Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏମଏସଏମଇ ବିଭାଗର ୧୧ଟି ସେବା ହେଲା ଅନଲାଇନ

    Share on :
    ajab-Image
    Date: Nov 21, 2020    Views: 3290

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଏମଏସମଏମଇ ବିଭାଗର ୧୧ଟି ସେବାକୁୁ ଅନଲାଇନ କରାଯାଇଛି । କରୋନା ସମୟରେ ଡିଜିଟାଲ କାରବାରକୁ ସମସ୍ତେ ପସନ୍ଦ କରୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି  ।ଏଣିକି କ୍ଷୁଦ୍ର ଉଦ୍ୟୋଗୀ ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ । କାର୍ଯ୍ୟାଳୟକୁ ନ ଦଉଡି ଏହି ସୁବିଧାର ଲାଭ ଉଠାଇ ପାରିବେ ସମସ୍ତ କ୍ଷୁଦ୍ର ଉଦ୍ୟୋଗୀ । ପୂର୍ବରୁ ଏହି ବିଭାଗର ୧୨ଟି ସେବା ଅନଲାଇନ ହୋଇଥିବା ବେଳେ ଆଜି ଆଉ ୧୧ଟି ସେବା ଅନଲାଇନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବା ଗୁଡିକର ଲୋକାର୍ପଣ କରିଛନ୍ତି । ଏହି ସେବା ଗୁଡିକ odishamamsme.nic.in ରେ ଉପଲବ୍ଧ ହେବ । ଉଦ୍ୟୋଗୀ ମାନେ ସରକାରୀ ଦପ୍ତରକୁ ନ ଆସି ଅନଲାଇନରେ ସେବା ପାଇପାରିବେ ।

    ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇ ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଶିଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜିର ଅନ୍‌ଲାଇନ ସେବା ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ଖଦୀ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook