥିଲା । ପରେ ମଧ୍ୟାହ୍ନ ଧୂପ ସହ ମହାପ୍ରଭୁଙ୍କୁ ଶାଢୀ ଖଣ୍ଡୁଆ ଲାଗି କରାଯାଇଥିଲା  । ସଂଧ୍ୟା ଆଳତୀ ପରେ ଆରମ୍ଭ ହୋଇଥିଲା ସୁନାବେଶ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭଣ୍ଡାର ଘରୁ ମେକାପ, ପୁଷ୍ପାଳକ, ଭିତରଚ୍ଛ ମହାପାତ୍ର, ତଳୁଚ୍ଛ ମହାପାତ୍ର ପ୍ରମୁଖ ସେବାୟତ ସ୍ୱର୍ଣ୍ଣ ଅଳଙ୍କାର ରଥ ନିକଟକୁ ଆଣିଥିଲେ । ସେଠାରେ ଦଇତାପତି ସେବାୟତଙ୍କ ସହ ମିଶି ତିନି ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ କରିଥିଲେ  ।

    Maximum 500 characters

    ସଂସ୍କୃତି View all

    Find Us on Facebook