Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ରତ୍ନବେଦୀକୁ ଫେରିଲେ ଶ୍ରୀଜୀଉ

Date: Jul 4, 2017    Views: 143

ପୁରୀ: ଭାବାବେଗ ପରିବେଶ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉମାନଙ୍କ ବାହୁଡ଼ା ପର୍ବ  । ଶ୍ରୀଜୀଉଙ୍କମାନଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ହୋଇଉଠିଛି ଭକ୍ତମୟ  । ଶରଧା ବାଲିରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବାହାରି  ଶ୍ରୀଜୀଉଙ୍କ ତିନି ରଥ ପହଞ୍ଚôଛି ସିଂହଦ୍ୱାର ନିକଟରେ  । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚôଥିଲା ସିଂହଦ୍ୱାର ଆଗରେ  । ଶୃଙ୍ଖଳିତ ନୀତି, ଘଣ୍ଟାଏ ପୂର୍ବରୁ ରଥଟଣା, ଅନୁକୂଳ ପାଗଯୋଗୁ ଲକ୍ଷ ଲକ୍ଷ ଭକ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଦର୍ଶନ କରିଥିଲେ ଶ୍ରୀଜୀଉଙ୍କୁ  । ବାହୁଡ଼ାଯାତ୍ରା ଲାଗି ପ୍ରାୟ ୮ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଶ୍ରୀକ୍ଷେତ୍ର ପୁରୀରେ  ।
ଭକ୍ତମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଛି ଶରଧାବାଲିରୁ ସିଂହଦ୍ୱାର  । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଆଜି ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉମାନଙ୍କର ବାହୁଡା ପର୍ବ  । ଶରଧାବାଲିରୁ ଭକ୍ତଙ୍କ ଗହଣରେ ଶ୍ରୀଜୀଉଙ୍କ ତିନି ରଥ ଆସି ପହଞ୍ଚିଛି ସିଂହଦ୍ୱାର ନିକଟରେ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କରାଯାଇଥିଲା ବ୍ୟାପକ ବ୍ୟବସ୍ଥା  । ଧାର୍ଯ୍ୟ ସମୟରେ ଆଡପମଣ୍ଡପରେ ଶ୍ରୀଜୀଉଙ୍କ ନୀତିକାନ୍ତି ସମ୍ପନ୍ନ ହେବାପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମାପନ କରିବା ପାଇଁ ବ୍ୟପାକ ପଦକ୍ଷେପ ଗ୍ରହଣ କରାଯାଇଥିଲା  ।
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ୯ ଦିନ ଧରି ଲୀଳା ଶେଷ କରି ଶ୍ରୀଜୀଉମାନେ ଶ୍ରୀମନ୍ଦିର  ରତ୍ନବେଦୀରେ ପହଞ୍ଚô ଯାତ୍ରା ଆରମ୍ଭ କରିଥିଲେ  । ଗତକାଲି ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା ବେଳେ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଡ଼ ପଡ଼ିଥିଲା  । ବାହୁଡା ଯାତ୍ରା ପାଇଁ  ଆଜି ଭୋର ୪ଟାରୁ ଆରମ୍ଭ ହୋଇଥିଲା ଶ୍ରୀଜୀଉମାନଙ୍କର ବିଭିନ୍ନ ନୀତିକାନ୍ତି  । ଅତି ଶୃଙ୍ଖଳିତ ଭାବେ ଗୋଟିଏ ପରେ ଗୋଟିଏ ନୀତି ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଥିଲା  । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋର ୪ଟାରେ ମଙ୍ଗଳ ଆଳତି କରାଯିବା ପରେ ମଇଲମ, ତଡ଼ପଲାଗି, ରୋଡହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ନୀତିକାନ୍ତି କରାଯାଇ ଶ୍ରୀଜୀଉଙ୍କ ନିକଟରେ, ଗୋପାଳବଲ୍ଲଭ ଓ ସକାଳ ଧୂପ ଲାଗି କରାଯାଇଥିଲା  । ସେନାପଟା ଲାଗି ଓ ମଙ୍ଗଳାର୍ପଣ ପରେ ଆରମ୍ଭ ହୋଇଥିଲା ଶ୍ରୀଜୀଉଙ୍କ ଧାଡ଼ିପହଣ୍ଡି  । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଦେଇ ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନରେ ରଥାରୂଢ଼ କରାଯାଇଥିଲା  । ପରେ ପରେ ଘଣ୍ଟ ଘଣ୍ଟାବାଦ୍ୟରେ ତାଳେ ତାଳେ, ଝୁଲି ଝୁଲି ଆସିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର  । ତା’ପରେ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ଧାଡ଼ି ପହଣ୍ଡିରେ ଆଣି ରଥରେ ବିଜେ କରାଇଥିଲେ  । ଶେଷରେ ଆସିଥିଲେ କାଳିଆ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ  । ଧାର୍ଯ୍ୟ କାର୍ଯ୍ୟସୂଚୀର ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜୀଉମାଙ୍କର ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା  । ଏହି ପହଣ୍ଡି ବିଜେକୁ ଦେଖିବା ପାଇଁ ଶରଧା ବାଲିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା  । ଘଣ୍ଟାବାଦ୍ୟ ଓ ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା  ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରସ୍ତୁତ ରହିଥିବା ୩ ରଥରେ ଶ୍ରୀଜୀଉମାନେ ରଥାରୂଢ଼ ହେଲାପରେ ପରମ୍ପରା ଅନୁଯାୟୀ ରଥ ଉପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ  । ଦ୍ଭ ୧୧ ପୃଷ୍ଠାରେ...
ବାହୁଡ଼ିଲେ...
ଛେରାପହଁରା ପାଇଁ ନିମନ୍ତ୍ରଣ ପାଇବା ପରେ ରାଜନଅରରୁ ଗଜପତି ମହାରାଜ ପାଲିଙ୍କିରେ ଆସି ରଥ ନିକଟରେ ପହଞ୍ଚôଥିଲେ  । ସେବାୟତମାନେ ଗଜପତି ମହାରାଜାଙ୍କୁ ରଥ ଉପରକୁ ପାଛୋଟି ନେଇଥିଲେ  । ରଥ ଉପରେ ଗଜପତି ମହାରାଜା ଶ୍ରୀଜୀଉଙ୍କୁ ଚାମର ସେବା କରି ପୂଜାର୍ଚ୍ଚନା କରିବା ପରେ ସୁନାଖଡ଼ିକାରେ ଗୋଟିଏ ପରେ ଗୋଟିଏ ରଥ ଉପରେ ଛେରାପହଁରା କରିଥିଲେ  । ଛେରାପହଁରା ପରେ ରଥର ଚାରମାଳ ଫିଟା କାର୍ଯ୍ୟ ଆରମ୍ଭ ହୋଇଥିଲା  । ସନ୍ଧ୍ୟା ପୂର୍ବରୁ ଶ୍ରୀଜୀଉମାନଙ୍କର ରଥକୁ ସିଂହଦ୍ୱାର ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ସମୟରେ ୧ ଘଣ୍ଟା ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା  ।
ଶ୍ରୀଗୁଣ୍ଡିଚା ଦିନ ବିଳମ୍ବରେ ରଥଟଣା ହେବା ଯୋଗୁ କୌଣସି ରଥ ସେହିଦିନ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିପାରିନଥିଲା  । ଏହାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ସହଯୋଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  । ଫଳରେ ନିର୍ଦ୍ଧାରିତ ସମୟର ୧ଘଣ୍ଟା ପୂର୍ବରୁ ଚଳିତଥର ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଥିବାରୁ ରଥ ଉପରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଭକ୍ତମାନେ ଅଧିକ ସମୟ ପାଇଥିଲେ  । ଛେରାପହଁରା ସରିବା ମାତ୍ରେ ପ୍ରଥମେ ଅପରାହ୍ନ ୨ଟା ୮ମିନିଟ୍ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା  । ତାଳଧ୍ୱଜ ରଥ କିଛିବାଟ ଯିବା ପରେ ଅପରାହ୍ନ ୨ଟା ୪୦ ମିନିଟ୍ରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା କାର୍ଯ୍ୟ  । ଏହାପରେ ପରେ ପରେ ଅପରାହ୍ନ ୩ଟାରେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା କାଳିଆ ଠାକୁର ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ  ।  ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ଲାଗିଥିଲା  ।  ଆସିବା ବେଳେ ଶ୍ରୀଜୀଉମାନଙ୍କୁ ମାଉସୀମା ମନ୍ଦିର ନିକଟରେ ପରମ୍ପରା ଅନୁଯାୟୀ ପୋଡପିଠା ଭୋଗ ଲାଗି କରାଯାଇଥିଲା  । ମାଉସୀମା ମନ୍ଦିରରେ ପୋଡପିଠା ଭୋଗ ଲାଗି ଦେଖିବା ପାଇଁ ଲକ୍ଷଲକ୍ଷ ଭକ୍ତ ଉତ୍ସୁକତାର ସହ ଚାହିଁ ରହିଥିଲେ  । ଏହାସହ ବାଟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପାଦନ କରିଥିଲେ  ।  ପୁଲିସର ତିନିଥାକିଆ କର୍ଡନ୍ ବ୍ୟବସ୍ଥା ମଧ୍ୟରେ ରଥଗୁଡ଼ିକୁ ଲକ୍ଷ ଲକ୍ଷ ଭକ୍ତ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଅଭିମୁଖେ ଟାଣି ନେଇଥିଲେ  । ଏହି ବାହୁଡ଼ା ରଥଯାତ୍ରାକୁ ଦେଖିବା ପାଇଁ ଶରଧାବାଲି ଓ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା  ।
ବାହୁଡାଯାତ୍ରାକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ରଥ ଚତୁଃପାଶ୍ୱର୍ରେ ତିନି ଥାକିଆ କର୍ଡନ ବ୍ୟବସ୍ଥା କରାଯାଇ ରଥଟଣା ହୋଇଥିଲା  । ରଥଟଣା ସମୟରେ ଶରଧାବାଲି ଠାରୁ ସିଂହଦ୍ୱାରା ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଅପେକ୍ଷା କରିଥିବା ଲକ୍ଷଲକ୍ଷ ଭକ୍ତ ଯେଭଲି ଶୃଙ୍ଖଳିତ ଭାବେ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ, ବହୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  । ଭକ୍ତମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ସହାୟତା କେନ୍ଦ୍ର ଖୋଲା ଯାଇଥିଲା  । ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରାଯାଇଥିବାରୁ ଲକ୍ଷ ଲକ୍ଷ ଭକ୍ତ ଆନନ୍ଦ ଉଲ୍ଲାସ ସହ ଭକ୍ତିମୟ ପରିବେଶ ମଧ୍ୟରେ ରଥାରୂଢ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ  ।
ଆସନ୍ତା କାଲି ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କୁ ଅପରାହ୍ନ ୫ଟାରେ ସୁନାବେଶ କରାଯିବ  । ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନାବେଶ ଦେଖିପାରିବେ  । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ୫ତାରିଖରେ ରଥ ଉପରେ ଅଧରପଣା ଏବଂ ୬ତାରିଖ ସନ୍ଧ୍ୟାରେ ନୀଳାଦ୍ରିବିଜେରେ ରଥ ଉପରୁ ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ  । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି  । ଶ୍ରୀଜୀଉଙ୍କୁ ଭଲରେ ଦର୍ଶନ କରିବା ପାଇଁ ଭକ୍ତମାନେ ସହଯୋଗ କରନ୍ତୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସମସ୍ତଙ୍କୁ ଅନୁରୋଧ କରିଛନ୍ତି  ।


    

Maximum 500 characters