Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ଧୁମ୍ଧାମ୍ରେ ହେଲା ଜଉ କଣ୍ଢେଇ ବାହାଘର

Date: May 29, 2017    Views: 148

ଭୁବନେଶ୍ୱର: ଭୁବନେଶ୍ୱରରେ ବସବାସ କରୁଥିବା ବାଲେଶ୍ୱରବାସୀଙ୍କୁ ନେଇ ଗଠିତ ‘ଏକତ୍ର ବାଲେଶ୍ୱର’ ପକ୍ଷରୁ ଜଉ କଣ୍ଢେଇ ବାହାଘର ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି  । ‘ତଅପୋଇ’ ଓ ‘ସୁମନ୍ତ’ଙ୍କ ମଧ୍ୟରେ ଶୁଭ ପରିଣୟର ପବିତ୍ର ମୁହୂର୍ତ୍ତ ସାରା ସହରବାସୀଙ୍କୁ ଏକ ନିଆରା ଅନୁଭୂତି ଦେଇଥିଲା  । ବାଜା ବାଣର ରୋଶଣୀ ସାଙ୍ଗକୁ ବରଯାତ୍ରୀଙ୍କ ନୃତ୍ୟ ମେଳ ଭିତରେ ସୁମନ୍ତ ବରବେଶରେ ଏକାମ୍ର ହାଟରେ ପହଞ୍ଚôବା ପରେ ହାତଗଣ୍ଠି ପଡ଼ିଥିଲା  । ବରକର୍ତ୍ତା ଭାବେ ସ୍ମୃତିରଞ୍ଜନ ମହାନ୍ତି ଏବଂ କନ୍ୟାକର୍ତ୍ତା ଭାବେ ସରୋଜ ଦାଶ ବିବାହ ସମ୍ପନ୍ନ କରିଥିଲେ  ।
ଏକାମ୍ର ହାଟରେ ପ୍ରେମାଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏଭଳି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ  । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗର ନିଦେ୍ର୍ଧଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ  । ଏହି ଅବସରରେ ଗୀତିକାର  ପ୍ରି୍ରୟବ୍ରତ ପଣ୍ଡା, ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଏବଂ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡେ଼ମୀର ସଚିବ ତାରକାନ୍ତ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଏଥିସହିତ ଗତବର୍ଷର ବରକର୍ତ୍ତା ଓ କନ୍ୟାକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥଲା  । ଅନ୍ୟମାନଙ୍କ ମଧ୍ୟରେ ଏକତ୍ର ବାଲେଶ୍ୱରର ଆବାହକ କେସୁ ଦାସ, ସମ୍ପାଦକ ଚିନ୍ତାମଣି ବିଶ୍ୱାଳ, ଉପଦେଷ୍ଟା ଗୌତମବୁଦ୍ଧ ଦାସ, ସ୍ମିତା ମହାନ୍ତି, କାର୍ଯ୍ୟକାରୀ ସଭାପତି ବିଭୂପଦ ଦାସ, ଉପସଭାପତି ପଞ୍ଚାନନ ସାମଲ, ରାମଜୀବନ ଗୋଚ୍ଛାୟତ, ମନୋଜ କୁମାର ଦାସ, ପବିତ୍ର ମୋହନ ମହାପାତ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପି୍ରୟବ୍ରତ ପଣ୍ଡା, ମନୋଜ କୁମାର ପ୍ରଧାନ, ମଳୟ ବାରିକ, ଶ୍ରୀପତି ଆ·ର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ  । ତଅପୋଇ ଚଳଚ୍ଚିତ୍ରର ତଅପୋଇ ଚରିତ୍ରରେ ଅଭିନୟ କରିଥିବା କ୍ଷଣପ୍ରଭା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ  । ଅପରାହ୍ନ ୫ଟାରେ ବରକୁ ଶ୍ରୀୟା ଛକରୁ ବରଯାତ୍ରୀ ମେଳରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାର ଏକାମ୍ର ହାଟ ଅଭିମୁଖେ ନିଆଯାଇଥିôଲା  । ଏଥିରେ ବଲାଙ୍ଗୀରର ଦୁଲ୍ଦୁଲି, ପୁରୀର ରଘୁରାଜପୁରର ସାହିଯାତ, ମାହାଙ୍ଗାର ଘୋଡ଼ା ନାଚ ଏବଂ ଗଞ୍ଜାମର ଘଣ୍ଟ ମୃଦଙ୍ଗ ଆକର୍ଷଣ ସାଜିଥିଲା  । ଶେଷରେ ଏକାମ୍ର ହାଟରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା  । ବାଲେଶ୍ୱର ଅଡ଼ରବଜାର ସ୍ଥିତ ଜଉଘର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜଉଖେଳ ପ୍ରଦର୍ଶନ କରିଥିଲେ  । ବାହାଘର ପରେ ସ୍ୱତନ୍ତ୍ର ବାଲେଶ୍ୱର ଖାଦ୍ୟରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା  । ପ୍ରାରମ୍ଭରେ ଅସୀମ ବସୁଙ୍କ ବିୟୋଗରେ ପ୍ରଥମେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା  । ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ପରି·ଳନା କରିଥିଲେ  ।


    

Maximum 500 characters