Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ମୋ ଦୃଷ୍ଟିରେ ମଧୁସୂଦନ

Date: May 8, 2017    Views: 315

                                    ମୂଳ ଇଂରାଜୀ ରଚନା -ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ
                                       ଅନୁବାଦ : ଅଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ
                                   ଇଂଗ୍ରାଜୀ ବିଭାଗ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ
(ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଏବଂ ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ଶ୍ରୀ ଶ୍ୟାମାପ୍ରସାଦ ମୁର୍ଖାଜୀ କଲିକତା ବିଶ୍ୱବିଦ୍ୟାଳୟର ଭାରତର ଜଣେ ପୂର୍ବତନ କୂଳପତି କ୍ୟାବିନେଟ୍ ମନ୍ତ୍ରୀ ଓ ବେଙ୍ଗଲ ଟାଇଗର ଭାବେ ସୁବିଖ୍ୟାତ ତାଙ୍କ ପିତା ସାର ଆଶୁତୋଷ ମୁଖାର୍ଜୀଙ୍କର ୪ ବର୍ଷ ପାଇଁ ଘରୋଇ ଶିକ୍ଷକ ଥିଲେ ମଧୁସୂଦନ ଦାସ । ଶ୍ରୀ ମୁଖାର୍ଜୀ ଏହି ପ୍ରବନ୍ଧଟି ୧୯୩୭ ମସୀହାରେ ଲେଖିଥିଲେ । ୧୯୪୮ରେ ମଧୁବାବୁଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ "ମଧୁସୂଦନ : ସିନ୍ ବାଏ ମେନି ଆଇଜ୍ ' ଗ୍ରନ୍ଥରେ ଏହି ପ୍ରବନ୍ଧଟି ସ୍ଥାନୀତ ହୋଇଥିଲା । ପରବର୍ତ୍ତୀ କାଳରେ ୧୯୭୮ ରେ ଓଡିଶା ରିଭ୍ୟୁରେ ଏହା ମଧ୍ୟ ପ୍ରକାଶ ପାଇଥିଲା । ) 


ମଧୁବାବୁଙ୍କୁ  ସ୍ମରଣକଲେ ମୋତେ ପ୍ରାୟ ୨୫ ବର୍ଷ ତଳକୁ ଫେରିଯିବାକୁ ହେବ । ସେତେବେଳେ ମୋତେ ମାତ୍ର ଏଗାର ବର୍ଷ ବୟସ ହୋଇଥିଲା । ମୋର ପିତା ସାର ଆଶୁତୋଷ  ମୁଖାର୍ଜୀଙ୍କୁ ସେ ସାକ୍ଷାତ କରିବାକୁ କଲିକତା ଆସିଥିଲେ । ସେ ହୁଏତ ଆମ ଘରକୁ ନିଶ୍ଚିତ ଭାବେ ଆଗରୁ ବହୁବାର  ଆସିଥାଇ ପାରିନ୍ତି କିନ୍ତୁ ମୋର ଯେତେଦୂର ମନେପଡୁଛି ମୋ ପାଇଁ ଆମ ଘରକୁ ତାଙ୍କର ଏ ଆଗମନ ପ୍ରଥମଥର ପାଇଁ ଥିଲା । ତାଙ୍କ ଭଳି ଜଣେ ବୟୋବୃଦ୍ଧ ଭଦ୍ରଲୋକଙ୍କ ପ୍ରତି ମୋ ପିତା ଯେପରି ଗଭୀର ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ କରିଥିଲେ ସେଥିରେ  ମୁଁ ଅଭିଭୂତ ହୋଇଯାଇଥିଲି । ଦେଖିବାକୁ ସେ ପତଳା ଥିଲେ କିନ୍ତୁ ତାଙ୍କ ଦୃଷ୍ଟି ଥିଲା ଖୁବ୍ ତୀକ୍ଷ୍ଣ,  ସେଥିରୁ ଯେମିତି ଜ୍ୟୋତିି ବାହାରୁଥିଲା । ସେ ମୋ ବାପାଙ୍କ ସହିତ ଆଳାପ କଲାବେଳେ ଅତି  ସ୍ୱାଭାବିକ ଭାବେ ଜଣେ ଅଭିଭାବକ ସୁଲଭ ଗମ୍ଭୀର ସ୍ୱରରେ କଥାହେଉଥିଲେ । ସେମାନଙ୍କ କଥା ସରିଲାପରେ ମୋର ପିତା ତାଙ୍କର ବହି ଓ ଫାଇଲ ପତ୍ର ଭରା ପଢା ଘରୁ ବାହାରି ସେହି ଅତିଥିଙ୍କ ସହିତ ତାଙ୍କ ପଛେ ପଛେ ସତେ ଯେପରି ବିଦାୟ ଦେବା ପାଇଁ ତଳ ମହଲାକୁ ଯାଇଥିଲେ । ବିଦାୟ ଦେଇ ପୁଣି ନିଜ କାମରେ ମନୋନିବେଶ କରିବା ପାଇଁ ପୁଣି ତାଙ୍କ କୋଠରୀକୁ ଫେରି ଆସିଲେ । ସେ ଫେରିବା ବେଳେ ତାଙ୍କ ମୁହଁରେ ପ୍ରସନ୍ନତା ଫୁଟି ଉଠୁଥିଲା । ତାଙ୍କର କର୍ତ୍ତବ୍ୟ ସେ ଠିକ୍ ଭାବେ କରିଥିବାରୁ ଆନନ୍ଦିତ ଜଣା ପଡୁଥିଲେ । ମୋ ଆଖିରେ କୋ÷ତୁହଳ ଓ ପ୍ରଶ୍ନକୁ ସେ ଠଉରେଇ ପାରିଥିଲେ । ପ୍ରକୃତରେ ମୁଁ ମଧ୍ୟ ସେଇ ଭଦ୍ରଲୋକଙ୍କର ପରିଚୟ ଜାଣିବାକୁ ଉଦ୍ଗ୍ରୀବ ଥିଲି । ମୋ ପିତା ମତେ ପ୍ରଶ୍ନକଲେ "ସିଏ କିଏ ଜାଣିଛୁ' ସେ ମୋର ପିଲାଦିନର ଗୁରୁ, ଓଡିଶାର ମହାନ ବ୍ୟକ୍ତି ମିଃ ଏମ.ଏସ.ଦାସ'' । ତେଣୁ ସେଇ ପ୍ରଥମ ଦେଖାରେ ହିଁ ତାଙ୍କ ପ୍ରତି ମୋର ଖୁବ୍ ଉଚ୍ଚଧାରଣା ସୃଷ୍ଟି ହୋଇଥିଲା । ମୋ ପିତା ଯିଏକି ମୋର ଆଦର୍ଶ ଥିଲେ ଏବଂ ଯାହାଙ୍କ ମୁଁ ଭକ୍ତି ସହିତ ପୂଜା କରୁଥିଲି , ତାଙ୍କର ସେ ଜଣେ ସ୍ୱୀକୃତ ଗୁରୁ ଥିଲେ ।


 ସମୟ ବିତିବା ସହିତ ମଧୁସୂଦନଙ୍କ ସହିତ ମୋ ପରିବାରର ଘନିଷ୍ଟ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲି । ଅନେକ ସମୟରେ ମୋର ପିତା ଆମ ଆଗରେ କିପରି ତାଙ୍କ ପୂର୍ବତନ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରି ଋଣୀ ଏବଂ ଗୁରୁ ଶ୍ରୀ ଦାସଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୂହୂର୍ତ୍ତ ଗୁଡିକୁ ସେ ଅତ୍ୟନ୍ତ  ଆନନ୍ଦ ଓ କୃତଜ୍ଞତାର ସହିତ ଆମ ଆଗରେ ବର୍ଣ୍ଣନା କରୁଥିଲେ । ସେ କହୁଥିଲେ "ସେ ଯେତେବେଳେ ମତେ ଇଂରାଜୀ ପଢାଉ ଥିଲେ ଚରିତ୍ର ଓ ସ୍ୱାଭିମାନ ଯେଉଁ ଦୁଇଟି ଗୁଣ ମଣିଷର ସବୁଠାରୁ ଶ୍ରେଷ୍ଠ ଗୁଣ ସେ ଦୁଇଟି କଥା ମଧ୍ୟ ମୋତେ ଶିକ୍ଷା ଦେଇଥିଲେ । ଏହାହିଁ ଶ୍ରୀ ଦାସଙ୍କର ବ୍ୟକ୍ତିତ୍ୱ ଥିଲା । ଏହି ଦୁଇ ମହାନ ଗୁରୁ ଶିଷ୍ୟଙ୍କର ବୁଝାମଣା ଓ ସମ୍ପର୍କ ଏଭଳି ଅକୃତିମ ଥିଲାଯେ ସମୟ ଅତିକ୍ରାନ୍ତ ହେବା ଓ ପରିବେଶ ବଦଳିବା ଭିତରେବି ସେ ମଧୁର ସମ୍ପର୍କ କେବେ ମଳିନ ଓ ନିଷ୍ପ୍ରଭ ହୋଇନଥିଲା ।


 ଶେଷ ଥର ପାଇଁ ମୁଁ ମୋ ପିତାଙ୍କୁ ୧୯୨୪ ମସିହା ମେ ୧୭ ତାରିଖ ଦିନ ଦେଖିଥିଲି । ପାଟନାରେ ତାଙ୍କ ସ୍ୱର୍ଗାରୋହଣର ଠିକ୍ ଆଠ ଦିନ ଆଗରୁ । ସେତେ ବେଳେ ସପ୍ତାହର ଶେଷ ଆଡକୁ ସେ କଲିକତାରେ ଥାଆନ୍ତି । ମୋ ପିତାଙ୍କ ସହିତ ସେ ଇ ଶେଷ ଦେଖାର ସ୍ମୁତି ସହିତ ମଧୁସୂଦନ ଦାସ ଗଭୀର ଭାବେ ଜଡିତ । ସେହି ସିମଳା ଯିବା ପାଇଁ ମୁଁ ଷ୍ଟେସନକୁ ଯାଉଥାଏ । ଆମ ଘରକୁ ଶ୍ରୀ ଦାସ ଆସିଥାନ୍ତି ଓ ପିତାଙ୍କ ସହିତ କୋ÷ଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନେ ଆଲୋଚନା କରୁଥାନ୍ତି । ଷ୍ଟେସନକୁ ଯିବା ପୂର୍ବରୁ ମୁଁ ବାପାଙ୍କ ଷ୍ଟଡି ଭିତରକୁ ଯାଇ ତାଙ୍କ ପାଦ ଧୂଳି ନେଲି । ବାପା ମୋ ମଥାରେ ହାତ ରଖି ଆଶୀର୍ବାଦକଲେ । ଶ୍ରୀ ଦାସ ସ୍ମିତହାସ୍ୟ ବଦନରେ ଆମ ପିିତା ପୁତ୍ରଙ୍କୁ ଦେଖୁଥାନ୍ତି । ତାଙ୍କ ବୁଝିବା ଶକ୍ତିଥିଲା ଅତୁଳନୀୟ, ସବୂୁ ଯେମିତି ସେ ଜାଣିପାରୁଥିଲେ ।  ତାପରେ ସେ କହିଲେ,"ଆଶୁ ପୁଅକୁ ବିଦାୟ ଦେବା ପାଇଁ ତମର ଷ୍ଟେସନ ପର୍ଯ୍ୟନ୍ତ ଯିବା ଉଚିତ୍ ହେବ । ଆମେ ଆସନ୍ତାକାଲି କଥା ହୋଇପାରିବା । ମତେ ତାଙ୍କ କଥା ଆନନ୍ଦ ଦେଲା । ପିତାଙ୍କ ସହିତ ମୁଁ ଆହୁରି ଦେଇ ଘଣ୍ଟା କଟାଇ ପରିବି ବୋଲି ଖୁସି ହେଲି । ସେଥିପାଇଁ ଶ୍ରୀ ଦାସଙ୍କୁ ମନେ ମନେ କୃତଜ୍ଞତା ଜଣାଇଲି । ସେଦିନ ସେହି ସମୟରେ ମୋ ପିତା ଭବିଷ୍ୟତରେ ତାଙ୍କ ଅନେକ କାର୍ଯ୍ୟକ୍ରମ ବିଷୟରେ  ମତେ ସୂଚନା ଦେଇଥିଲେ । ସହଯାତ୍ରୀ ସାର ସି.ଭି ରମଣଙ୍କ ସହିତ ମତେ ନେଇ ସେଦିନ ମେଲଗାଡି ଯଥା ସମୟରେ ହାୱଡା ଛାଡିଲା । । ଆମେ ଦିଜଣ ଏକାଠି ସିମଳା ଯାଉଥାଉ । ପ୍ଲାଟ୍ ଫର୍ମରେ ଛିଡା ହୋଇ ମୋ ପିତା ହାତ ହଲାଇ ମୋତେ ବିଦାୟ ଦେଉଥାନ୍ତି । ମୁଁ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲି ଯେ  ପ୍ରାଣ ପ୍ରାଚୂର୍ଯ୍ୟରେ ଉଦ୍ଧୀପ୍ତ ମୋର ପିତାଙ୍କୁ ମୁଁ ଗାଡି ଭିତରେ ଥାଇ ଶେଷଥର ପାଇଁ ଦେଖୁଛି ।


 ଗୋଟିଏ କଥା ସବୁବେଳେ ସ୍ମରଣକୁ ଆସେ ସେ କଥାଟି ହେଲା ଶ୍ରୀ ଦାସଙ୍କୁ ମୋପିତା ଲେଖ୍ôଥିବା ଚିଠିର ସମ୍ବୋଧନ ।  ସେ କେବେ "ମାଇଁ ଡିଅର ମିଃ ଦାସ' ବୋଲି ଲେଖୁନଥିଲେ । ସେ ସବୁବେଳେ " ମାଇଁ ଡିଅର ସାର' ବୋଲି ଲେଖୁଥିଲେ । ସେହି ଭଳି ଚିଠି ଶେଷରେ ଲେଖୁଥିଲେ " ଇଓର ଆଫେକ୍ସନେଟଲି' ବା ଆପଣଙ୍କର ସ୍ନେହାଧୀନ । ଜଣେ ଦିଜଣ ପାଶ୍ଚାତ୍ୟବାସୀଙ୍କ ପାଇଁ ଏ ଭଳି ଲେଖାର ହୁଏତ କିଛି ମାନେ ନଥାଇପାରେ କିନ୍ତୁ  ଦିଜଣ ଭାରତୀୟଙ୍କ ପାଇଁ ଏହା ବିଦ୍ୱେଷ ଅର୍ଥ ରଖେ , ଜଣେ ପୂର୍ବତନ ଶିକ୍ଷଣଙ୍କ ପ୍ରତି ଜଣେ ଆଜ୍ଞାଧୀନ ଛାତ୍ର କିପରି  ଭକ୍ତି ପ୍ରଦର୍ଶନ କରିଥାଏ ଏହା ତାହାର ନମୂନା ।  ଅନେକଙ୍କ ପାଇଁ ମୋ ପିତା ପ୍ରଥମ ସାକ୍ଷାତରେ ଜଣେ ଆକ୍ରମଣଶାଳୀ ବ୍ୟକ୍ତିତ୍ୱ  ଓ କର୍କଶ ସ୍ୱଭାବର ମଣିଷ ଭଳି ଲାଗିଥାନ୍ତି  କିନ୍ତୁ ସମସ୍ତେ ଜାଣନ୍ତି ସେ କେଡେ କୋମଳ ହୃଦୟର ଦୟାଶୀଳ ମଣିଷ । ଜୀବନ କାଳ ଭିତରେ ବହୁ ସାମ୍ଭାବ୍ୟ ଓ ଆକାସ୍ମିକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ । କିନ୍ତୁ କେବେହେଲେ ସେ ତାଙ୍କ ଅସୁବିଧା ବା ସମସ୍ୟା କଥା କାହା ଆଗରେ କହୁନଥିଲେ । କିନ୍ତୁ ଜଣଙ୍କ ଆଗରେ ସେ ତାଙ୍କ ଜୀବନ ସବୁକଥା ଖୋଲି କହୁଥିଲେ, ସେ ଥିଲେ ମଧୁସୂଦନ ଦାସ । ମୋ ପିତାଙ୍କ ଜୀବନର ଶେଷ ଆଡକୁ ତାଙ୍କ ଗୁରୁଙ୍କ ଉଦେ୍ଧଶ୍ୟରେ ସେ ଲେଖିଥିବା ଆନେକ ଚିଠି ମୁଁ ଟାଇପ୍ କରିଥିଲି, ଯେଉଁ ଥିରେ ସେ ବିଭିନ୍ନ ଲୋକଙ୍କ କଥା ଓ ଘଟଣା ସମ୍ପର୍କରେ ଲେଖିଥିଲେ । ସେ ଚିଠି ଲେଖିବା ବେଳେ ବା କୋ÷ଣସି କଥାରେ ମତାମତ ଦେବାବେଳେ ପିତା କୋ÷ଣସି କଥା ତାଙ୍କ ଗୁରୁଙ୍କ ପାଖରେ ଲୁଚାଉ ନଥିଲେ ବା ଲେଖିବାକୁ ସଂକୋଚ କରୁନଥିଲେ । ଶ୍ରୀ ଦାସଙ୍କ ଠାରୁ ମଧ୍ୟ ଚଟାପଟ୍ ଉତ୍ତର ମିଳୁଥିଲା । ତାଙ୍କ ଚିଠି ଗୁଡିକ ଖୁବ୍ ଲମ୍ବା ବା ଖୁନ୍ଦା ଖୁନ୍ଦି ହୋଇ ଲେଖାଯାଇଥିଲେ ମଧ୍ୟ ଅକ୍ଷର ଗୁଡିକ ସ୍ପଷ୍ଟ ଓ ସୁନ୍ଦର ଶୈଳୀରେ ଲେଖା ଯାଇଥିବାରୁ ପଢିବାରେ କିଛି ଅସୁବିଧା ହେଉନଥିଲା । କୋ÷ଣସି ପ୍ରକାରର ଭାବ ପ୍ରବଣତାର ବଶବର୍ତ୍ତୀ ନହୋଇ ମୋ ପିତାଙ୍କର ବିଭିନ୍ନ ପ୍ରଶ୍ନର ସେ ଯଥାର୍ଥ ଉତ୍ତର ଦେଉଥିଲେ ଏବଂ ବେଳେ ବେଳେ ନିଜ ଜୀବନର ବିଭିନ୍ନ ସମସ୍ୟା କଥା ଲେଖୁଥିଲେ କିନ୍ତୁ ପ୍ରତି ପ୍ରସଙ୍ଗରେ ସେ ଥିଲେ ସ୍ଥିର, ଅବିଚଳିତ ଓ ଦୃଢମନା ।  ମୁଁ ଭାବେ, ତାଙ୍କର ପ୍ରତ୍ୟେକଟି ମନ୍ତବ୍ୟ ତାଙ୍କର ଗଭୀର ଆତ୍ମବିଶ୍ୱାସ ଓ ଅପୂର୍ବ ସାହାସକୁ ସୂଚୀତ କରୁଥିଲା ଏବଂ ପ୍ରତିଟି ବାକ୍ୟରେ ଆଶାର କିରଣ ଝଲସୁ ଥିଲା ।


୧୯୨୩ ବେଳକୁ ମୋ ପିତା ତାଙ୍କ ଜୀବନର ସବୁଠାରୁ ଗୁରତର ସମସ୍ୟାଦେଇ ଗତିକରୁଥିଲେ । ଗୋଟିଏ ପଟେ ଜୀବନକୁ ଜୀବନ୍ତ ମରଣରେ ପରିଣତ କଲାଭଳି କିଛି ବ୍ୟକ୍ତିଗତ ସମସ୍ୟା ଓ ଅନ୍ୟପେଓ ତାଙ୍କ ହାତଗଢା ପ୍ରିୟ ବିଶ୍ୱବିଦ୍ୟାଳୟ ଯାହାକୁ ଧ୍ୱଂସ କରିଦେବା ପାଇଁ ଗଭୀର ଚକ୍ରାନ୍ତ ଆରମ୍ଭ ହୋଇଯାଇଥିଲା । ଏଭଳି ଅସମୟରେ ଶ୍ରୀ ଦାସ ତାଙ୍କ ଶିଷ୍ୟ ଭୋଗୁଥିବା ଅସମ୍ଭବ ଦୁଃସ୍ଥିତିକୁ ସେ ନକହିଲେ ବି ଅନୁଭବ କରି ପାରୁଥିଲେ ଏବଂ ସେଥିପାଇଁ ସେ କଲିକତା ଚାଲି ଆସୁଥିଲେ । ତାଙ୍କ ଭିତରେ ଘଣ୍ଟା ଘଣ୍ଟା ଧରି କ'ଣ ଆଲୋଚନା ହେଉଥିଲା  ଆମେ ଜାଣୁ ନଥିଲୁ କିନ୍ତୁ ଆମକୁ ଲାଗୁଥିଲା ଉଭୟ ଉଭୟଙ୍କ ପାଇଁ ପ୍ରେରଣା ଦାୟୀ ପରିପୂରକର କାର୍ଯ୍ୟ କରୁଥିଲେ । ଶ୍ରୀ ଦାସଙ୍କ ସବୁ ଚିଠିରେ ତାଙ୍କ ଚରିତ୍ରର ଦୁଇଟି ଦିଗ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପ୍ରଥମଟି ହେଲା  ଯେକୋ÷ଣସି ପ୍ରତିକୂଳ ପରିସ୍ଥିତିରେ କୋ÷ଣସି ପ୍ରକାରେ ଭାଙ୍ଗି ନଯାଇ ନିଜ ନିଷ୍ପତ୍ତିରେ ଅଟଳ ରହିବା ଏବଂ ଦ୍ୱିତୀୟଟି ହେଲା ନିଜ ରାଜ୍ୟର ଗଠନନେଇ ସମସ୍ତ ପ୍ରତିବନ୍ଧକ ସତ୍ୱେ ଅପରିବର୍ତ୍ତନୀୟ ବିଶ୍ୱାସ ସହିତ ନିଜ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ କରିବା ।


 ଶ୍ରୀ ଦାସଙ୍କର ଜୀବନୀ ପୁସ୍ତକ ନିଶ୍ଚିତଭାବେ ଓଡିଶା ଓ ଭାରତବର୍ଷର ଜନ ସାଧାରଣ ଆଗ୍ରହର ସହିତ ଅଧ୍ୟୟନ କରିବେ । ତାଙ୍କ ଜୀବନ ଜଣାଇ ଦିଏ ଯେ ନିଜର ଅପ୍ରତିହତ ଇଚ୍ଛା ଶକ୍ତି ଓ ସାହାସକୁ ନେଇ ଜଣେ ବ୍ୟକ୍ତି କିପରି  ବାସ୍ତବତା ଉପରେ ପର୍ଯ୍ୟବେଷିତ ଜଣେ ରାଷ୍ଟ୍ର ପୁରୁଷ ଭାବେ ନିଜ ରାଜ୍ୟ ପାଇଁ ନୂତନ ଆଶା ଓ ପ୍ରଗତି ସହିତ ଏକ ନୂଆ ଯୁଗ ସୃଷ୍ଟି କରିପାରେ । ଯଥାର୍ଥରେ ସେ ନୂତନ ଓଡିଶାର ସ୍ରଷ୍ଟା ଓ ଏଥିପାଇଁ ପୁରୁଷ ପୁରୁଷ ଧରି ଓଡିଶା ବାସୀ ତାଙ୍କ ନାମକୁ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରିବେ । ଏହା ସତ୍ୱେ ମଧ୍ୟ ଶ୍ରୀ ଦାସ ଥିଲେ ପ୍ରଥମେ ଥିଲେ ଜଣେ ଶକ୍ତିଶାଳୀ ଭାରତୀୟ ଜାତୀୟତାବାଦୀ ଅନ୍ୟାନ୍ୟ ପରିଚୟ ପଛକୁ ଆସେ । ତାଙ୍କ ଜୀବନ ଏକ ଉଜ୍ଜଳ ଉଦାହରଣ ଯାହାକୁ ପ୍ରତ୍ୟେକ ଭାରତୀୟ ଯୁବକ ନିଜର ପରିପୃଷ୍ଟି ପାଇଁ ଅନୁସରଣ କରିବା ଉଚିତ୍ ।  ବିହାର- ଓଡିଶାର ମନ୍ତ୍ରୀମଣ୍ଡଳରେ ସେ ଅଳ୍ପକାଳ ପାଇଁ ମନ୍ତ୍ରୀ ହୋଇଥିଲେ ମଧ୍ୟ  ମଣ୍ଟେଗୁ ଚେମ୍ସ ଫୋର୍ଡ ସଂସ୍କାର ପ୍ରବର୍ତ୍ତନ ବେଳେ ସେ ତାଙ୍କର ଅପୂର୍ବ ଦେଶ ପ୍ରାଣତା, ପ୍ରଶାସନିକ ଦକ୍ଷତା, ଏବଂ ଅଦ୍ଭୂତପୂର୍ବ ଜାତୀୟତାବାଦୀ ଦୃଷ୍ଟିକୋଣ ସହିତ ନିଜର ସୃଜନଶୀଳ ଶକ୍ତିବଳରେ ନିଜ ରାଜ୍ୟର ଭାଗ୍ୟ ପୁର୍ନଗଠନ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ଏ ସମସ୍ତ କାର୍ଯ୍ୟରେ କେବଳ ସଫଳତା ନୁହେଁ ସଫଳତାର ଅନେକ ଉଦ୍ଧ୍ୱର୍କୁ ସେ ଯାଇଥିଲେ । ଅତି ନିର୍ଭୀକ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନରେ ସେ ବତ୍ରୀ ହୋଇଥିଲେ । ପାହାଡ ଭଳି ସେ ଥିଲେ ସୁଦୃଢ ନିଜ ନୀତି ଓ ଆଦର୍ଶରେ ସେ ଥିଲେ ଅବିଚଳିତ ଓ କୋ÷ଣସି ପ୍ରରିପ୍ରେକ୍ଷୀରେ ନିଜର ଗୋ÷ରବ  ଓ ସ୍ୱାଭିମାନକୁ ବଳି ଦେଇ ନଥିଲେ  । ସେତେବେଳର କର୍ତ୍ତୃପକ୍ଷ ଏବଂ ତାଙ୍କ ଭିତରେ ବିନିମୟ ହୋଇଥିବା ବିଭିନ୍ନ ପତ୍ରାଳାପରୁ  ତାଙ୍କର ସ୍ୱାଧୀନ ଦୃଷ୍ଟିକୋଣ ଏବଂ ଦୃଢ ସଂକଳ୍ପର ପରିଚୟ ମିଳିଥାଏ । ଅନେକ ପତ୍ରରେ ସାମ୍ବିଧାନିକ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗ ଦେଖିବାକୁ ମିଳିଥାଏ । ଭାରତର ବିଭିନ୍ନ ରାଜନୈତିକ ଦଳର ମତବାଦର ପରିଚୟ ମଧ୍ୟ ମିଳିଥାଏ । ଜଣେ ସାମାଜିକ କର୍ମୀ ଶିକ୍ଷା ଓ ଶିଳ୍ପର ପୃଷ୍ଠପୋଷକ ତଥା ରାଜନୈତିକ ଅଧିକାରର ପ୍ରବକ୍ତା ଭାବେ ସେ ଏଭଳି କୋ÷ଣସି ପଦକ୍ଷେପ ଗ୍ରହଣ କରିନଥିଲେ ଯାହାକୁ ତାଙ୍କ ବିରୋଧୀମାନେ ଅନାବଶ୍ୟକ ବୋଲି ସମାଲୋଚନା କରିବେ । ସେ ଜଣେ ଦୃଢ ଇଶ୍ୱରବାଦୀ, ଯିଏ ସତ୍ୟ, ଓ ନୀତିନିଷ୍ଠ ମଣିଷ ଥିଲେ । ଏଇଭଳି ଭାବେ ଜଣେ ସାଧୁ, ନିସ୍ୱାର୍ଥ ଏବଂ ସାହସୀ ମହାନ ନେତାଙ୍କର ଜୀବନ ଓ ଦର୍ଶନ ଆଜିର ଭାରତକୁ ଗୋ÷ରବଶାଳୀ କରିବା ସହିତ ଦେଶର ମୁକ୍ତି ସଂଗ୍ରାମ ଓ ପ୍ରଗତୀରେ ସହାୟକ ହୋଇପାରିବ ଏହ ନିଃସଂଶୟ ।

                                                                                                                 ଦୂରଭାଷା - ୯୪୩୯୬୯୧୯୪୭


    

Maximum 500 characters