Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ବାରମ୍ବାର ପରିସ୍ରା ଲାଗୁଥିଲେ...

Date: Apr 28, 2017    Views: 256

ରାତିରେ କିଛି ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ  । ସେମାନଙ୍କୁ ପରିସ୍ରା ଯିବା ଲାଗି ବାରମ୍ବାର ଶେଯରୁ ଉଠିବାକୁ ପଡ଼ିଥାଏ  । ବେଳେବେଳେ କିଛି ବ୍ୟକ୍ତି ବିଛଣାରେ ପରିସ୍ରା କରିଦେଇଥାଆନ୍ତି  । ଏଥିପାଇଁ ଦାୟୀ ହେଉଛି ଲୁଣ  । ଜାପାନର ଡାକ୍ତରମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ଜାଣିବାକୁ ପାଇଛନ୍ତି ଯେ, ଅଧିକ ଲୁଣ ଖାଇବା ଦ୍ୱାରା ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ  । ଏଭଳି ସମସ୍ୟାକୁ ନୁ୍ୟକ୍ଚୁରିଆ କହନ୍ତି  । ବିଶେଷ କରି ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ଲୋକମାନେ ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି  । ନୁ୍ୟକ୍ଚୁରିଆ ଦ୍ୱାରା ଜଣେ ପୀଡ଼ିତ ହେବା ପରେ ନିଦ ଠିକ୍ ଭାବେ ହୋଇନଥାଏ  । ସତେଜତା କମିଯାଏ  । ଦିନତମାମ୍ କ୍ଳାନ୍ତି ଏବଂ ଆଳସ୍ୟ ବୋଧ ହୁଏ  । ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇ ବିରକ୍ତି ଲାଗେ  । ଏ ସମ୍ପର୍କରେ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ଲାଗି ଡାକ୍ତରମାନେ ୩ ଶହରୁ ଊଦ୍ଧ୍ୱର୍ ଲୋକଙ୍କ ଉପରେ ଅଧ୍ୟୟନ କରିଥିଲେ  । ପରୀକ୍ଷାରୁ ରାତିରେ ବାରମ୍ବାର ପରିସ୍ରା ଯିବାର କାରଣ ଜଣାପଡ଼ିଥିଲା  । ତେବେ ନୁ୍ୟକ୍ଚୁରିଆ ହେଉଛି ବାରମ୍ବାର ପରିସ୍ରା ଯିବାର ଏକ ସଙ୍କେତ  । ଅପର ପକ୍ଷେ ମଧୁମେହ, ହୃଦ୍ରୋଗ ଏବଂ ନିଦ୍ରାହୀନତାରେ ଶିକାର ହେଲେ ଜଣଙ୍କୁ ବାରମ୍ବାର ପରିସ୍ରା ଲାଗେ  । ଯଦି ଜଣେ ନୁ୍ୟକ୍ଚୁରିଆ ଦ୍ୱାରା ପୀଡ଼ିତ ତେବେ ସେ ଦିନକୁ ୬ ଗ୍ରାମ୍ରୁ ଅଧିକ ପରିମାଣର ଲୁଣ ଖାଇବା ଉଚିତ୍ ନୁହେଁ  ।


    

Maximum 500 characters